ଜବର ଦଖଳରେ ଜର୍ଜ ହାଇସ୍କୁଲ ପଡ଼ିଆ: ବିଧାୟକ ଓ ଜିଲ୍ଲାପାଳଙ୍କୁ ଶତବାର୍ଷିକୀ କମିଟି ଦେଲେ ଦାବିପତ୍ର
ସମ୍ବଲପୁର: ବରଗଡ଼ଜିଲ୍ଲାର ସର୍ବ ପୂରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ସଂଲଗ୍ନ ପଡ଼ିଆକୁ ପୂର୍ବରୁ ବିଦ୍ୟୁତ ବିଭାଗ ବିନା ଅନୁମତିରେ ଦୁଇଟି ସ୍ଥାନରେ ଟ୍ରାନ୍ସଫର୍ମର ନିର୍ମାଣ କରି ପଡିଆକୁ ଅକ୍ତିଆର କରି ସଙ୍କୁଚିତ କରିଥିବା ବେଳେ ଏବେ ଜନସ୍ବାସ୍ଥ୍ୟ ବିଭାଗ ଟାଙ୍କି ନିର୍ମାଣ ସକାଶେ ଅନଧିକାର ଅକ୍ତିଆର କରି ଦୁଇଟି ଜେ.ସି.ବି ରେ କାମ ଆରମ୍ଭ କରୁଥିବାରୁ ଜର୍ଜ ହାଇସ୍କୁଲର ପୁର୍ବତନ ଛାତ୍ରସମୂହ ଗତ ଅକ୍ଟୋବର ୦୧.ତାରିଖ ଦିନ ବହୁ ସଂଖ୍ୟାରେ ପଡ଼ିଆରେ ଉପସ୍ଥିତ ହୋଇ ଏହି ନିର୍ମାଣ […] The post ଜବର ଦଖଳରେ ଜର୍ଜ ହାଇସ୍କୁଲ ପଡ଼ିଆ: ବିଧାୟକ ଓ ଜିଲ୍ଲାପାଳଙ୍କୁ ଶତବାର୍ଷିକୀ କମିଟି ଦେଲେ ଦାବିପତ୍ର appeared first on Odisha.News.

ସମ୍ବଲପୁର: ବରଗଡ଼ଜିଲ୍ଲାର ସର୍ବ ପୂରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ସଂଲଗ୍ନ ପଡ଼ିଆକୁ ପୂର୍ବରୁ ବିଦ୍ୟୁତ ବିଭାଗ ବିନା ଅନୁମତିରେ ଦୁଇଟି ସ୍ଥାନରେ ଟ୍ରାନ୍ସଫର୍ମର ନିର୍ମାଣ କରି ପଡିଆକୁ ଅକ୍ତିଆର କରି ସଙ୍କୁଚିତ କରିଥିବା ବେଳେ ଏବେ ଜନସ୍ବାସ୍ଥ୍ୟ ବିଭାଗ ଟାଙ୍କି ନିର୍ମାଣ ସକାଶେ ଅନଧିକାର ଅକ୍ତିଆର କରି ଦୁଇଟି ଜେ.ସି.ବି ରେ କାମ ଆରମ୍ଭ କରୁଥିବାରୁ ଜର୍ଜ ହାଇସ୍କୁଲର ପୁର୍ବତନ ଛାତ୍ରସମୂହ ଗତ ଅକ୍ଟୋବର ୦୧.ତାରିଖ ଦିନ ବହୁ ସଂଖ୍ୟାରେ ପଡ଼ିଆରେ ଉପସ୍ଥିତ ହୋଇ ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ବନ୍ଦ କରାଯାଇଥିଲା।
ପୁଣି ଆଜି ଜର୍ଜ ହାଇସ୍କୁଲ ଶତବାର୍ଷିକୀ କମିଟି ଏକ ଲିଖିତ ଦାବିପତ୍ର ନେଇ ଜିଲ୍ଲାପାଳ ଓ ବିଧାୟକଙ୍କୁ ଭେଟି ଏହି ନିର୍ମାଣ କାମ ଜର୍ଜ ହାଇସ୍କୁଲ ପଡ଼ିଆ ମଧ୍ୟରେ ନ କରି ଅନ୍ୟତ୍ର କରିବାକୁ ଦାବି ଜଣାଇଥିଲେ ।
ଏହି ନିର୍ମାଣ କାର୍ଯ୍ୟ କାହା ନିର୍ଦ୍ଦେଶରେ ଆରମ୍ଭ କରାଯାଇଛି ଏହାର ଉଚିତ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ ।
ଭବିଷ୍ୟତରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କୁ ପୂରାତନ ଛାତ୍ର ସଂସଦ ବିରୋଧ କରିବ ବୋଲି ଶତବାର୍ଷିକୀ ଆଲୁମିନି କମିଟି ଚେତାବନୀ ଦେଇଛନ୍ତି !
କୈାଣସି ପ୍ରକାର ଲିଖିତ ଅନୁମତି ନ ଥାଇ କିପରି ଏତେବଡ଼ ଜାଗାକୁ ଅକ୍ତିଆର କରାଯାଉଅଛି ତାହା ବୁଝା ପଡୁନାହିଁ !
ପୁରାତନ ଛାତ୍ର ସଂସଦ, ଜର୍ଜ ହାଇସ୍କୁଲ ଶିକ୍ଷକ ବୃନ୍ଦ ଏବଂ ଏଠାରେ ପାଠ ପଢୁଥିବା ଓ ଖେଳୁଥିବା ଛାତ୍ରମାନେ ଜର୍ଜ ହାଇସ୍କୁଲ ପଡ଼ିଆରେ କୈାଣସି ପ୍ରକାର ନିର୍ମାଣକୁ ବିରୋଧ କରିଵେ।
ଏଠାରେ ଉଲ୍ଲେଖନୀୟ ବିଷୟ ହେଉଛି, ନିୟମାନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଏହି ପଡିଆକୁ ବ୍ୟବହାର କରିବା ପାଇଁ ଲିଖିତ ଅନୁମତି ନେବା ସହିତ ୟୁଜର୍ସ ଫି ଦାଖଲ କରିବା କଥା। କିନ୍ତୁ, ବିଭିନ୍ନ ସମୟରେ ସରକାରୀ ବିଭାଗ ତଥା ବେସରକାରୀ କାର୍ଯ୍ୟକ୍ରମ ମନଇଚ୍ଛା ଚାଲିଛି। ଏହାକୁ ପୁରାତନ ଛାତ୍ରମାନେ ନାପସନ୍ଦ କରିଛନ୍ତି।
ଜନସ୍ୱାସ୍ଥ୍ୟ ବିଭାଗର ଏତାଦୃଶ ନିର୍ମାଣ କାର୍ଯ୍ୟ ଏକ ଅଶାନ୍ତ ପରିବେଶକୁ ନିମନ୍ତ୍ରଣ କରୁଛି। ଏହାଦ୍ବାରା ଭବିଷ୍ୟତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ପୂର୍ବତନ ଛାତ୍ରମାନେ ପ୍ରକାଶ କରିଥିଲେ ।
The post ଜବର ଦଖଳରେ ଜର୍ଜ ହାଇସ୍କୁଲ ପଡ଼ିଆ: ବିଧାୟକ ଓ ଜିଲ୍ଲାପାଳଙ୍କୁ ଶତବାର୍ଷିକୀ କମିଟି ଦେଲେ ଦାବିପତ୍ର appeared first on Odisha.News.