ମେ’ ମାସରେ କେତେ ଦିନ ବ୍ୟାଙ୍କ ଛୁଟି ? ଜାଣନ୍ତୁ ଆରବିଆର ଛୁଟି ତାଲିକା…

ନୂଆଦିଲ୍ଲୀ ୦୧।୦୫: ଆରମ୍ଭ ହୋଇଛି ମେ ମାସ । ମାସ ଆରମ୍ଭ ପୂର୍ବରୁ ଆରବିଆଇ ଜାରି କରିଛି ମେ ମାସର ଛୁଟି ତାଲିକା । ଜାଣନ୍ତି କି ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ୍ ? ମେ ମାସରେ କୌଣସି ବଡ ପର୍ବ ନାହିଁ । କିନ୍ତୁ ଏତେ ପରେ ବି ସାରା ଦେଶରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ମାସରେ, ବିଭିନ୍ନ ରାଜ୍ୟରେ ୬ଟି ଛୁଟି ଅଛି, ତା ସହିତ, ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ। ମେ ମାସରେ ୧ ମେ’ ହେଉଛି ଶ୍ରମିକ ଦିବସ। ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଏହି ଅବସରରେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ (ଆନ୍ଧ୍ର ପ୍ରଦେଶ), ହାଇଦ୍ରାବାଦ (ତେଲେଙ୍ଗାନା), ଇମ୍ଫାଲ, କୋଚି, କୋଲକାତା, ମୁମ୍ବାଇ, ନାଗପୁର, ପାଣାଜୀ, ପାଟନା ଏବଂ ତିରୁବନନ୍ତପୁରମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୯ ମେ’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏହି ଅବସରରେ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୧୨ ମେ’ ରେ ବୁଦ୍ଧ ପୂର୍ଣ୍ଣିମା ।  ଏଥିପାଇଁ ଅଗରତାଲା, ଆଇଜଲ, ବେଲାପୁର, ଭୋପାଳ, ଡେରାଡୁନ, ଇଟାନଗର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ସିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୧୬ ମେ’ରେ ରାଜ୍ୟ ଦିବସ । ଏହି ଦିନ ସିକିମର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।୨୬ ମେ’ କାଜି ନଜରୁଲ ଇସଲାମଙ୍କ ଜନ୍ମଦିନ । ଏଥିପାଇଁ ତ୍

ମେ’ ମାସରେ କେତେ ଦିନ ବ୍ୟାଙ୍କ ଛୁଟି ? ଜାଣନ୍ତୁ ଆରବିଆର ଛୁଟି ତାଲିକା…

ନୂଆଦିଲ୍ଲୀ ୦୧।୦୫: ଆରମ୍ଭ ହୋଇଛି ମେ ମାସ । ମାସ ଆରମ୍ଭ ପୂର୍ବରୁ ଆରବିଆଇ ଜାରି କରିଛି ମେ ମାସର ଛୁଟି ତାଲିକା । ଜାଣନ୍ତି କି ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ୍ ? ମେ ମାସରେ କୌଣସି ବଡ ପର୍ବ ନାହିଁ । କିନ୍ତୁ ଏତେ ପରେ ବି ସାରା ଦେଶରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ମେ ମାସରେ, ବିଭିନ୍ନ ରାଜ୍ୟରେ ୬ଟି ଛୁଟି ଅଛି, ତା ସହିତ, ମାସର ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିବ। 

ମେ ମାସରେ ୧ ମେ’ ହେଉଛି ଶ୍ରମିକ ଦିବସ। ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଏହି ଅବସରରେ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ (ଆନ୍ଧ୍ର ପ୍ରଦେଶ), ହାଇଦ୍ରାବାଦ (ତେଲେଙ୍ଗାନା), ଇମ୍ଫାଲ, କୋଚି, କୋଲକାତା, ମୁମ୍ବାଇ, ନାଗପୁର, ପାଣାଜୀ, ପାଟନା ଏବଂ ତିରୁବନନ୍ତପୁରମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୯ ମେ’ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମଦିନ । ଏହି ଅବସରରେ କୋଲକାତାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୧୨ ମେ’ ରେ ବୁଦ୍ଧ ପୂର୍ଣ୍ଣିମା ।  ଏଥିପାଇଁ ଅଗରତାଲା, ଆଇଜଲ, ବେଲାପୁର, ଭୋପାଳ, ଡେରାଡୁନ, ଇଟାନଗର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ସିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୧୬ ମେ’ରେ ରାଜ୍ୟ ଦିବସ । ଏହି ଦିନ ସିକିମର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୨୬ ମେ’ କାଜି ନଜରୁଲ ଇସଲାମଙ୍କ ଜନ୍ମଦିନ । ଏଥିପାଇଁ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

୨୯ ମେ’ ମହାରାଣା ପ୍ରତାପ ଜୟନ୍ତୀ । ଏଥିପାଇଁ ହିମାଚଳ ପ୍ରଦେଶରେ ବନ୍ଦ ରହିବ ବ୍ୟାଙ୍କ।