ଜମ୍ମୁ-କାଶ୍ମୀର କୁପୱାଡା ଜେଲରେ ବିସ୍ଫୋରଣ, ୯ କୈଦୀ ଆହତ

କୁପୱାଡା ୧୯।୬: ଜମ୍ମୁ-କାଶ୍ମୀର କୁପୱାଡା ଜେଲରେ ବୁଧବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଫଳରେ ୯ ଜଣ କୈଦୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି। ଜେଲରେ କୈଦୀଙ୍କ ଲାଗି ଭୋଜନ ପ୍ରସ୍ତୁତି ବେଳେ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ଏହି ବିସ୍ଫୋରଣ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ଯୋଗୁ ହୋଇଛି। ଜେଲରେ ବିସ୍ପୋରଣ ପରେ ପରେ ଜରୁରିକାଳୀନ ସେବାକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭବିଷ୍ୟତରେ ଯେପରି ପୁଣି ଏଭଳି ଘଟଣା ନ ଘଟେ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ଅଧିକାରୀ କହିଛନ୍ତି।   ବିସ୍ଫୋରଣରେ ଆହତ କୈଦୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି। ଏଣୁ କେତେକ କୈଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଅଧିକାରୀ କହିଛନ୍ତି। ଏହି ବିସ୍ଫୋରଣରେ ଆହତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ତୌସିଫ ଗିଲାନି, ଶାହଜହାଁ ଶାହ, ଜମିଲ ଅହମ୍ମଦ, ଆଶିକ୍ ହୁସୈନ ତେଲି, ଖୁର୍ସିଦ ଅହମଦ ଭଟ୍ଟ, ଗୁଲାମ ରସୁଲ ବାର, ଜାଭିଦ ଅହମ୍ମଦ ଭଟ୍ଟ, ହିଲାଲ ଅହମଦ ମଲିକ ଓ ଜାଭେଦ ଅହମ୍ମଦ ମଲ୍ଲା। ରୋଷେଇ ପାଇଁ ଅଣାଯାଇଥିବା ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ଏପରି

ଜମ୍ମୁ-କାଶ୍ମୀର କୁପୱାଡା ଜେଲରେ ବିସ୍ଫୋରଣ, ୯ କୈଦୀ ଆହତ

କୁପୱାଡା ୧୯।୬: ଜମ୍ମୁ-କାଶ୍ମୀର କୁପୱାଡା ଜେଲରେ ବୁଧବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଫଳରେ ୯ ଜଣ କୈଦୀ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି। ଜେଲରେ କୈଦୀଙ୍କ ଲାଗି ଭୋଜନ ପ୍ରସ୍ତୁତି ବେଳେ ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ଏହି ଦୁର୍ଘଟଣା ଘଟିଛି। 

ଅଧିକାରୀ କହିଛନ୍ତି ଯେ ଏହି ବିସ୍ଫୋରଣ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ଯୋଗୁ ହୋଇଛି। ଜେଲରେ ବିସ୍ପୋରଣ ପରେ ପରେ ଜରୁରିକାଳୀନ ସେବାକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭବିଷ୍ୟତରେ ଯେପରି ପୁଣି ଏଭଳି ଘଟଣା ନ ଘଟେ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ଅଧିକାରୀ କହିଛନ୍ତି।   ବିସ୍ଫୋରଣରେ ଆହତ କୈଦୀଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଛି। ଏଣୁ କେତେକ କୈଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଅଧିକାରୀ କହିଛନ୍ତି। 

ଏହି ବିସ୍ଫୋରଣରେ ଆହତଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ତୌସିଫ ଗିଲାନି, ଶାହଜହାଁ ଶାହ, ଜମିଲ ଅହମ୍ମଦ, ଆଶିକ୍ ହୁସୈନ ତେଲି, ଖୁର୍ସିଦ ଅହମଦ ଭଟ୍ଟ, ଗୁଲାମ ରସୁଲ ବାର, ଜାଭିଦ ଅହମ୍ମଦ ଭଟ୍ଟ, ହିଲାଲ ଅହମଦ ମଲିକ ଓ ଜାଭେଦ ଅହମ୍ମଦ ମଲ୍ଲା। ରୋଷେଇ ପାଇଁ ଅଣାଯାଇଥିବା ସିଲିଣ୍ଡରରେ ବିସ୍ଫୋରଣ ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା ଜେଲ ଅଧିକାରୀ କହିଛନ୍ତି।