ଜମିବାଡି ବିବାଦ, ଭାଉଜ ରଶ୍ମିତାଙ୍କୁ ଆକ୍ରମଣ କଲେ ଦିଅର ସଞ୍ଜୟ

ମାହାଙ୍ଗା ୧୨।୦୩ : ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦ ଏବଂ ପୂର୍ବଶତ୍ରୁକାକୁ କେନ୍ଦ୍ର କରି ଭାଉଜଙ୍କୁ ଦିଅରର ମରଣାନ୍ତକ ଆକ୍ରମଣ । ଥାନାରେ ଅଭିଯୋଗ ପରେ ମାହାଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ,  ରଶ୍ମିତା ପରିଡା ନିଜ ବାଡିରେ ଚୁଲି ଖୋଳି ଧାନ ଉଁସେଇବାକୁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ରଶ୍ମିତାଙ୍କୁ ହଠାତ୍‌ ଦିଅର ସଞ୍ଜୟ ପରିଡା ଆସି ପାଟିତୁଣ୍ଡ କରିଥିଲେ । ମୋ ଜାଗାରେ କାହିଁକି ଅଳିଆ ପକାଉଛୁ ବୋଲି ସଞ୍ଜୟ କହିଥିଲେ । ଯାହାକୁ ବିରୋଧ କରିଥିଲେ ରଶ୍ମିତା । ହେଲେ ସମୟ ଗଡିବା ସହ ଦିଅର ଏବଂ ଭାଉଜଙ୍କ ମଧ୍ୟରେ ବଢିଥିଲା ବାକ୍ଯୁଦ୍ଧ । ଏପିରିକି ଭାଉଜଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ସେପଟେ ବଡ଼ ଭାଇ ରଞ୍ଜନ ଏହାକୁ ବିରୋଧ କରିବାରୁ ସାନଭାଇ ଏକ ଶାବଳ ସହାୟତାରେ ଆକ୍ରମଣ କରିଥିଲେ । ଯେଉଁଥିରେ ବଡ଼ଭାଇ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।  ତେବେ ଏହି ବିବାଦକୁ ନେଇ ବଡ଼ ଭାଇ ଏବଂ ଭାଉଜ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାହାଙ୍ଗା ଆଇଆଇସି କହିଛନ୍ତି ।   

ଜମିବାଡି ବିବାଦ, ଭାଉଜ ରଶ୍ମିତାଙ୍କୁ ଆକ୍ରମଣ କଲେ ଦିଅର ସଞ୍ଜୟ

ମାହାଙ୍ଗା ୧୨।୦୩ : ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ଜମିବାଡି ବିବାଦ ଏବଂ ପୂର୍ବଶତ୍ରୁକାକୁ କେନ୍ଦ୍ର କରି ଭାଉଜଙ୍କୁ ଦିଅରର ମରଣାନ୍ତକ ଆକ୍ରମଣ । ଥାନାରେ ଅଭିଯୋଗ ପରେ ମାହାଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ,  ରଶ୍ମିତା ପରିଡା ନିଜ ବାଡିରେ ଚୁଲି ଖୋଳି ଧାନ ଉଁସେଇବାକୁ ପ୍ରସ୍ତୁତି କରୁଥିଲେ । ଏହି ସମୟରେ ରଶ୍ମିତାଙ୍କୁ ହଠାତ୍‌ ଦିଅର ସଞ୍ଜୟ ପରିଡା ଆସି ପାଟିତୁଣ୍ଡ କରିଥିଲେ । ମୋ ଜାଗାରେ କାହିଁକି ଅଳିଆ ପକାଉଛୁ ବୋଲି ସଞ୍ଜୟ କହିଥିଲେ । ଯାହାକୁ ବିରୋଧ କରିଥିଲେ ରଶ୍ମିତା । ହେଲେ ସମୟ ଗଡିବା ସହ ଦିଅର ଏବଂ ଭାଉଜଙ୍କ ମଧ୍ୟରେ ବଢିଥିଲା ବାକ୍ଯୁଦ୍ଧ । ଏପିରିକି ଭାଉଜଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । 

ସେପଟେ ବଡ଼ ଭାଇ ରଞ୍ଜନ ଏହାକୁ ବିରୋଧ କରିବାରୁ ସାନଭାଇ ଏକ ଶାବଳ ସହାୟତାରେ ଆକ୍ରମଣ କରିଥିଲେ । ଯେଉଁଥିରେ ବଡ଼ଭାଇ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।  ତେବେ ଏହି ବିବାଦକୁ ନେଇ ବଡ଼ ଭାଇ ଏବଂ ଭାଉଜ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାହାଙ୍ଗା ଆଇଆଇସି କହିଛନ୍ତି ।