ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

କୋରାପୁଟ,୯ା୧୨: କୋରାପୁଟ ଜିଲା ବନ୍ଧୁଗାଁ ଛାରପା ଗାଁରେ ଏକ ଅଭାବାନୀୟ କାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କ ଶବଦାହ ଚାଲିଥିବାବେଳେ ସେହି ନିଆଁରେ ଆଉ ଜଣଙ୍କୁ ଜିଅନ୍ତା ପୋଡ଼ି ମାରିଛନ୍ତି ପରିବାର ଲୋକେ। ଶନିବାର ସନ୍ଧ୍ୟାରେ ଗାଁରେ ଜଣଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ତେବେ ଗାଁର ଶିବ ମିଣିଆକା ଗୁଣି କରି ମାରି ଦେଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ପରେ ସେମାନେ ଶିବଙ୍କୁ ମାରି ସମ୍ପୃକ୍ତ ବ୍ୟକ୍ତିଙ୍କ ଜୁଇରେ ଏକାଠି ଜାଳିଦେଲେ। ଖାଲି ଏତିକି କାଣ୍ଡ […] The post ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ appeared first on Dharitri Odia News.

ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

କୋରାପୁଟ,୯ା୧୨: କୋରାପୁଟ ଜିଲା ବନ୍ଧୁଗାଁ ଛାରପା ଗାଁରେ ଏକ ଅଭାବାନୀୟ କାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କ ଶବଦାହ ଚାଲିଥିବାବେଳେ ସେହି ନିଆଁରେ ଆଉ ଜଣଙ୍କୁ ଜିଅନ୍ତା ପୋଡ଼ି ମାରିଛନ୍ତି ପରିବାର ଲୋକେ। ଶନିବାର ସନ୍ଧ୍ୟାରେ ଗାଁରେ ଜଣଙ୍କର ଅଚାନକ ମୃତ୍ୟୁ ହୋଇଥିଲା। ତେବେ ଗାଁର ଶିବ ମିଣିଆକା ଗୁଣି କରି ମାରି ଦେଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ପରେ ସେମାନେ ଶିବଙ୍କୁ ମାରି ସମ୍ପୃକ୍ତ ବ୍ୟକ୍ତିଙ୍କ ଜୁଇରେ ଏକାଠି ଜାଳିଦେଲେ।
ଖାଲି ଏତିକି କାଣ୍ଡ ଘଟାଇଥିଲେ ଏହି ନୃଶଂସମାନେ।। ପୋଲିସରେ ନ କହିବାକୁ ମଧ୍ୟ ମୃତ ଶିବଙ୍କ ପରିବାରକୁ ଧମକ ଦେଇଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ଘଟଣାସ୍ଥଳକୁ ପୋଲିସ ଯାଇ ତଦନ୍ତ କରିବ। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ।

The post ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ appeared first on Dharitri Odia News.