ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼
ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ ଜଣାପଡ଼ିନାହିଁ। ଆହତ ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି। ସୂଚନାଯୋଗ୍ୟ, ମହିଳା ଜଣକ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ। ଏହି ସମୟରେ ଏକ ଗୁଳି ତାଙ୍କର ଜଙ୍ଘକୁ ଭେଦ […] The post ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼ appeared first on Dharitri Odia News.
ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ ଜଣାପଡ଼ିନାହିଁ। ଆହତ ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଛି।
ସୂଚନାଯୋଗ୍ୟ, ମହିଳା ଜଣକ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ। ଏହି ସମୟରେ ଏକ ଗୁଳି ତାଙ୍କର ଜଙ୍ଘକୁ ଭେଦ କରି ଚାଲିଯାଇଥିଲା। ଏହାପରେ ମହିଳା ଜଣକ ପାଟି କରିବାରୁ ପାଖରେ ଥିବା ତାଙ୍କ ମା’ ଆସି ତାଙ୍କୁ ଘରକୁ ନେଇ ଆସିଥିଲେ। ଅର୍ଥ ଅଭାବ ସାଙ୍ଗକୁ ଅଶିକ୍ଷିତ ଯୋଗୁ ଝିଅକୁ ଗତକାଲି ଚିକିତ୍ସା ପାଇଁ ମେଡ଼ିକାଲ ଆଣି ନ ଥିଲେ। ଆଜି ସ୍ବପ୍ନାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ ଆଣିଥିଲେ। ଏହାପରେ ଘଟଣା ଲୋକଲୋଚନକୁ ଆସିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼ appeared first on Dharitri Odia News.