ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ, ୩ ଜଣ ଆହତ

ସାଲେପୁର ୧୮।୩: କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳ ଗାଁରେ ଜମିବାଡ଼ି ବିବାଦକୁ ନେଇ ଘଟିଛି ମରଣାନ୍ତକ ଆକ୍ରମଣ । ଏଥିରେ ୩ ଜଣ ଆହତ ହେବା ସହ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ ଅଭିଯୋଗ କଲେ ନାଦୋଳ ଗାଁର ଗୁରୁତର ହୁସୁନା ବିବି । ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ପୂର୍ବ ଶତ୍ରୁତା ନେଇ ହୁସୁନା ବିବି ତାଙ୍କ ଘର ପ୍ଲାଷ୍ଟର କରୁଥିବା ସମୟରେ ସେକ ଜାହାଙ୍ଗିର, ସେକ୍ ହାସନ ଅହେମତଙ୍କ ସହ ଆଉ ୬ ଜଣ ମୋଟ୍ ମିଶି ୮ ଜଣ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ରଡ଼, ଲୁହା ପାଇପ, ଭୁଜାଲି, ତେଣ୍ଟା ସାହାଯ୍ୟରେ ଅତର୍କିତ ଭାବେ ସେକ କରିମ, ହୁସୁନା ବିବି ଓ ସେକ ଓକିଲଙ୍କୁ କଲେ ଆକ୍ରମଣ । ଫଳରେ ମୁଣ୍ଡ ଓ ହାତରେ ଗଭୀର ଆଘାତ ହେବା ଫଳରେ ଦୁଇ ଜଣ ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସହ  ଜଣେ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପାଟିତୁଣ୍ଡ ଶୁଣି ଆଖପାଖ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ । ଏପରିକି ବମ୍ ପକାଇ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଏପଟେ ଏତଲାକାରୀ ଥାନାରେ ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି । You Can Read :ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ : ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ କାହ୍ନା ପ

ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ, ୩ ଜଣ ଆହତ

ସାଲେପୁର ୧୮୩: କଟକ ଜିଲ୍ଲା ସାଲେପୁର ଥାନା ନନ୍ଦୋଳ ଗାଁରେ ଜମିବାଡ଼ି ବିବାଦକୁ ନେଇ ଘଟିଛି ମରଣାନ୍ତକ ଆକ୍ରମଣ । ଏଥିରେ ୩ ଜଣ ଆହତ ହେବା ସହ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଥାନାରେ ଅଭିଯୋଗ କଲେ ନାଦୋଳ ଗାଁର ଗୁରୁତର ହୁସୁନା ବିବି । 

ସୂଚନାଯୋଗ୍ୟ ଯେ, ସୋମବାର ସକାଳ ସମୟରେ ପୂର୍ବ ଶତ୍ରୁତା ନେଇ ହୁସୁନା ବିବି ତାଙ୍କ ଘର ପ୍ଲାଷ୍ଟର କରୁଥିବା ସମୟରେ ସେକ ଜାହାଙ୍ଗିର, ସେକ୍ ହାସନ ଅହେମତଙ୍କ ସହ ଆଉ ୬ ଜଣ ମୋଟ୍ ମିଶି ୮ ଜଣ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ରଡ଼, ଲୁହା ପାଇପ, ଭୁଜାଲି, ତେଣ୍ଟା ସାହାଯ୍ୟରେ ଅତର୍କିତ ଭାବେ ସେକ କରିମ, ହୁସୁନା ବିବି ଓ ସେକ ଓକିଲଙ୍କୁ କଲେ ଆକ୍ରମଣ । ଫଳରେ ମୁଣ୍ଡ ଓ ହାତରେ ଗଭୀର ଆଘାତ ହେବା ଫଳରେ ଦୁଇ ଜଣ ଆହତ ହୋଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସହ  ଜଣେ ଗୁରୁତର ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପାଟିତୁଣ୍ଡ ଶୁଣି ଆଖପାଖ ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତମାନେ ପଳାଇ ଯାଇଥିଲେ । ଏପରିକି ବମ୍ ପକାଇ ମାରିଦେବାକୁ ଧମକ ମଧ୍ୟ ଦେଇଛନ୍ତି । ଏପଟେ ଏତଲାକାରୀ ଥାନାରେ ଦୁର୍ବୃତ୍ତଙ୍କ ନାମରେ ଅଭିଯୋଗ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

 You Can Read :

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ : ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ଗର୍ଲଫ୍ରେଣ୍ଡ ନିହାରିକା