ଟ୍ରକ୍‌କୁ ଧକ୍କା ଦେଲା କାର, ଦୁର୍ଘଟଣାରେ ନବବିବାହିତ ଦମ୍ପତ୍ତିଙ୍କ ସହ ଚାଲିଗଲା ୫ ଜୀବନ

ମୁମ୍ଵାଇ ୦୬।୦୩: ବୁଧବାର ସକାଳେ ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଅଟକି ରହିଥିବା ଟ୍ରକ ସହିତ କାର ମୁହାଁମୁହିଁ ଧକ୍କା ହୋଇଥିଲା ଯାହାଫଳରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ କହିଛି ଯେ ଏହି ଦୁର୍ଘଟଣା ସକାଳ ପ୍ରାୟ ୫.୧୫ ସମୟରେ ଜାତୀୟ ରାଜପଥରେ ଘଟିଥିଲା । ​​ ନାନ୍ଦଆଲା ଜିଲ୍ଲା ପୋଲିସ ଅଧୀକ୍ଷକ କହିଛନ୍ତି ଯେ ବୁଧବାର ସକାଳ ପ୍ରାୟ ୫.୧୫ ସମୟରେ ନିକଟସ୍ଥ ଗାଁର ଏକ ପରିବାର ତିରୁପତି ମନ୍ଦିରରୁ ଫେରୁଥିଲେ। ସେହି ସମୟରେ , “ ଟ୍ରକ ଡ୍ରାଇଭର କିଛି କାମ ପାଇଁ ତାଙ୍କ ଗାଡିକୁ ରାସ୍ତା କଡ଼ରେ ରଖିଥିଲେ ଏବଂ ଟ୍ରକରୁ ଓହ୍ଲାଇବା ମାତ୍ରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ପଛପଟୁ ଟ୍ରକକୁ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୨୯ ଫେବୃଆରୀରେ ବିବାହ, ୩ ମାର୍ଚ୍ଚରେ ରିସେପ୍ସନ୍ ଏହି ପରିବାର ସେକନ୍ଦରାବାଦ ଅଞ୍ଚଳର ବାସିନ୍ଦା ଥିଲେ। ଫେବୃଆରୀ ବାଲାକିରଣ-କାବ୍ୟାଙ୍କ ବିବାହ ଥିଲା। ମାର୍ଚ୍ଚ ୩ ରେ ଦୁହିଁଙ୍କର ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା । କାବ୍ୟା ଓ ବାଲାକିରାନଙ୍କ ସହ ତାଙ୍କ ମାଆ, ପିତା ମନ୍ଥରୀ ଏବଂ ସାନଭାଇ ଉଦୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ପୋଲିସ ମୃତକଙ୍କ ମଧ୍ୟରୁ ଜଣେ ସମ୍ପର୍କୀୟଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ସୂଚନା ଦେଇଥିଲା ଏନେଇ ପୋ

ଟ୍ରକ୍‌କୁ ଧକ୍କା ଦେଲା କାର, ଦୁର୍ଘଟଣାରେ ନବବିବାହିତ ଦମ୍ପତ୍ତିଙ୍କ ସହ ଚାଲିଗଲା ୫ ଜୀବନ

ମୁମ୍ଵାଇ ୦୬।୦୩: ବୁଧବାର ସକାଳେ ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଅଟକି ରହିଥିବା ଟ୍ରକ ସହିତ କାର ମୁହାଁମୁହିଁ ଧକ୍କା ହୋଇଥିଲା ଯାହାଫଳରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ କହିଛି ଯେ ଏହି ଦୁର୍ଘଟଣା ସକାଳ ପ୍ରାୟ ୫.୧୫ ସମୟରେ ଜାତୀୟ ରାଜପଥରେ ଘଟିଥିଲା । ​​

ନାନ୍ଦଆଲା ଜିଲ୍ଲା ପୋଲିସ ଅଧୀକ୍ଷକ କହିଛନ୍ତି ଯେ ବୁଧବାର ସକାଳ ପ୍ରାୟ ୫.୧୫ ସମୟରେ ନିକଟସ୍ଥ ଗାଁର ଏକ ପରିବାର ତିରୁପତି ମନ୍ଦିରରୁ ଫେରୁଥିଲେ। ସେହି ସମୟରେ , “ ଟ୍ରକ ଡ୍ରାଇଭର କିଛି କାମ ପାଇଁ ତାଙ୍କ ଗାଡିକୁ ରାସ୍ତା କଡ଼ରେ ରଖିଥିଲେ ଏବଂ ଟ୍ରକରୁ ଓହ୍ଲାଇବା ମାତ୍ରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ପଛପଟୁ ଟ୍ରକକୁ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

୨୯ ଫେବୃଆରୀରେ ବିବାହ, ୩ ମାର୍ଚ୍ଚରେ ରିସେପ୍ସନ୍

ଏହି ପରିବାର ସେକନ୍ଦରାବାଦ ଅଞ୍ଚଳର ବାସିନ୍ଦା ଥିଲେ। ଫେବୃଆରୀ ବାଲାକିରଣ-କାବ୍ୟାଙ୍କ ବିବାହ ଥିଲା। ମାର୍ଚ୍ଚ ୩ ରେ ଦୁହିଁଙ୍କର ରିସେପ୍ସନ୍ ଅନୁଷ୍ଠିତ ହୋଇଥିଲା । କାବ୍ୟା ଓ ବାଲାକିରାନଙ୍କ ସହ ତାଙ୍କ ମାଆ, ପିତା ମନ୍ଥରୀ ଏବଂ ସାନଭାଇ ଉଦୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ପୋଲିସ ମୃତକଙ୍କ ମଧ୍ୟରୁ ଜଣେ ସମ୍ପର୍କୀୟଙ୍କୁ ମୋବାଇଲ୍ ଫୋନ୍ ଜରିଆରେ ସୂଚନା ଦେଇଥିଲା ଏନେଇ ପୋଲିସ ଏକ ମାମଲା ରୁଜୁ କରୁଛି । wp:embed {"url":"https://www.prameyanews7.com/khushi-kapoor-shared-childhood-pictures-on-janhvi-kapoor-birthday/","type":"wp-embed","providerNameSlug":"prameya-news-7"}

https://www.prameyanews7.com/khushi-kapoor-shared-childhood-pictures-on-janhvi-kapoor-birthday/
/wp:embed