ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା ଓରଫ ରାଜୁ (୩୦)। ପଟିଆ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ମନ୍ଦିର ପରିସରରୁ ମଙ୍ଗଳବାର ଅପରାହ୍ନରେ ରାଜୁଙ୍କ ମୃତଦେହକୁ ପୋଲିସ ଜବତ କରିଛି। ତେବେ ରାଜୁଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ରାଜୁଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ନବକିଶୋର ବେହେରା ଇନ୍‌ଫୋସିଟି ଥାନାରେ ଏତଲା […] The post ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ… appeared first on Dharitri Odia News.

ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ…

ଭୁବନେଶ୍ୱର,୨୨ା୧୦(ସତ୍ୟଜିତ୍‌ ରାଉତ)-ରାଜଧାନୀ ଭୁବନେଶ୍ୱରର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ପଥଗାଡିଆ ଅଞ୍ଚଳର ସୁଶାନ୍ତ ବେହେରା ଓରଫ ରାଜୁ (୩୦)। ପଟିଆ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ନିର୍ମାଣଧିନ ମନ୍ଦିର ପରିସରରୁ ମଙ୍ଗଳବାର ଅପରାହ୍ନରେ ରାଜୁଙ୍କ ମୃତଦେହକୁ ପୋଲିସ ଜବତ କରିଛି। ତେବେ ରାଜୁଙ୍କ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି। ରାଜୁଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ନବକିଶୋର ବେହେରା ଇନ୍‌ଫୋସିଟି ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ରାଜୁ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ। ତାଙ୍କର ଗୋଟିଏ ପୁଅ ଥିବାବେଳେ ସ୍ତ୍ରୀ ଏବେ ଗର୍ଭବତୀ ଅଛନ୍ତି। ସୋମବାର ରାଜୁଙ୍କ ଜନ୍ମଦିନ ଥିଲା। ସାରେ ଘରେ ଜନ୍ମଦିନ ପାଳନ କରାଯିବା ପାଇଁ ପ୍ରସ୍ତୁତି ହୋଇଥିଲା। ଅପରାହ୍ନ ୨ଟା ବେଳେ ଘରୁ କୌଣସି ଏକ କାମରେ ରାଜୁ ବାହାରକୁ ଆସିଥିଲେ। ହେଲେ ସେ ଆଉ ଫେରି ନ ଥିଲେ। ରାତି ହେବାରୁ ପରିବାର ଲୋକ ଚିନ୍ତାରେ ପଡିଥିଲେ। ରାଜୁଙ୍କ ମୋବାଇଲକୁ ବାରମ୍ବାର କଲ୍‌ କରାଯାଇଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ମଙ୍ଗଳବାର ଅପରାହ୍ନରେ ଉକ୍ତ ମନ୍ଦିର ପରିସରରେ ରାଜୁଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

The post ଜନ୍ମଦିନରେ ଘରକୁ ଫେରିଲେ ନାହିଁ; ମନ୍ଦିର ପରିସରରୁ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ… appeared first on Dharitri Odia News.