ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ ବିଜେଡି ରେ ସାମିଲ।
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ କଂଗ୍ରେସ ଦଳ ର ଦୁର୍ଯୋଧନ ଗର୍ଡ଼ିଆ ବିଜେଡିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଦିନ ଭୁବନେଶ୍ୱର ଶଙ୍ଖ ଭବନ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ କଂଗ୍ରେସ ଦଳ ର ଦୁର୍ଯୋଧନ ଗର୍ଡ଼ିଆ, ତାଙ୍କ ପୁଅ ବିଭୂତି ଗାର୍ଡିଆ ଙ୍କ ସହ ତାଙ୍କର ବହୁ […] The post ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ ବିଜେଡି ରେ ସାମିଲ। appeared first on Odisha.News.
ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ କଂଗ୍ରେସ ଦଳ ର ଦୁର୍ଯୋଧନ ଗର୍ଡ଼ିଆ ବିଜେଡିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଦିନ ଭୁବନେଶ୍ୱର ଶଙ୍ଖ ଭବନ ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ କଂଗ୍ରେସ ଦଳ ର ଦୁର୍ଯୋଧନ ଗର୍ଡ଼ିଆ, ତାଙ୍କ ପୁଅ ବିଭୂତି ଗାର୍ଡିଆ ଙ୍କ ସହ ତାଙ୍କର ବହୁ ସମର୍ଥକ ବିଜେଡି ରେ ଯୋଗ ଦେଇଥିଲେ। ପୁର୍ବତନ ବିଧାୟକ ଙ୍କ ବିଜେଡିରେ ଯୋଗଦାନ ବିଷୟରେ ରେଙ୍ଗାଲି ବିଜେଡି ବ୍ଲକ ସଭାପତି ଅଶୋକ ଗୁରୁ ଙ୍କୁ ପଚାରିବାରୁ ସେ ତାଙ୍କୁ ଦଳରେ ସ୍ବାଗତ କରିବା ସହ ତାଙ୍କ ଯୋଗ ଦାନ ଫଳରେ ଦଳ ଆହୁରି ସୁଦୃଢ ହେବ ଓ ଆଗମୀ ନିର୍ବାଚନ ରେ ବିଜୟ ସୁନିଶ୍ଚିତ ହେବ ବୋଲି ପ୍ରକାଶ କରିଛନ୍ତି।
The post ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଧାୟକ ବିଜେଡି ରେ ସାମିଲ। appeared first on Odisha.News.