ଜନ୍ମ କଲା ପୁଅକୁ ବଳି ଦେଉଥିଲେ ବାପା- ମା’, ଏବେ ପୋଲିସ୍ ହେପାଜତରେ

ଉଦଳା: ନିଜ ଜନ୍ମ କଲା ପିଲାକୁ କିଏ ବଳି ଦେବ କି? ହେଲେ ଏଠି ମା ଓ ବାପା ସାଜିଲେ ପିଶାଚ। ଠାକୁରାଣୀ ପାଖରେ ନିଜ ଜନ୍ମ କଲା ପୁଅ କୁ ବଳି ଦେବା ପାଇଁ ନେଇଗଲା। କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ। ମଙ୍ଗଳବାର ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ। ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା କରିଥିଲେ। ଖୋଦ ବିକାଶ ମାରାଣ୍ଡିର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ବିକାଶ ଖସି ଆସି ଦୌଡ଼ିଥିଲା। କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା। ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ମାବାପାକୁ ଧରିବାକୁ ଉଦ୍ୟମ କରିଥିଲେ ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ଭୟଭୀତ ଅବସ୍ଥାରେ ନାବାଳକ ଜଣକ ଯୁବକମାନଙ୍କ ଆଗରେ କହିଥିଲା ସମସ୍ତ ଘଟଣା। Also Read-କଟକରୁ ୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ବେପାରୀ ଗିରଫ ତେବେ ଲୋକଙ୍କ ହାତରୁ ଖସିଯାଇ ପିଶାଚ

ଜନ୍ମ କଲା ପୁଅକୁ ବଳି ଦେଉଥିଲେ ବାପା- ମା’, ଏବେ ପୋଲିସ୍ ହେପାଜତରେ

ଉଦଳା: ନିଜ ଜନ୍ମ କଲା ପିଲାକୁ କିଏ ବଳି ଦେବ କି? ହେଲେ ଏଠି ମା ଓ ବାପା ସାଜିଲେ ପିଶାଚ। ଠାକୁରାଣୀ ପାଖରେ ନିଜ ଜନ୍ମ କଲା ପୁଅ କୁ ବଳି ଦେବା ପାଇଁ ନେଇଗଲା। କୌଶଳକ୍ରମେ ପୁଅ ଖସି ଆସିବାରୁ ଖୋଲିଗଲା ମା ବାପାଙ୍କ ଅସଲ ମୁଖା। ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା କୁକୁନ୍ଦରାଣୀ ହୁଡ଼ି ନିକଟରେ।

ମଙ୍ଗଳବାର ରାତିରେ ଉଦଳା ଥାନା ଛୋଟରାଏପୁର ଅଂଚଳର ସିଦ୍ଧ ମାରାଣ୍ଡି ଏବଂ ଫୁଲ ମାରାଣ୍ଡି ନିଜ ୭ ବର୍ଷର ପୁଅ ବିକାଶ ମାରାଣ୍ଡିକୁ ମାମୁଁ ଘରକୁ ବୁଲାଇ ନେବେ କହି କପ୍ତିପଦା ଥାନା ନୁଦଡିହା ଅଂଚଳକୁ ନେଇ ଯାଇଥିଲେ। ସେଠାରେ ମାମୁଁ ଘରକୁ ନେବା ବଦଳରେ ପାହାଡ଼ ନିକଟରେ ଥିବା କୁକୁନ୍ଦରାଣୀ ହୁଡ଼ିକୁ ନେଇ ସେଠାରେ ବଳି ଦେବା ନିମନ୍ତେ ବେକରେ ଛୁରୀ ଲଗାଇବା ସହିତ ପୂଜାର୍ଚ୍ଚନା କରିଥିଲେ। ଖୋଦ ବିକାଶ ମାରାଣ୍ଡିର ବାପା ସିଦ୍ଧ ମାରାଣ୍ଡି ବଳି ପକାଇବାକୁ ଉଦ୍ୟମ କରିଥିବା ବେଳେ ସେଠାରୁ ବିକାଶ ଖସି ଆସି ଦୌଡ଼ିଥିଲା। କିଛି ବାଟ ଯିବା ପରେ ସ୍ଥାନୀୟ ଯୁବକଙ୍କ ହାବୁଡ଼ରେ ପଡିଥିଲା। ଯୁବକମାନେ ନାବାଳକକୁ ଉଦ୍ଧାର କରିବା ପରେ ତାର ମାବାପାକୁ ଧରିବାକୁ ଉଦ୍ୟମ କରିଥିଲେ ହେଲେ ତାଙ୍କୁ ଧରିବାରେ ବିଫଳ ହୋଇଥିଲେ। ଭୟଭୀତ ଅବସ୍ଥାରେ ନାବାଳକ ଜଣକ ଯୁବକମାନଙ୍କ ଆଗରେ କହିଥିଲା ସମସ୍ତ ଘଟଣା।

Also Read-କଟକରୁ ୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ବେପାରୀ ଗିରଫ

ତେବେ ଲୋକଙ୍କ ହାତରୁ ଖସିଯାଇ ପିଶାଚ ବାପାମାଆ ନିକଟସ୍ଥ ହାଣ୍ଡିଫୁଟା ଜଙ୍ଗଲରେ ରାତିତମାମ ରହିବା ପରେ ବୁଧବାର ସକାଳେ ରାସ୍ତାକୁ ବାହାରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଅଟକାଇ ପୋଲିସ୍‌କୁ ଖବର ଦେଇଥିଲେ । ନୁଦଡିହା ଫାଣ୍ଡିରୁ ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଉଭୟ ପିଶାଚ ବାପାମାଆଙ୍କ ହାତରେ ଦୌଡି ବାନ୍ଧି ସେମାନଙ୍କୁ ଫାଣ୍ଡିକୁ ନେଇଥିଲା । ହେଲେ ପୋଲିସ୍ କର୍ମଚାରୀ ଜଣକ ଉଭୟ ବାପାମାଆଙ୍କୁ ପାଖାପାଖି ଦୁଇ କିଲୋମିଟର ଡହ ଡହ ଖରାରେ ଚଲାଇ ଚଲାଇ ନେବା ପରେ ଏକ ଅଟୋରେ ଫାଣ୍ଡିକୁ ନେଇଥିଲା । ଅନ୍ୟପଟେ ଉଦ୍ଧାର ହୋଇଥିବା ନାବାଳକ ଏବେ ବି ସ୍ଥାନୀୟ ଯୁବକଙ୍କ ପାଖରେ ରହିଛି । ତେବେ ସେମାନେ ତାଙ୍କ ପୁଅକୁ ବଳି ଦେବାକୁ ଆଣି ନ ଥିବା କହିଛନ୍ତି ଉଭୟ ପିଶାଚ ବାପାମାଆ । ତେଣେ ପିଶାଚ ବାପା ପୁଅ କୁଆଡେ ହଜିଯାଇଛି ବୋଲି କହିଛନ୍ତି । ଏବେ ଉଭୟ ପିଶାଚ ବାପା ସିଦ୍ଧ ମାରାଣ୍ଡି ଏବଂ ମାଆ ଫୁଲ ମାରାଣ୍ଡି ପୋଲିସ କବଜାରେ।

The post ଜନ୍ମ କଲା ପୁଅକୁ ବଳି ଦେଉଥିଲେ ବାପା- ମା’, ଏବେ ପୋଲିସ୍ ହେପାଜତରେ appeared first on Prameya News7.