ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୩।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମିଳୁନାହିଁ ଜନ୍ମମୃତ୍ୟୁ ପ୍ରମାଣପତ୍ର । ବ୍ଲକର ୨୪ ଗୋଟି ପଞ୍ଚାୟତବାସୀ ଯାହାକି ଦୁରଦୂରାନ୍ତ ଅଞ୍ଚଳର ହିତାଧିକାରୀ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇବାରୁ ଦିନକୁ ଦିନ ଆହୁରି ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ଏମିତି କି ବାରମ୍ବାର କାର୍ଯ୍ୟାଳୟ ଆସି ଦେଖଖିଲେ ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲିଥାଏ। କିଏ ସପ୍ତାହ ଯାକ ତ […] The post ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ appeared first on Dharitri Odia News.

ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ

ଥୁଆମୂଳ ରାମପୁର,୩।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କୁ ମିଳୁନାହିଁ ଜନ୍ମମୃତ୍ୟୁ ପ୍ରମାଣପତ୍ର । ବ୍ଲକର ୨୪ ଗୋଟି ପଞ୍ଚାୟତବାସୀ ଯାହାକି ଦୁରଦୂରାନ୍ତ ଅଞ୍ଚଳର ହିତାଧିକାରୀ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପାଇବାରୁ ଦିନକୁ ଦିନ ଆହୁରି ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ଏମିତି କି ବାରମ୍ବାର କାର୍ଯ୍ୟାଳୟ ଆସି ଦେଖଖିଲେ ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗ କାର୍ଯ୍ୟାଳୟରେ ତାଲା ଝୁଲିଥାଏ। କିଏ ସପ୍ତାହ ଯାକ ତ କିଏ ମାସ ମାସ ଧରି ଦୌଡି ଦୌଡ଼ି ନୟାନ୍ତ ହେଉଥିବା ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ମେଡିକାଲରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମମୃତ୍ୟୁ ପ୍ରମାଣପତ୍ର ନିମନ୍ତେ ଗତ ଜାନୁଆରୀରେ ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଜିଲା ଭିଜିଲାନ୍ସ ବିଭାଗ କେସ ନଂ ୧/୨୫ ରେ ଏକ ମାମଲା ରୁଜୁ କରି ଉକ୍ତ ଅଧିକାରୀଙ୍କୁ ସସ୍‌ପେଣ୍ଡ କରିଥିବା ସୂଚନା ରହିଛି। ହେଲେ ସେହିଦିନଠାରୁ ଜନ୍ମମୃତ୍ୟୁ ପଞ୍ଜିକରଣ ଅଫିସରେ ତାଲା ଝୁଲିଛି। ଏଯାଏ କୌଣସି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇ ନାହିଁ।

ଯାହାଫଳରେ ବ୍ଲକବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଶିଶୁମାନଙ୍କ ଆଧାରକାର୍ଡ ଲାଗି ଜନ୍ମ ପ୍ରମାଣ ପତ୍ର ଦରକାର ପଡୁଥିବା ବେଳେ ସୁବିଧା ପାଇବାରୁ ବଞ୍ଚିତ ରହୁଛନ୍ତି। ବିଧବାଙ୍କୁ ଭତ୍ତା ନିମନ୍ତେ ସ୍ଥାନୀୟ ମେଡିକାଲରୁ ସ୍ବାମୀଙ୍କ ମୃତ୍ୟୁ ସାର୍ଟିଫିକେଟ ଦରକାର ପଡୁଛି। ଠିକ୍‌ ସେହିଭଳି ସ୍କୁଲରେ ନାମ ଲେଖାପାଇଁ ଛାତ୍ରୀଛାତ୍ରଙ୍କୁ ଜନ୍ମ ପ୍ରମାଣପତ୍ରର ଆବଶ୍ୟକତା ପଡୁଛି। ସରକାରୀ ପ୍ରମାଣପତ୍ର ଲାଗି ଲୋକେ ହଇରାଣ ହେଉଛନ୍ତି। ଅଫିସରେ ବିଭିନ୍ନ କ୍ଷେତ୍ରରେ ଆଧାର ସହ ଜନ୍ମ ସାର୍ଟିଫିକେଟ ଦରକାର ପଡୁଥିବାବେଳେ ଆତ୍ମହତ୍ୟା, ଦୁର୍ଘଟଣା, ହତ୍ୟାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇବା ପାଇଁ ପରିବାର ଲୋକ ଯେତେ ଚେଷ୍ଟା କଲେ ମଧ୍ୟ ଏହାର ସୁବିଧା ପାଇପାରୁ ନାହାନ୍ତି। ଅନେକ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସ ଅଫିସରେ କୌଣସି ଅଧିକାରୀ ନଥିବାରୁ ନିରାଶ ହୋଇ ଫେରିଥାନ୍ତି। ଏଥପ୍ରତି ଜିଲା ପ୍ରଶାସନ କି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ କଥା ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି l ହେଲେ କେଉଁ କାରଣରୁ ଏହି ବିଭାଗରେ କୌଣସି କର୍ମଚାରୀଙ୍କୁ ଏଯାଏ ଦାୟିତ୍ୱ ଦିଆଯାଇନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତୁରନ୍ତ ଏଥପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ ଲାଗି ଜଣେ ସରକାରୀ କର୍ମଚାରୀଙ୍କୁ ଦାୟିତ୍ ଦେବା ପାଇଁ ସାଧାରଣରେ ଦାବି ହେଉଛି । ଏ ସଂପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନୀତିଶ କୁମାର ଝାଙ୍କୁ ପଚାରିଲେ ଆମେ ଏ ବିଷୟରେ ଜିଲା ଅଧିକାରୀଙ୍କୁ ଜଣାଇଛୁ, ଏହା ଆମ ହାତରେ କିଛି ନାହିଁ ଯାହା କରିବେ ଜିଲା ସ୍ବାସ୍ଥ୍ୟ ବିଭାଗ କରିବେ ବୋଲି ଉତ୍ତର ରଖିଛନ୍ତି l

The post ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଝୁଲୁଛି ତାଲା, ଲୋକେ ହନ୍ତସନ୍ତ appeared first on Dharitri Odia News.