ଜମ୍ମୁ-କାଶ୍ମୀରରେ ଆଜିଠୁ ଏନସି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଜିଠୁ ଓମାର ସରକାର । ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ଦିନ ୧୧ଟା ୩୦ ମିନିଟ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା । ଉପ-ରାଜ୍ୟପାଳ ମନୋଜ ସିହ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥଗ୍ରହଣ ଉତ୍ସବ ସେର-ଏ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବହୁ ବଡ଼ ବଡ଼ ନେତା ଯୋଗ ସାମିଲ୍ ହେବେ । ବିଧାନସଭା ନିର୍ବାଚନରେ ୪୯ ଆସନରେ ବାଜିମାତ କରିଛି ଏନସି ଦଳ । ୯୦ ଆସନ ବିଶିଷ୍ଟ ଜମ୍ମୁ-କାଶ୍ମୀର ବିଧାନସଭାରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି।ବିଜୟ ପକ୍କା ହେବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ତାଙ୍କ ବାପା ଫାରୁକ ଅବଦୁଲ୍ଲା। ବିଜୟ ପାଇଁ ସେ ଜାମ୍ମୁ କାଶ୍ମୀରବାସୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ପ୍ରଥମ ଥର କେନ୍ଦ୍ରଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଏନସି ମେଣ୍ଟକୁ ସ୍ପଷ୍ଟ ବହିମତ ମିଳିଛି । ୧୦ ବର୍ଷ ପରେ ପୁଣି ଥରେ କୌଣସି ରାଜନୈତିକ ଦଳ ସରକାର ଗଠନ କରିବାକୁ ଯାଉଛି ।...
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଜିଠୁ ଓମାର ସରକାର । ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ଦିନ ୧୧ଟା ୩୦ ମିନିଟ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଓମାର ଅବଦୁଲ୍ଲା । ଉପ-ରାଜ୍ୟପାଳ ମନୋଜ ସିହ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଶପଥଗ୍ରହଣ ଉତ୍ସବ ସେର-ଏ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବହୁ ବଡ଼ ବଡ଼ ନେତା ଯୋଗ ସାମିଲ୍ ହେବେ । ବିଧାନସଭା ନିର୍ବାଚନରେ ୪୯ ଆସନରେ ବାଜିମାତ କରିଛି ଏନସି ଦଳ । ୯୦ ଆସନ ବିଶିଷ୍ଟ ଜମ୍ମୁ-କାଶ୍ମୀର ବିଧାନସଭାରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଛି।
ବିଜୟ ପକ୍କା ହେବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ତାଙ୍କ ବାପା ଫାରୁକ ଅବଦୁଲ୍ଲା। ବିଜୟ ପାଇଁ ସେ ଜାମ୍ମୁ କାଶ୍ମୀରବାସୀଙ୍କୁ ସବୁ ଶ୍ରେୟ ଦେଇଛନ୍ତି । ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରେ ପ୍ରଥମ ଥର କେନ୍ଦ୍ରଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇଥିଲା । ଏଥିରେ ଏନସି ମେଣ୍ଟକୁ ସ୍ପଷ୍ଟ ବହିମତ ମିଳିଛି । ୧୦ ବର୍ଷ ପରେ ପୁଣି ଥରେ କୌଣସି ରାଜନୈତିକ ଦଳ ସରକାର ଗଠନ କରିବାକୁ ଯାଉଛି ।...