ଜମି ବିବାଦରରୁ ମରଣାନ୍ତକ ଆକ୍ରମଣ ୧ ମୃତ ୪ ଆହତ

ଆଳି : ଜମି ବିବାଦରୁ ମହିଳାଙ୍କୁ ଶାବଳରେ ପିଟି ହତ୍ୟା I ଏହି ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି I କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଘଟିଛି ଏହି ଅଘଟଣ । ମୃତ ମହିଳା ହେଉଛନ୍ତି ୫୨ ବର୍ଷିୟା ସୁଶୀଳା ନାୟକ । ତାଂକ ପଡୋଶୀ ସୁନାକାର ନାୟକ ସୁଶୀଳାଙ୍କୁ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି I ସୂଚନାନୁସାରେ, ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ […]

ଜମି ବିବାଦରରୁ ମରଣାନ୍ତକ ଆକ୍ରମଣ ୧ ମୃତ ୪ ଆହତ
ଜମି ବିବାଦରରୁ ମରଣାନ୍ତକ ଆକ୍ରମଣ ୧ ମୃତ ୪ ଆହତ

ଆଳି : ଜମି ବିବାଦରୁ ମହିଳାଙ୍କୁ ଶାବଳରେ ପିଟି ହତ୍ୟା I ଏହି ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି I କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ ଘଟିଛି ଏହି ଅଘଟଣ । ମୃତ ମହିଳା ହେଉଛନ୍ତି ୫୨ ବର୍ଷିୟା ସୁଶୀଳା ନାୟକ । ତାଂକ ପଡୋଶୀ ସୁନାକାର ନାୟକ ସୁଶୀଳାଙ୍କୁ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି I

ସୂଚନାନୁସାରେ, ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ସୁନାକାର ନାୟକ ଏକ ପାଇଖାନା ନିର୍ମାଣ କରିଥିଲେ। ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବିବାଦ ଲାଗି ରହିଥିଲା । ଆଜି ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିଲେ। କିନ୍ତୁ ଏହିଘଟଣାର ସମାଧାନ ପାଇଁ ପୋଲିସ କିଛି ଅଧିକ ସାକ୍ଷୀ ଆଣିବା ପାଇଁ କହି ଉଭୟ ପକ୍ଷ ଙ୍କୁ ଘରକୁ ପଠାଇ ଦେଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଞ୍ଚିବା ପରେ ତାଙ୍କ ପଡୋଶୀ ରକ୍ତମୁଖା ହୋଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକଙ୍କ ଆକ୍ରମଣରେ ସୁଶୀଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ମଧ୍ୟ ଆହତ ହୋଇଥିଲେ। ଏମିତିକି ଆହତମାନଙ୍କୁ ନେଇ ହସ୍ପିଟାଲ ଆସୁଥିବା ଆମ୍ବୁଲାନ୍ସକୁ ଆକ୍ରମଣକାରୀ କିଛି ସମୟ ଅଟକାଇ ଦେଇଥିଲେ। ଆହତ ମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପେର ଡାକ୍ତର ସୁଶୀଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆହତ ମନୋରଞ୍ଜନ ଓ ପବିତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଥିବା ଜଣାପଡ଼ିଛି ।