ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ

ଗୋପାଳପୁର,୫ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଟାମଣା ଜଙ୍ଗଲରୁ ଗୋଳନ୍ଥରା ଥାନା ପୋଲିସ ବିପୁଳ ପରିମାଣର ଗୁଳି, ବାରୁଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଙ୍ଗାବାଡି ଗ୍ରାମର ପୂର୍ଣ୍ଣ ଗାୈଡ ଓରଫ ଚିଆଁ, ମେଦିନିପୁର ଗ୍ରାମର ଶଙ୍କର ପ୍ରଧାନ, ଦିଗପହଣ୍ଡି ଥାନା ଅଧୀନସ୍ଥ ବତରଝରି ଗ୍ରାମର ଭାଲିଆ ମଲିକ ଓ କହ୍ନେଇପୁର ଗ୍ରାମର ବୃନ୍ଦାବନ ମଲିକ। ଅଭିଯୁକ୍ତମାନେ ପୂର୍ବରୁ ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ କୁନା ବେହେରାଙ୍କ ସହଯୋଗୀ। ଶୁକ୍ରବାର ସମସ୍ତଙ୍କୁ […] The post ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ appeared first on Dharitri Odia News.

ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ

ଗୋପାଳପୁର,୫ା୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଟାମଣା ଜଙ୍ଗଲରୁ ଗୋଳନ୍ଥରା ଥାନା ପୋଲିସ ବିପୁଳ ପରିମାଣର ଗୁଳି, ବାରୁଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଙ୍ଗାବାଡି ଗ୍ରାମର ପୂର୍ଣ୍ଣ ଗାୈଡ ଓରଫ ଚିଆଁ, ମେଦିନିପୁର ଗ୍ରାମର ଶଙ୍କର ପ୍ରଧାନ, ଦିଗପହଣ୍ଡି ଥାନା ଅଧୀନସ୍ଥ ବତରଝରି ଗ୍ରାମର ଭାଲିଆ ମଲିକ ଓ କହ୍ନେଇପୁର ଗ୍ରାମର ବୃନ୍ଦାବନ ମଲିକ। ଅଭିଯୁକ୍ତମାନେ ପୂର୍ବରୁ ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ କୁନା ବେହେରାଙ୍କ ସହଯୋଗୀ। ଶୁକ୍ରବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ, କୁନାଙ୍କ ସହଯୋଗୀ ଚିଆଁଙ୍କ ଗତିବିଧି ଉପରେ ଗୋଳନ୍ଥରା ପୋଲିସ ନଜର ରଖିଥିଲା। ଗୁରୁବାର ଅପରାହ୍ନରେ ବ୍ରହ୍ମପୁର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଏକ ସୂତ୍ରରୁ ଖବର ପାଇ ଗୋଳନ୍ଥରା ପୋଲିସ ସାହାର୍ଯ୍ୟରେ ଟାମଣା ଜଙ୍ଗଲରେ ଚଢାଉ କରି ସମସ୍ତଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ, ୧୨୫ଟି ଗୁଳି, ଛୁରରା ୧୦କେଜି, ଛୋଟ ଛୁରରା ୨୫ ଗ୍ରାମ, ବାରୁଦ ୨୦୦ ଗ୍ରାମ, ୨ଟି ହରିଣ ସିଘଂ, ୨୦୦ ଖୋକା ଆଦି ପୋଲିସ ଜବତ କରିଛି। ଚିଆଁ ଦିଗପହଣ୍ଡି ଓ ଗୋଳନ୍ଥରା ପୋଲିସକୁ ଆକ୍ରମଣ ମାମଲାରେ ସଂପୃକ୍ତ ରହିଥିଲା। ତାଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲାରେ ୮ଟି ମାମଲା, ଶଙ୍କରଙ୍କ ନାମରେ ୩ଟି ଓ ବୃନ୍ଦାବନଙ୍କ ନାମରେ ୨ଟି ମାମଲା ରହିଛି। ପୋଲିସ ଜବତ କରିଥିବା ୨ଟି ହରିଣ ସିଂଘ ବନ ବିଭାଗକୁ ହସ୍ତାନ୍ତର କରିଛି। ବନ ବିଭାଗ ମଧ୍ୟ ଏକ ମାମଲା ରୁଜୁ କରିଛି।

The post ଜଙ୍ଗଲରୁ ଗୁଳି, ବାରୁଦ ଜବତ: ୪ ଗିରଫ appeared first on Dharitri Odia News.