ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ୨୦୨୪ ଉଦଘାଟିତ। ଫୁଲବାଣୀର କରୋନେସନ ପଡିଆ ଠାରେ ଆରମ୍ଭ ହୋଇ ଥିବା ମହୋତ୍ସବକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ମହୋତ୍ସବ ୩ ଦିନ ଧରି ଚାଲିବ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର […] The post ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ୨୦୨୪ ଉଦଘାଟିତ। ଫୁଲବାଣୀର କରୋନେସନ ପଡିଆ ଠାରେ ଆରମ୍ଭ ହୋଇ ଥିବା ମହୋତ୍ସବକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ମହୋତ୍ସବ ୩ ଦିନ ଧରି ଚାଲିବ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗଦେଇଥିଲେ। ପୂର୍ବରୁ ପ୍ରତି ବ୍ଲକରେ ଅନୁଷ୍ଠିତ ଜନଜାତି କ୍ରୀଡା ଓ ସାଂସ୍କୃତିକ ଉତ୍ସବର କୃତୀ ଖେଳାଳି ଓ କଳାକାରଙ୍କୁ ନେଇ ଏହି ମହୋତ୍ସବ ଆରମ୍ଭ ହୋଇଛି। ବିଲୁପ୍ତ ଆଦିବାସୀ କଳାର ପୁନଃରୁତ୍ଥାନ, କଳା କ୍ଷେତ୍ରରେ ଆଦିବାସୀମାନଙ୍କୁ ଆଗକୁ ଆଣିବା, ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାର ରେ ଆଦୃତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ।

The post ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.