ଜଙ୍ଗଲକୁ ସ୍ବାମୀଙ୍କ ସହ କାଠ ଆଣିବାକୁ ଯାଇଥିଲେ, ଝଗଡା ହେବାରୁ କଲେ ଏଭଳି କାଣ୍ଡ

ଟେନସା,୨୦।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମାଙ୍ଗରି ମୁଣ୍ଡା ବୋଲି ଜଣାପଡିଛି। ଖବରପାଇ କୋଇଡ଼ା ପୋଲିସ ଏବଂ ଓ଼ ରାଉଲକେଲା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ଡାକ୍ତରଖାନାକୁ ପଠାଇଛି । ମୃତ୍ୟୁର କାରଣ ଅପଷ୍ଟ ଥିବାରୁ ପୋଲିସ ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ […] The post ଜଙ୍ଗଲକୁ ସ୍ବାମୀଙ୍କ ସହ କାଠ ଆଣିବାକୁ ଯାଇଥିଲେ, ଝଗଡା ହେବାରୁ କଲେ ଏଭଳି କାଣ୍ଡ appeared first on Dharitri Odia News.

ଜଙ୍ଗଲକୁ ସ୍ବାମୀଙ୍କ ସହ କାଠ ଆଣିବାକୁ ଯାଇଥିଲେ, ଝଗଡା ହେବାରୁ କଲେ ଏଭଳି କାଣ୍ଡ

ଟେନସା,୨୦।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମାଙ୍ଗରି ମୁଣ୍ଡା ବୋଲି ଜଣାପଡିଛି। ଖବରପାଇ କୋଇଡ଼ା ପୋଲିସ ଏବଂ ଓ଼ ରାଉଲକେଲା ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ଡାକ୍ତରଖାନାକୁ ପଠାଇଛି । ମୃତ୍ୟୁର କାରଣ ଅପଷ୍ଟ ଥିବାରୁ ପୋଲିସ ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମ ମୁର୍ଗୀଢ଼ି ମୁଣ୍ଡା ସାହିର ବୁଧୁରାମ ମୁଣ୍ଡା ଓ଼ ତାଙ୍କ ସ୍ତ୍ରୀ ମାଙ୍ଗରି ମୁଣ୍ଡାଙ୍କ ସହ କାଠପାଇଁ ଜଙ୍ଗଲ ଯାଇଥିଲେ । ସେଠାରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ବୁଧୁରାମ ମୁଣ୍ଡା କହିବା ଅନୁଯାଇ ଝଗଡା ପରେ ସେଠାରୁ କାଠଧରି ଘରକୁ ଫେରି ଆସିଥିଲେ। ସ୍ତ୍ରୀ ମାଙ୍ଗରି ମୁଣ୍ଡା ଜଙ୍ଗଳରୁ ଘରକୁ ଫେରି ନ ଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ବୁଧୁରାମ ମୁଣ୍ଡା ଜଙ୍ଗଲକୁ ଖୋଜିବାକୁ ଯାଇଥିଲେ। ହେଲେ ସେତେବେଳକୁ ସ୍ତ୍ରୀ ମାଙ୍ଗରି ମୁଣ୍ଡା ଗୋଟିଏ ବର ଗଛରେ ନିଜ ଶାଢୀରେ ଫାଶୀ ଲଗାଇ ଛୁଲି ପଡିଥିଲେ। ଏହା ଦେଖି ବୁଧୁରାମ ଘରକୁ ଫେରି ପଡୋଶୀଙ୍କୁ ଜଣାଇଥିଲେ।

The post ଜଙ୍ଗଲକୁ ସ୍ବାମୀଙ୍କ ସହ କାଠ ଆଣିବାକୁ ଯାଇଥିଲେ, ଝଗଡା ହେବାରୁ କଲେ ଏଭଳି କାଣ୍ଡ appeared first on Dharitri Odia News.