ଜମୁଛି ବଣଭୋଜି; ଗାରିଆ ଡୁଡୁମାରେ ଜମୁଛି ଭିଡ଼, ଆକର୍ଷିତ କରୁଛି ଉଡ୍ କଟେଜ୍ ଓ ଉଡ୍ ବ୍ରିଜ୍‌

କନକ ବ୍ୟୁରୋ : ମନ କିଣୁଛି ଗାରିଆ ଡୁଡୁମା । ଆଦିବାସୀ ଇଲାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭୋରପୁର ଥିବା ଗାରିଆ ଡୁଡୁମାରେ ଏବେ ଜମୁଛି ପର୍ୟ୍ୟଟକଙ୍କ ଭିଡ଼ । ପ୍ରକୃତି କୂଳରେ ଭୋଜିଭାତର ଆସର ସହ ନାଚଗୀତରେ ମସଗୁଲ ପର୍ଯ୍ୟଟକ । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଭୋଇରକୁଣ୍ତରେ ଥିବା ଗାରିଆ ଡୁଡୁମା ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଜିଲ୍ଲା ସମେତ ପଡୋଶୀ ଜିଲାରୁ ଏଠାରେ ପର୍ଯ୍ୟଟକ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ପାହାଡ଼ ଉପରୁ ଝରି ଆସୁଛି ଝରଣା । ସବୁଜ ବନାମୀ ଭିତରେ ପ୍ରକୃତିରାଣୀର ନିଆରା ସୌନ୍ଦର୍ଯ୍ୟ । ପର୍ଯ୍ୟଟକଙ୍କ ମନ କିଣି ନେଉଛି ମାଥିଲି ବ୍ଲକ ଅନ୍ତର୍ଗତ ଭୋଇରିକୁଣ୍ତ ଗାଁର ପର୍ୟ୍ୟଟନ ସ୍ଥଳୀ ଗାରିଆ ଡୁଡୁମା । ଶାନ୍ତିପୂର୍ଣ୍ଣ ପରିବେଶରେ ପ୍ରକୃତିକୁ ଉପଭୋଗ କରିବା ଲାଗି ଛୁଟି ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି ପିଇଓ ଅଶୋକ ମହାରଣାଙ୍କ ନେତୃତ୍ୱରେ ନିର୍ମାଣ ହୋଇଥିବା କାଠ କଟେଜ ଓ ହାଉଡା ବ୍ରିଜ୍ । ମାଲକାନଗିରି ଏବଂ ଜୟପୁରରୁ ୬୦ କିଲୋମିଟର ଦୂର ଗଲେ ପଡ଼େ ଗାରିଆ ଡୁଡୁମା । ମାଥିଲି ଗୋବିନ୍ଦପାଲି ଛକରୁ ୬ କିଲୋମିଟର ଦୂରରେ ରହିଛି ପ୍ରାକୃତିକ ସମ୍ଭାର । ଗାରିଆ ଡୁଡୁମାକୁ ସ୍ୱତନ୍ତ୍ର କରିବା ପାଇଁ ସରକାରୀ ଅନୁଦାନରେ ଅନେକ ବ୍ୟବସ୍ଥା କରାଯାଇଛି । ଭୋଜି କରିବା ସ୍ଥାନ, ପାହାଚ ସମେତ କାଠର କୋଟେଜ ହୋଇଛି । କାଠ ପୋଲରେ ସେଲ୍ଫି ନେବାର ମଜା

ଜମୁଛି ବଣଭୋଜି; ଗାରିଆ ଡୁଡୁମାରେ ଜମୁଛି ଭିଡ଼, ଆକର୍ଷିତ କରୁଛି ଉଡ୍ କଟେଜ୍ ଓ ଉଡ୍ ବ୍ରିଜ୍‌

କନକ ବ୍ୟୁରୋ : ମନ କିଣୁଛି ଗାରିଆ ଡୁଡୁମା । ଆଦିବାସୀ ଇଲାକାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭୋରପୁର ଥିବା ଗାରିଆ ଡୁଡୁମାରେ ଏବେ ଜମୁଛି ପର୍ୟ୍ୟଟକଙ୍କ ଭିଡ଼ । ପ୍ରକୃତି କୂଳରେ ଭୋଜିଭାତର ଆସର ସହ ନାଚଗୀତରେ ମସଗୁଲ ପର୍ଯ୍ୟଟକ । ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଭୋଇରକୁଣ୍ତରେ ଥିବା ଗାରିଆ ଡୁଡୁମା ଏବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଜିଲ୍ଲା ସମେତ ପଡୋଶୀ ଜିଲାରୁ ଏଠାରେ ପର୍ଯ୍ୟଟକ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ।

ପାହାଡ଼ ଉପରୁ ଝରି ଆସୁଛି ଝରଣା । ସବୁଜ ବନାମୀ ଭିତରେ ପ୍ରକୃତିରାଣୀର ନିଆରା ସୌନ୍ଦର୍ଯ୍ୟ । ପର୍ଯ୍ୟଟକଙ୍କ ମନ କିଣି ନେଉଛି ମାଥିଲି ବ୍ଲକ ଅନ୍ତର୍ଗତ ଭୋଇରିକୁଣ୍ତ ଗାଁର ପର୍ୟ୍ୟଟନ ସ୍ଥଳୀ ଗାରିଆ ଡୁଡୁମା । ଶାନ୍ତିପୂର୍ଣ୍ଣ ପରିବେଶରେ ପ୍ରକୃତିକୁ ଉପଭୋଗ କରିବା ଲାଗି ଛୁଟି ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି ପିଇଓ ଅଶୋକ ମହାରଣାଙ୍କ ନେତୃତ୍ୱରେ ନିର୍ମାଣ ହୋଇଥିବା କାଠ କଟେଜ ଓ ହାଉଡା ବ୍ରିଜ୍ ।

ମାଲକାନଗିରି ଏବଂ ଜୟପୁରରୁ ୬୦ କିଲୋମିଟର ଦୂର ଗଲେ ପଡ଼େ ଗାରିଆ ଡୁଡୁମା । ମାଥିଲି ଗୋବିନ୍ଦପାଲି ଛକରୁ ୬ କିଲୋମିଟର ଦୂରରେ ରହିଛି ପ୍ରାକୃତିକ ସମ୍ଭାର । ଗାରିଆ ଡୁଡୁମାକୁ ସ୍ୱତନ୍ତ୍ର କରିବା ପାଇଁ ସରକାରୀ ଅନୁଦାନରେ ଅନେକ ବ୍ୟବସ୍ଥା କରାଯାଇଛି । ଭୋଜି କରିବା ସ୍ଥାନ, ପାହାଚ ସମେତ କାଠର କୋଟେଜ ହୋଇଛି । କାଠ ପୋଲରେ ସେଲ୍ଫି ନେବାର ମଜା ଟିକେ ଅଲଗା ।

ମନର ଥକା ମେଣ୍ଟାଇବା ପାଇଁ ଚାହୁଁଛନ୍ତି କି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ଲାନ କରୁଛନ୍ତି କି । ଥରେ ବୁଲି ଆସନ୍ତୁ ମାଥିଲିର ଗାରିଆ ଡୁଡୁମା । ପାହାଡ଼, ଝରଣାର କୂଳକୂଳ ଶବ୍ଦ ଏବଂ ପକ୍ଷୀଙ୍କ ଗହନ କଥା, ମନରେ ଆନନ୍ଦ ଭୋରିଦେବ ନିଶ୍ଚିନ୍ତ ।