ମହାକୁମ୍ଭ ରୁ ମହାଯାତ୍ରା, ଗୋଟିଏ ପରିବାରର ୬ ମୃତ
ପାଟନା : ଥମୁନାହିଁ ପ୍ରୟାଗରାଜ ଦୁର୍ଘଟଣା । ପ୍ରତିଦିନ ମହାକୁମ୍ଭ ଜନିତ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଭୋର ସମୟରେ ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିବାବେଳେ କାର ଦୁର୍ଘଟଣା ଘଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଜଗଦୀଶପୁର ଥାନା ଅନ୍ତର୍ଗତ ଦୁହ୍ଲୀନଗଞ୍ଜ ନିକଟରେ ଶୁକ୍ରବାର ଭୋର ସମୟରେ ଘଟିଛି। ମୃତକଙ୍କ ମଧ୍ୟରେ ଦମ୍ପତି, ତାଙ୍କର ଦୁଇ କନ୍ୟା ସମେତ ୬ […]

ପାଟନା : ଥମୁନାହିଁ ପ୍ରୟାଗରାଜ ଦୁର୍ଘଟଣା । ପ୍ରତିଦିନ ମହାକୁମ୍ଭ ଜନିତ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଭୋର ସମୟରେ ମହାକୁମ୍ଭରେ ବୁଡ଼ ପକାଇ ଫେରୁଥିବାବେଳେ କାର ଦୁର୍ଘଟଣା ଘଟି ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଜଗଦୀଶପୁର ଥାନା ଅନ୍ତର୍ଗତ ଦୁହ୍ଲୀନଗଞ୍ଜ ନିକଟରେ ଶୁକ୍ରବାର ଭୋର ସମୟରେ ଘଟିଛି। ମୃତକଙ୍କ ମଧ୍ୟରେ ଦମ୍ପତି, ତାଙ୍କର ଦୁଇ କନ୍ୟା ସମେତ ୬ ଜଣ ସାମିଲ ରହିଛନ୍ତି । ସଭିଏଁ ବିହାରର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପରିବାରର ସମସ୍ତେ ମହାକୁମ୍ଭରେ ସ୍ନାନ କରି ଫେରୁଥିଲେ। ପାଟନା ପହଞ୍ଚିବାର ୪୦ କିମି ପୂର୍ବରୁ ଆରା-ମୋହନିୟା ଜାତୀୟ ରାଜପଥ ଜଗଦୀଶପୁର ନିକଟରେ ଗାଡି ଚାଳକଙ୍କ ଆଖି ଲାଗିଯିବାରୁ କାର୍ଟି ରାଜପଥରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ୨୦ ଫୁଟ୍ ଦୂରକୁ ଉଡିଯାଇ ପଡିଥିଲା । ଦୁର୍ଘଟଣା ପରେ କାରର ଗୋଟିଏ ଚକ ବାହାରିଯାଇ ଖଣ୍ଡ ଖଣ୍ଡ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସଭିଁଙ୍କୁ ମେଡିକାଲ ନେଇଥିଲା। କାର୍ର ପଛ ସିଟ୍ରେ ୨ ଜଣ ମହିଳା, ୨ ଝିଅ ବସିଥିଲେ। ଆଗ ସିଟ୍ରେ ଜଣେ ଚାଳକ ଓ ଜଣେ ପୁରୁଷ ବସିଥିଲେ। ଦୁର୍ଘଟଣାର ଶବ୍ଦ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି। ଦୁର୍ଘଟଣାରେ ମୃତ ୬ଜଣଙ୍କର ପରିଚୟ ମିଳିଛି । ପୋଲିସ ସମସ୍ତଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ମୃତ ୬ଜଣଙ୍କର ମଧ୍ୟରେ ୪ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ମୃତକ ହେଲେ ସଞ୍ଜୟ କୁମାର (୬୨), କରୁଣା ଦେବୀ (୫୫), ଲାଲବାବୁ ସିଂହ (୨୫), ଆଶା କିରଣ (୨୮), ପ୍ରିୟମ କୁମାରୀ (୨୦) ଏବଂ ଜୁହି ରାନୀ ( ୨୦) । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାର ୪ ଜଣ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।