ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨୧ ଜଣଙ୍କ ନାଁରେ ଥାନାରେ ଅଭିଯୋଗ

ଚାନ୍ଦବାଲି ୦୩।୦୬ : ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତରେ ନିର୍ବାଚନ ପରେ ଦୁଇ ଗୋଷ୍ଟୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଏନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତରେ ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ରାଜନୈତିକ ହିଂସାକାଣ୍ଡରେ ଟିକମ ମାଝୀ ଗୁରୁତର ହୋଇଥିଲେ । ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଶେଷରେ ରବିବାର ଦିନ ଅପରାହ୍ନରେ ଟିକମ୍‌ ମାଝୀଙ୍କ ବଡ଼ ଭାଇ କାଳନ୍ଦୀ ମାଝି ଚାନ୍ଦବାଲି ଥାନରେ ୨୧ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ଆକ୍ରମଣ ଘଟଣାରେ ଯଦି ପୋଲିସ ସଂପୃକ୍ତ ଦୋଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ନକରେ । ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । 

ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୨୧ ଜଣଙ୍କ ନାଁରେ ଥାନାରେ ଅଭିଯୋଗ

ଚାନ୍ଦବାଲି ୦୩।୦୬ : ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତରେ ନିର୍ବାଚନ ପରେ ଦୁଇ ଗୋଷ୍ଟୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଏନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । 

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଖେରଙ୍ଗ ପଞ୍ଚାୟତରେ ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ରାଜନୈତିକ ହିଂସାକାଣ୍ଡରେ ଟିକମ ମାଝୀ ଗୁରୁତର ହୋଇଥିଲେ । ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଶେଷରେ ରବିବାର ଦିନ ଅପରାହ୍ନରେ ଟିକମ୍‌ ମାଝୀଙ୍କ ବଡ଼ ଭାଇ କାଳନ୍ଦୀ ମାଝି ଚାନ୍ଦବାଲି ଥାନରେ ୨୧ ଜଣଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି । 

ସେପଟେ ଅଭିଯୋଗ ପରେ ଚାନ୍ଦବାଲି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ଆକ୍ରମଣ ଘଟଣାରେ ଯଦି ପୋଲିସ ସଂପୃକ୍ତ ଦୋଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ନକରେ । ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।