ଖାଦ୍ୟ ବିଲକୁ ନେଇ ପଂଜାବ ଢାବାରେ ମେଜର ଏବଂ ୧୬ ଯବାନଙ୍କ ଉପରେ ଆକ୍ରମଣ
ନୂଆଦିଲ୍ଲୀ : ପଂଜାବର ମନାଲି-ରୋପର ରୋଡରେ ଆଜି ଏକ ରୋଡସାଇଡ ଢାବାରେ ଜଣେ ଆର୍ମି ମେଜର ଏବଂ ୧୬ ଜଣ ଯବାନଙ୍କ ଉପରେ ଆକ୍ରମଣ ହୋଇଛି। ଢାବା ମାଲିକ ଏବଂ କର୍ମୀମାନଙ୍କ ଦ୍ବାରା ଜଣେ ଆର୍ମି ମେଜର ଏବଂ ଯବାନମାନଙ୍କ ଉପରେ ଆକ୍ରମଶ ହୋଇଛି। ଲାହୌଲରେ ହୋଇଥିବା ଲଦାଖ ସ୍କାଉଟର ମେଜର ସଚିନ ସିଂହ କୁର୍ତାଲ ତାଙ୍କ ସୈନିକମାନଙ୍କ ସହ ସ୍ନୋ ମାରାଥନରେ ଯୋଗ ଦେଇ ମନାଲିରୁ ଫେରୁଥିବାବେଳେ ବାଟରେ ସେମାନେ ରୋପର ଜିଲ୍ଲାର ଭାରତଗଡ଼ ସ୍ଥିତ […]

ନୂଆଦିଲ୍ଲୀ : ପଂଜାବର ମନାଲି-ରୋପର ରୋଡରେ ଆଜି ଏକ ରୋଡସାଇଡ ଢାବାରେ ଜଣେ ଆର୍ମି ମେଜର ଏବଂ ୧୬ ଜଣ ଯବାନଙ୍କ ଉପରେ ଆକ୍ରମଣ ହୋଇଛି। ଢାବା ମାଲିକ ଏବଂ କର୍ମୀମାନଙ୍କ ଦ୍ବାରା ଜଣେ ଆର୍ମି ମେଜର ଏବଂ ଯବାନମାନଙ୍କ ଉପରେ ଆକ୍ରମଶ ହୋଇଛି। ଲାହୌଲରେ ହୋଇଥିବା ଲଦାଖ ସ୍କାଉଟର ମେଜର ସଚିନ ସିଂହ କୁର୍ତାଲ ତାଙ୍କ ସୈନିକମାନଙ୍କ ସହ ସ୍ନୋ ମାରାଥନରେ ଯୋଗ ଦେଇ ମନାଲିରୁ ଫେରୁଥିବାବେଳେ ବାଟରେ ସେମାନେ ରୋପର ଜିଲ୍ଲାର ଭାରତଗଡ଼ ସ୍ଥିତ ଆଲପାଇନ ଢାବାରେ ଖାଇଥିଲେ। ଖାଇ ସାରିବାପରେ ବିଲ୍ ପେମେଣ୍ଟ୍କୁ ନେଇ ସେମାନଙ୍କର ଢାବା ମାଲିକଙ୍କ ସହ ବଚସା ହୋଇଥିଲା। ୟୁପିଆଇ ମାଧ୍ୟମରେ ବିଲ ପେମେଣ୍ଟ୍ କରିବାପାଇଁ ଢାବା ମାଲିକ ମନା କଲେ। ଏହି କାରଣରୁ ସେମାନଙ୍କର ଢାବା ମାଲିକଙ୍କ ସହ ବଚସା ହୋଇଥିଲା। ଢାବା ମାଲିକ ଏବଂ ତାଙ୍କ କର୍ମୀମାନେ ମେଜର ଓ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲେ। ୩୦-୩୫ ଜଣ ମେଜରଙ୍କ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ସେମାନଙ୍କୁ ବାଡ଼ି ଏବଂ ରଡରେ ମାଡ଼ ମରାଯାଇଥିଲା।