ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ, ୨ ଯବାନ ସହିଦ
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିକାଣ୍ଡରେ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି ଏବଂ ୩ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟରରେ ୨ ଜଣ ସ୍ଥାନୀୟ ବାସିନ୍ଦା ମଧ୍ୟ ଆହତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ କରି କୁହାଯାଇଛି। ଦକ୍ଷିଣ କାଶ୍ମୀରର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ […]

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିକାଣ୍ଡରେ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି ଏବଂ ୩ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟରରେ ୨ ଜଣ ସ୍ଥାନୀୟ ବାସିନ୍ଦା ମଧ୍ୟ ଆହତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ କରି କୁହାଯାଇଛି। ଦକ୍ଷିଣ କାଶ୍ମୀରର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ସେନା, ଜମ୍ମୁ କଶ୍ମୀର ପୁଲିସ ଏବଂ ସିଆରପିଏଫ୍ର ଏକ ମିଳିତ ଟିମ୍ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ କରଥିଲେ। କିଛି ସମୟ ମଧ୍ୟରେ ଏହି ଅପରେସନ୍ ଏନକାଉଣ୍ଟରରେ ପରିଣତ ହୋଇଥିଲା। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ୨ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଏବେ ବି ଗୁଳି ବିନିମୟ ଜାରି ରହିଛି।