ଜମ୍ମୁ କାଶ୍ମୀରରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନାହିଁ
ନୂଆଦିଲ୍ଲୀ : ନିର୍ବାଚନ କମିସନର ଆଜି ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। କିନ୍ତୁ କମିସନ୍ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି। ଅର୍ଥାତ ଜମ୍ମୁ କାଶ୍ମୀରରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନାହିଁ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ଜମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ହେବାପରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବ। […]

ନୂଆଦିଲ୍ଲୀ : ନିର୍ବାଚନ କମିସନର ଆଜି ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। କିନ୍ତୁ କମିସନ୍ ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି। ଅର୍ଥାତ ଜମ୍ମୁ କାଶ୍ମୀରରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବନାହିଁ। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି, ଜମ୍ମୁ କାଶ୍ମୀରରେ ଲୋକସଭା ନିର୍ବାଚନ ହେବାପରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବ। ଜମ୍ମୁ କାଶ୍ମୀରରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ’ ୭, ମେ’ ୧୩ ଏବଂ ମେ’ ୨୦ରେ ଭୋଟ୍ ଅଛି। ଜମ୍ମୁ କାଶ୍ମୀରରେ ୫ ଲୋକସଭା ଆସନ ଥିବାବେଳେ ଲଦାଖରେ ଗୋଟିଏ ଲୋକସଭା ଆସନ ଅଛି। ଉଲ୍ଳେଖଯୋଗ୍ୟ ଯେ ଜମ୍ମୁ କାଶ୍ମୀର ଏବେ ରାଷ୍ଟ୍ରପତି ଶାସନ ଅଧୀନରେ ଅଛି। ୬ ବର୍ଷ ଧରି ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇନାହିଁ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ମୁତାବତ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ।