ମୁଜାଗଡ, ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ
ଭଞ୍ଜନଗର,୧୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ,ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଯାତ୍ରା ୨୧ ଦିନ ଧରି ଚାଲିବ। ଉଭୟ ଗ୍ରାମବାସୀ ଦେବୀଙ୍କୁ ବିଭିନ୍ନ ସ୍ଥାୟୀ ମନ୍ଦିରରୁ ନିମନ୍ତ୍ରଣ କରି ଆଣି ଅସ୍ଥାୟୀ ମଣ୍ଡପରେ ରଖାଯାଇଛି। ଆତସବାଜି,ପାରମ୍ପରିକ ନୃତ୍ୟ, ବାଦ୍ୟର ତାଳେ ତାଳେ ଲୋକେ ନୃତ୍ୟ କରିବା ସହ ଦେବୀଙ୍କୁ ପାଛୋଟି ନେଇଥିଲେ। ଉଭୟ ଯାତ୍ରା ୨୧ ଦିନ ଧରି ଯାତ୍ରା ଚାଲିବ। ଏହି ସମୟରେ ଦେବୀ ବିଭିନ୍ନ ଦିବସରେ ନଗର ପରିକ୍ରମା କରିବା କାର୍ଯ୍ୟକ୍ରମ […] The post ମୁଜାଗଡ, ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ appeared first on Dharitri Odia News.
ଭଞ୍ଜନଗର,୧୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ,ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଯାତ୍ରା ୨୧ ଦିନ ଧରି ଚାଲିବ। ଉଭୟ ଗ୍ରାମବାସୀ ଦେବୀଙ୍କୁ ବିଭିନ୍ନ ସ୍ଥାୟୀ ମନ୍ଦିରରୁ ନିମନ୍ତ୍ରଣ କରି ଆଣି ଅସ୍ଥାୟୀ ମଣ୍ଡପରେ ରଖାଯାଇଛି। ଆତସବାଜି,ପାରମ୍ପରିକ ନୃତ୍ୟ, ବାଦ୍ୟର ତାଳେ ତାଳେ ଲୋକେ ନୃତ୍ୟ କରିବା ସହ ଦେବୀଙ୍କୁ ପାଛୋଟି ନେଇଥିଲେ। ଉଭୟ ଯାତ୍ରା ୨୧ ଦିନ ଧରି ଯାତ୍ରା ଚାଲିବ। ଏହି ସମୟରେ ଦେବୀ ବିଭିନ୍ନ ଦିବସରେ ନଗର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି। ଶନିବାର ମୁଜାଗଡରେ ଦେବୀଙ୍କ ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ହୋମ ଯଜ୍ଞ ହୋଇଥିଲା। ରବିବାର ମଧ୍ୟ ହୋମଯଜ୍ଞ ହେବ। ସୋମବାର ଠାରୁ ଦେବୀଙ୍କ ନଗର ଭ୍ରମଣ ଆରମ୍ଭ ହେବ। ଉଭୟ ଯାତ୍ରାରେ ଆଗକୁ ଭିଡ ହେବ। ତେଣୁ ରାମ ଦୋଳି ସମେତ ବିଭିନ୍ନ ଦୋକାନ ବଜାର ଖୋଲିବ। ଅପରପକ୍ଷେ ବେଲଗୁଣ୍ଠା ଯାତ୍ରା ମଧ୍ୟ ବର୍ତ୍ତମାନ ଚାଲିଛି। ଯାତ୍ରା ଗୁଡ଼ିକ କିଭଳି ଶାନ୍ତିଶୃଙ୍ଖଳାର ସହ ସରିବ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି।
The post ମୁଜାଗଡ, ଲାଲସିଂରେ ଠାକୁରାଣୀ ଯାତ୍ରା ଆରମ୍ଭ appeared first on Dharitri Odia News.