ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା; ସରପଞ୍ଚଙ୍କ ସ୍ବାମୀ ଗୁରୁତର

ସିଲିଗୁଡ଼ି: ଶନିବାର ବିଳମ୍ବିତ ରାତିରେ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତାଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଇସଲାପୁର ଠାରୁ ୧୨ କିମି ଦୂର ଶ୍ରୀକ୍ରିଷ୍ଣାପୁର ଠାରେ ଏହି ଘଟଣା ଘଟିଛି। ଶନିବାର ରାତି ପ୍ରାୟ ୯ଟାରେ ଏକ ରାସ୍ତାକଡ଼ ହୋଟେଲ୍‌ରେ ଇସଲାମପୁରର ସମିତି ସଦସ୍ୟ ବାପି ରାୟ (୩୫) ଓ ଅନ୍ୟଜଣେ ସ୍ଥାନୀୟ ଟିଏମ୍‌ସି ନେତା ତଥା ଇସଲାମ୍‌ପୁର ରାମଗଞ୍ଜ-୨ ସରପଞ୍ଚଙ୍କ ସ୍ବାମୀ ମହମ୍ମଦ ସାଜିଦ୍‌ ଖାଉଥିଲେ। ଏହି ସମୟରେ ୫-୬ଜଣ […]

ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା; ସରପଞ୍ଚଙ୍କ ସ୍ବାମୀ ଗୁରୁତର

ସିଲିଗୁଡ଼ି: ଶନିବାର ବିଳମ୍ବିତ ରାତିରେ ତୃଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତାଙ୍କୁ ଅଜଣା ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଇସଲାପୁର ଠାରୁ ୧୨ କିମି ଦୂର ଶ୍ରୀକ୍ରିଷ୍ଣାପୁର ଠାରେ ଏହି ଘଟଣା ଘଟିଛି। ଶନିବାର ରାତି ପ୍ରାୟ ୯ଟାରେ ଏକ ରାସ୍ତାକଡ଼ ହୋଟେଲ୍‌ରେ ଇସଲାମପୁରର ସମିତି ସଦସ୍ୟ ବାପି ରାୟ (୩୫) ଓ ଅନ୍ୟଜଣେ ସ୍ଥାନୀୟ ଟିଏମ୍‌ସି ନେତା ତଥା ଇସଲାମ୍‌ପୁର ରାମଗଞ୍ଜ-୨ ସରପଞ୍ଚଙ୍କ ସ୍ବାମୀ ମହମ୍ମଦ ସାଜିଦ୍‌ ଖାଉଥିଲେ। ଏହି ସମୟରେ ୫-୬ଜଣ ଅଜଣା ମୋଟରସାଇକଲ ଆରୋହୀ ସେଠାରେ ପହଞ୍ଚି ଉଭୟଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଏଥିରେ ବାପିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଜିଦ୍‌ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଯାଏଁ କାହାରିକୁ ଗିରଫ କରାଯାଇ ନଥିଲା ବେଳେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଖୋଜଛୁ। ଅନ୍ୟପକ୍ଷରେ ମାମଲାର ତଦନ୍ତ ପଇଁ ପଶ୍ଚିମବଙ୍ଗ ସରକାର ପକ୍ଷରୁ ସ୍ବତନ୍ତ୍ର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।