ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବୃକକ୍‌ଜନିତ ରୋଗରେ ପୀଡ଼ିତ ଥିବା ପୁରୁଷଣ୍ଢ ପଞ୍ଚାୟତର ଭାସ୍କର ବାରିକଙ୍କ ସାନବୋହୂଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଥିଲେ। ସେହିପରି ମୁଣ୍ଡଳୀ ଗ୍ରାମର ପ୍ରମୋଦ ରାଉତଙ୍କ ସ୍ତ୍ରୀ ସ୍ବର୍ଗତ ବନଲତା ରାଉତଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ […] The post ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ appeared first on Dharitri Odia News.

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଏହି ଅବସରରେ ବୃକକ୍‌ଜନିତ ରୋଗରେ ପୀଡ଼ିତ ଥିବା ପୁରୁଷଣ୍ଢ ପଞ୍ଚାୟତର ଭାସ୍କର ବାରିକଙ୍କ ସାନବୋହୂଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝି ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଥିଲେ।

ସେହିପରି ମୁଣ୍ଡଳୀ ଗ୍ରାମର ପ୍ରମୋଦ ରାଉତଙ୍କ ସ୍ତ୍ରୀ ସ୍ବର୍ଗତ ବନଲତା ରାଉତଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅନୁଷ୍ଠିତ ଶୋକସଭାରେ ସେ ଯୋଗ ଦେଇଥିଲେ। ପରେ ଗୋପୀନାଥପୁର ପଞ୍ଚାୟତର କାଣ୍ଡବା ଗ୍ରାମରେ କୈବର୍ତ୍ତ ସମ୍ପ୍ରଦାୟ ପକ୍ଷରୁ ଚଇତି ପର୍ବ ଅବସରରେ ପ୍ରସିଦ୍ଧ ଘୋଡ଼ା ନାଚ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ସଞ୍ଜୀବଙ୍କ ସହ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବନ୍ତ ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ବିଜେଡି ଜିଲା ଉପସଭାପତି ପ୍ରଶାନ୍ତ ଦାଶ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବ୍ଳକ ବିଜେଡି ଯୁବ ସଭାପତି ସତ୍ୟସାଧନ ବେଜ, ଶକ୍ତିରଞ୍ଜନ ରାଉତ ପ୍ରମୁଖ ସାମିଲ ଥିଲେ।

The post ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ appeared first on Dharitri Odia News.