ଜନ ସମୁଦ୍ର ପାଲଟିଲା ଅଯୋଧ୍ୟା ନଗରୀ
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରୁ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ସୁଅ।
ଗତକାଲି ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟା ନଗରୀ ଜନ ସମୁଦ୍ର ପାଲଟିଯାଇଛି। ରାମଲଲାଙ୍କ ଟିକିଏ ଝଲକ ପାଇଁ ମନ୍ଦିର ସମ୍ମୁଖରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ରାତି ପ୍ରାୟ ତିନିଟାରୁ ଲାଗିଛି ଲମ୍ବା ଲାଇନ୍। ଦର୍ଶନ ବିଳମ୍ବ ହେଉଥିଲେ ବି ସଭିଏଁ ଭକ୍ତି ଭାବରେ ଅପେକ୍ଷା କରିଛନ୍ତି। ଲମ୍ବା ଲାଇନରେ ବି ରାମ ନାମ ଗାଇ ଝୁମୁଛନ୍ତି ଶ୍ରଦ୍ଧାଳୁ।