ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ
ଆନନ୍ଦପୁର : ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ। ବନ୍ଯଜନ୍ତୁ ଶିକାର ଉଦ୍ଦେଶ୍ଯରେ ରାତିଅଧରେ ଜଙ୍ଗଲରେ ଲୁଚିଥିବା ବେଳେ ଶିକାରୀଙ୍କୁ ଗିରଫ କଲା ବନବିଭାଗ। ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟର ଦଲକି ଅଞ୍ଚଳରେ ୨ଶିକାରୀ ଛପି ରହିଥିବା ଖବରପାଇ ଚଢଉ କରିଥିଲା ବନବିଭାଗ। କର୍ମଚାରୀମାନେ୨ ଶିକାରୀଙ୍କୁ କାବୁ କରିବା ସହ ସେମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଦେଖି ହୋସ ଉଡ଼ିଯାଇଥିଲା। ଶିକାରୀଙ୍କ ଠାରୁ ଏକ ଦେଶୀ ବନ୍ଧୁକ ସହ ବିଭିନ୍ନ ଧରଣର ୩୭ ରାଉଣ୍ଡ […] The post ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ appeared first on KNews Odisha.

ଆନନ୍ଦପୁର : ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ। ବନ୍ଯଜନ୍ତୁ ଶିକାର ଉଦ୍ଦେଶ୍ଯରେ ରାତିଅଧରେ ଜଙ୍ଗଲରେ ଲୁଚିଥିବା ବେଳେ ଶିକାରୀଙ୍କୁ ଗିରଫ କଲା ବନବିଭାଗ। ଆନନ୍ଦପୁର ଉପଖଣ୍ଡ ହଦଗଡ ହସ୍ତୀ ଅଭୟାରଣ୍ୟର ଦଲକି ଅଞ୍ଚଳରେ ୨ଶିକାରୀ ଛପି ରହିଥିବା ଖବରପାଇ ଚଢଉ କରିଥିଲା ବନବିଭାଗ। କର୍ମଚାରୀମାନେ୨ ଶିକାରୀଙ୍କୁ କାବୁ କରିବା ସହ ସେମାନଙ୍କ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଦେଖି ହୋସ ଉଡ଼ିଯାଇଥିଲା। ଶିକାରୀଙ୍କ ଠାରୁ ଏକ ଦେଶୀ ବନ୍ଧୁକ ସହ ବିଭିନ୍ନ ଧରଣର ୩୭ ରାଉଣ୍ଡ ଗୁଳି, ଗନ ପାଉଡର, ପଟାସ ପାଉଡର, ଧନୁତୀର, କାତି ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି। ୨ ଗିରଫ ଶିକାରୀଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଯାଇଛି।
The post ଜଙ୍ଗଲରୁ ମାରଣାସ୍ତ୍ର ସହ ୨ ଶିକାରୀ ଗିରଫ appeared first on KNews Odisha.