ଜମ୍ମୁ କାଶ୍ମୀରରେ ଏକାକୀ ନିର୍ବାଚନ ଲଢ଼ିବେ ଫାରୁକ ଅବଦୁଲ୍ଲା, ଭବିଷ୍ୟତରେ ଏନଡିଏରେ ଯୋଗ ଦେବାନେଇ ସଙ୍କେତ

ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟକୁ ଅନ୍ୟ ଏକ ଶକ୍ତ ଝଟ୍କା ଲାଗିଛି। ଏନସି (ନେସନାଲ କନଫରେନ୍ସ) ସଭାପତି ଫାରୁକ ଅବଦୁଲ୍ଲା ଆଜି କହିଛନ୍ତି, ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ସମସ୍ତ ଆସନରେ ଫାରୁକ ଅବଦୁଲ୍ଲାଙ୍କ ଏନସି ଦଳ ଏକାକୀ ନିର୍ବାଚନ ଲଢ଼ିବ। ଫାରୁକ ଏହି ଘୋଷଣା କରିବା ସହ ଭବିଷ୍ୟତରେ ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଯୋଗ ଦେବା ନେଇ ସଙ୍କେତ ଦେଇଛନ୍ତି। ଏକ ସାକ୍ଷାତକାର ଦେଇ ଫାରୁକ କହିଛନ୍ତି, […]

ଜମ୍ମୁ କାଶ୍ମୀରରେ ଏକାକୀ ନିର୍ବାଚନ ଲଢ଼ିବେ ଫାରୁକ ଅବଦୁଲ୍ଲା, ଭବିଷ୍ୟତରେ ଏନଡିଏରେ ଯୋଗ ଦେବାନେଇ ସଙ୍କେତ

ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟକୁ ଅନ୍ୟ ଏକ ଶକ୍ତ ଝଟ୍କା ଲାଗିଛି। ଏନସି (ନେସନାଲ କନଫରେନ୍ସ) ସଭାପତି ଫାରୁକ ଅବଦୁଲ୍ଲା ଆଜି କହିଛନ୍ତି, ତାଙ୍କ ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। ସମସ୍ତ ଆସନରେ ଫାରୁକ ଅବଦୁଲ୍ଲାଙ୍କ ଏନସି ଦଳ ଏକାକୀ ନିର୍ବାଚନ ଲଢ଼ିବ। ଫାରୁକ ଏହି ଘୋଷଣା କରିବା ସହ ଭବିଷ୍ୟତରେ ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ଯୋଗ ଦେବା ନେଇ ସଙ୍କେତ ଦେଇଛନ୍ତି। ଏକ ସାକ୍ଷାତକାର ଦେଇ ଫାରୁକ କହିଛନ୍ତି, ଏନସି ଅନ୍ୟ କୌଣସି ରାଜନୈତିକ ଦଳ ସହ ମେଣ୍ଟ ନକରି ନିଜ ଦକ୍ଷତାରେ ଏକାକୀ ନିର୍ବାଚନ ଲଢ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ କିନ୍ତୁ ଏନଡିଏକୁ ଫେରିବାର ସମ୍ଭାବନା ନେଇ କୌଣସି ସଙ୍କେତ ଦେଇନାହାନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏନସି ଏନଡିଏରେ ଥିଲା। ପରେ ଏନସି ଏନଡିଏରୁ ଓହରି ଯାଇଥିଲା। ତେବେ ଗତମାସଠାରୁ ଏନସି ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫାରୁକ କହିଥିଲେ, ଯଦି ଖୁବ ଶୀଘ୍ର ଆସନ ବୁଝାମଣା ନେଇ ଆଲୋଚନା ନହୁଏ ତେବେ କିଛି ବିରୋଧୀ ଦଳ ପୃଥକ୍ ମେଣ୍ଟ ଗଠନ କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତମାସରେ ଏନସିର ଅନେକ ବରିଷ୍ଠ ନେତା ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ଅବଦୁଲ୍ଲାଙ୍କ ଏନସି ଦଳ ୩ଟି ଲେଖାଏଁ ଆସନରେ ଜିତିଥିଲେ।