ଜମିବାଡି ବିବାଦରୁ ହତ୍ୟାକାଣ୍ଡ : ଧାରୁଆ ମାରଣାସ୍ତ୍ରରେ ସାନ ଭାଇର ବେକକୁ ହାଣିଲା ବଡ଼ ଭାଇ

ମୋରଡା ୧୬।୬: ଜମିବାଡିକୁ କେନ୍ଦ୍ରକରି ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ l ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗ୍ରାମରେ l ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିଲା । ଉକ୍ତ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା l ରବିବାର ସକାଳ ୮ଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ  ମାରପିଟ ହୋଇଥିଲା l ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା । ସେ ଏକ ଧାରୁଆ ମାରଣାସ୍ତ୍ରରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଅରୁଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ l ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ଖଣ୍ଡାରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା l ହତ୍ୟା କରିବା ପରେ ଅରୁଣ ଘରୁ ବାଇକ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି lYou Can Read :ଭାଲିଆଗଣି ଗାଁରେ ଅଭାବନୀୟ ଘଟଣା, ଶଳାକୁ ଗୁଳ

ଜମିବାଡି ବିବାଦରୁ ହତ୍ୟାକାଣ୍ଡ : ଧାରୁଆ ମାରଣାସ୍ତ୍ରରେ ସାନ ଭାଇର ବେକକୁ ହାଣିଲା ବଡ଼ ଭାଇ

ମୋରଡା ୧୬।୬: ଜମିବାଡିକୁ କେନ୍ଦ୍ରକରି ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ l ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗ୍ରାମରେ l 

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ଲୁଣଚାଟି ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିଲା । ଉକ୍ତ ଗଣ୍ଡଗୋଳ ଚରମ ସୀମାରେ ପହଞ୍ଚି ଉଗ୍ରରୂପ ଧାରଣା କରିଥିଲା l ରବିବାର ସକାଳ ୮ଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ  ମାରପିଟ ହୋଇଥିଲା l ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା । ସେ ଏକ ଧାରୁଆ ମାରଣାସ୍ତ୍ରରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଅରୁଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ l ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡିବାରୁ ସେ ଉକ୍ତ ଖଣ୍ଡାରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିଲା l ହତ୍ୟା କରିବା ପରେ ଅରୁଣ ଘରୁ ବାଇକ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

You Can Read :

ଭାଲିଆଗଣି ଗାଁରେ ଅଭାବନୀୟ ଘଟଣା, ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ