ଜନତା ମଇଦାନରେ ଚାଲିଥିଲା କାର୍ଯ୍ୟକ୍ରମ, ଏପଟେ ହଠାତ୍‌ ଭୟଙ୍କର ଜାମ୍‌ ହୋଇଗଲା ଭୁବନେଶ୍ୱର

ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହୋଇଛି। ମୋଦିଙ୍କ ଓଡ଼ିଶା ଗସ୍ତର ସମସ୍ତ କାର୍ଯ୍ୟସୂଚୀ ଅନୁସାରେ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାରେ ୮୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୧ଜଣ ଡିସିପି ର଼୍ୟାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସ୍ପି, ୧୦୦ ଆଇଆଇସି […] The post ଜନତା ମଇଦାନରେ ଚାଲିଥିଲା କାର୍ଯ୍ୟକ୍ରମ, ଏପଟେ ହଠାତ୍‌ ଭୟଙ୍କର ଜାମ୍‌ ହୋଇଗଲା ଭୁବନେଶ୍ୱର appeared first on Dharitri Odia News.

ଜନତା ମଇଦାନରେ ଚାଲିଥିଲା କାର୍ଯ୍ୟକ୍ରମ, ଏପଟେ ହଠାତ୍‌ ଭୟଙ୍କର ଜାମ୍‌ ହୋଇଗଲା ଭୁବନେଶ୍ୱର

ଭୁବନେଶ୍ୱର,୧୭।୯: ସୁଭଦ୍ରା ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସି ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜନତା ମଇଦାନରେ ଅନୁଷ୍ଠିତ ହୋଇଛି। ମୋଦିଙ୍କ ଓଡ଼ିଶା ଗସ୍ତର ସମସ୍ତ କାର୍ଯ୍ୟସୂଚୀ ଅନୁସାରେ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷାରେ ୮୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୧୧ଜଣ ଡିସିପି ର଼୍ୟାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସ୍ପି, ୧୦୦ ଆଇଆଇସି ଓ ୩୦୦ ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିଥିଲେ। ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ ରହିଥିଲା।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଥିଲା। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏ ଜୟଦେବ ବିହାରରୁ ନାଲକୋ ଛକ, ନାଲକୋ ଛକରୁ ଜୟଦେବ ବିହାର ଯାଏ ଏହି କଟକଣା ବଳବତ୍ତର ରହିଥିଲା। ତେବେ ଏଥିପାଇଁ ସିଆରପି ଛକରୁ ଜୟଦେବ ବିହାର ଯାଏଁ ଭୟଙ୍କର ଭିଡ ଦେଖିବାକୁ ମିଳିଥିଲା। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ଟ୍ରାଫିକରେ ବହୁତ ଗାଡି ଜାମ୍‌ ରହିବା ସହ ଯାତାୟତ କରିବାରେ ଅସୁବିଧା ହୋଇଥିଲା।

The post ଜନତା ମଇଦାନରେ ଚାଲିଥିଲା କାର୍ଯ୍ୟକ୍ରମ, ଏପଟେ ହଠାତ୍‌ ଭୟଙ୍କର ଜାମ୍‌ ହୋଇଗଲା ଭୁବନେଶ୍ୱର appeared first on Dharitri Odia News.