ଜମି ବିବାଦରୁ ଗଡ଼ିଲା ମୁଣ୍ଡ

ନୟାଗଡ଼ : ଜମିବାଡ଼ିକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ । ବାପା ଆଗରେ ବଡ଼ ପୁଅର ମୁଣ୍ଡ ଗଡିଥିବାବେଳେ ସାନ ପୁଅ ଓ ବାପା ଗୁରୁତର ହୋଇ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଉଛନ୍ତି ଜଗଦ୍ଦେବ ପରିଡାଙ୍କ ବଡ଼ ପୁଅ ଦଣ୍ଡପାଣି ପରିଡା । ଆହତ ମାନେ ହେଲେ ଜଗଦ୍ଦେବ ପରିଡା ଓ ସାନ ପୁଅ ପ୍ରମୋଦ ପରିଡା । ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ଇଟାମାଟି ଥାନା ଭୁତଡିହି ଗାଁରେ । ପରିଡା […]

ଜମି ବିବାଦରୁ ଗଡ଼ିଲା ମୁଣ୍ଡ
ଜମି ବିବାଦରୁ ଗଡ଼ିଲା ମୁଣ୍ଡ

ନୟାଗଡ଼ : ଜମିବାଡ଼ିକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ । ବାପା ଆଗରେ ବଡ଼ ପୁଅର ମୁଣ୍ଡ ଗଡିଥିବାବେଳେ ସାନ ପୁଅ ଓ ବାପା ଗୁରୁତର ହୋଇ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଉଛନ୍ତି ଜଗଦ୍ଦେବ ପରିଡାଙ୍କ ବଡ଼ ପୁଅ ଦଣ୍ଡପାଣି ପରିଡା । ଆହତ ମାନେ ହେଲେ ଜଗଦ୍ଦେବ ପରିଡା ଓ ସାନ ପୁଅ ପ୍ରମୋଦ ପରିଡା । ଘଟଣା ଘଟିଛି ନୟାଗଡ଼ ଜିଲ୍ଲାର ଇଟାମାଟି ଥାନା ଭୁତଡିହି ଗାଁରେ । ପରିଡା ଓ ରାଉତ ପରିବାରର ଜମି ବିବାଦରୁ ଏହି ଭୟଙ୍କର ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

ଘଟନାନୁସାରେ, ଇଟାମାଟି ଥାନାର ଲାଠିପଡ଼ା ଗାଁର ଜଗଦେବ ପରିଡା ଓ ଭୂତଡିହି ଗ୍ରାମର ଜଗୁ ରାଉତଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା । ଜଗଦ୍ଦେବ ପରିଡାଙ୍କ ଜମିରୁ କିଛି ଅଂଶ ଜଗୁ ରାଉତ ମାଡି ବସିଥିଲେ । ଏହି ଘଟଣାରେ ଉଭୟ ପରିବାର ମଧ୍ୟରେ ମଝିରେ ମଝିରେ ଗଣ୍ଡଗୋଳ ହୋଇଥାଏ । ତେବେ ଆଜି ଗାଁ କମିଟି ମାଧ୍ୟମରେ ମାମଲା ସମାଧାନର ପ୍ରସ୍ତାବ ରହିଥିଲା । ଏହା ପୂର୍ବରୁ ଗତକାଲି ଅପରାହ୍ଣରେ ଜଗଦ୍ଦେବ ପରିଡାଙ୍କ ୨ ପୁଅ ବିଲକୁ ଯାଇଥିବା ବେଳେ ଜଗୁ ରାଉତଙ୍କ ପରିବାର ମିଶି ଜଗଦ୍ଦେବ ପରିଡାଙ୍କୁ ଆକ୍ରମଣ କରିଥିଲେ । ଗାଁରେ ଗଣ୍ଡଗୋଳ ହେଉଥିବା ପାଟି ଶୁଣି ଜଗଦ୍ଦେବ ପରିଡାଙ୍କ ୨ ପୁଅ ଘରକୁ ଫେରିଥିଲେ । ଏହି ସମୟରେ ତାଙ୍କ ବାଙ୍କୁ ଆକ୍ରମଣ ହେଉଥିବାର ଦେଖି ବଡ଼ ପୁଅ ଦଣ୍ଡପାଣି ଉଦ୍ଧାର କରିବାକୁ ଯାଇଥିବା ବେଳେ,ଖଣ୍ଡା ଚୋଟରେ ଟଳିପଡିଥିଲେ । ଏହା ଦେଖି ସାନ ଭାଇ ପ୍ରମୋଦ ବଡ଼ ଭାଇକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ । ଆକ୍ରମଣରେ ଜଗଦେବଙ୍କ ବଡ଼ ପୁଅ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ସାନ ଭାଇ ଓ ବାପା ଗୁରୁତର ଆହତ ହୋଇଛନ୍ତି । ପୁଲିସ ଶବ ଜବତ କରିଛି ତଦନ୍ତ ଆରମ୍ଭ କରିଛି ।