ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି, ୨୦୨୭ ମାର୍ଚ୍ଚ ପହିଲାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନଗଣନା ଏବଂ ଜାତି ଗଣନା ସହିତ ଜଡିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରାଳୟ। ଜନଗଣନା ଆଇନ ୧୯୪୮ ଅନୁଯାୟୀ ଅଧିସୂଚନା ଜାରି ହୋଇଛି। ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ଆରମ୍ଭ ହେବ। ଏବେ ଜନଗଣନା ସହିତ ଜଡିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ। ପ୍ରଥମେ କର୍ମଚାରୀ ନିଯୁକ୍ତି, ତାଲିମ, ଫର୍ମାଟ୍ ପ୍ରସ୍ତୁତିର ଯୋଜନା କରାଯିବ। ଦେଶରେ ପ୍ରଥମ ଥର ପାଇଁ, ଜନଗଣନା ଏବଂ ଜାତି ଗଣନା ଏକକାଳୀନ କରାଯାଉଛି।ପ୍ରତି ୧୦ ବର୍ଷରେ ଭାରତରେ ଜନଗଣନା କରାଯାଏ, ଯାହା ମାଧ୍ୟମରେ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ। ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଅଭ୍ୟାସ ମଧ୍ୟରୁ ଗୋଟିଏ। ଗୃହ ମନ୍ତ୍ରଣାଳୟ ଅଧୀନରେ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୁଏ। କରୋନା ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହା ୨୦୨୭ରେ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ

ଜନଗଣନା ପାଇଁ ପ୍ରକାଶ ପାଇଲା ଗେଜେଟ୍ ବିଜ୍ଞପ୍ତି, ୨୦୨୭ ମାର୍ଚ୍ଚ ପହିଲାରୁ ହେବ ଆରମ୍ଭ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନଗଣନା ଏବଂ ଜାତି ଗଣନା ସହିତ ଜଡିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରାଳୟ। ଜନଗଣନା ଆଇନ ୧୯୪୮ ଅନୁଯାୟୀ ଅଧିସୂଚନା ଜାରି ହୋଇଛି। ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ଆରମ୍ଭ ହେବ। ଏବେ ଜନଗଣନା ସହିତ ଜଡିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ। ପ୍ରଥମେ କର୍ମଚାରୀ ନିଯୁକ୍ତି, ତାଲିମ, ଫର୍ମାଟ୍ ପ୍ରସ୍ତୁତିର ଯୋଜନା କରାଯିବ। ଦେଶରେ ପ୍ରଥମ ଥର ପାଇଁ, ଜନଗଣନା ଏବଂ ଜାତି ଗଣନା ଏକକାଳୀନ କରାଯାଉଛି।

ପ୍ରତି ୧୦ ବର୍ଷରେ ଭାରତରେ ଜନଗଣନା କରାଯାଏ, ଯାହା ମାଧ୍ୟମରେ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ। ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଅଭ୍ୟାସ ମଧ୍ୟରୁ ଗୋଟିଏ। ଗୃହ ମନ୍ତ୍ରଣାଳୟ ଅଧୀନରେ ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ହୁଏ। କରୋନା ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା। ଏବେ ଏହା ୨୦୨୭ରେ ଆରମ୍ଭ ହେଉଛି। 

ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା ।

ଜନଗଣନା ପରେ, ସୀମା ନିର୍ଦ୍ଧାରଣ କମିଶନ ଗଠନ କରାଯିବ ଯାହା ଦ୍ଵାରା ଲୋକସଭା ଆସନକୁ ଜନସଂଖ୍ୟା ଅନୁସାରେ ବଣ୍ଟନ କରାଯାଇପାରିବ। ଦକ୍ଷିଣ ରାଜ୍ୟଗୁଡ଼ିକରେ ଏହା ନେଇ ବହୁତ ଅସୁବିଧା ହେଉଛି କାରଣ ସେଠାକାର ଜନସଂଖ୍ୟା ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ତୁଳନାରେ କମ୍। 

ଦେଶରେ ଜନଗଣନା ଦୁଇଟି ମୁଖ୍ୟ ପର୍ଯ୍ୟାୟରେ କରାଯାଏ। ଗୃହ ଗଣନା ଏବଂ ଜନଗଣନା। ଏଥର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ, ଯେଉଁଥିରେ ମୋବାଇଲ୍ ଆପ୍ ଏବଂ ସ୍ୱ-ଗଣନାର ବିକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।