ଜମ୍ମୁ-କାଶ୍ମୀରରେ ବଡ଼ ଦୁର୍ଘଟଣା, ୩୦୦ ଫୁଟ୍ ଗଭୀର ଖାତକୁ ଖସିଲା ସେନାର ଟ୍ରକ, ୫ ଯବାନ ମୃତ
ପୁଞ୍ଛ: ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାର ବଲନୋଇ ସେକ୍ଟରରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସେନାର ଏକ ଟ୍ରକ ୩୦୦ ଫୁଟ୍ ଗଭୀର ଖାତରେ ଖସି ପଡ଼ିବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଯବାନଙ୍କୁ ଚିକିତ୍ସା ଜାରି ରହିଛି। White Knight Corps ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛି। ଯବାନଙ୍କ ନିଧନରେ White Knight Corps ଗଭୀର ସମବେଦନା ବ୍ୟକ୍ତ କରିଛି।ଦୁର୍ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ୧୧ ମରାଠା ଲାଇଟ୍ ଇନଫ୍ରେଣ୍ଟିର ଏକ ସେନା ଗାଡ଼ି ନୀଲମ ମୁଖ୍ୟାଳୟରୁ ଏଲଓସି ନିକଟ ବଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଘୋରା ପୋଷ୍ଟ ନିକଟରେ ସେନା ଟ୍ରକ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀତ ଖାତକୁ ଖସି ପଡିଛି। ଦୁର୍ଘଟଣାରେ ଅନେକ ସୈନିକ ଗୁରୁତର ଆହତ ହୋଇଛନ୍ତି। ୧୧ ମରାଠା ଲାଇଟ୍ ଇନଫ୍ରେଣ୍ଟିର ଏକ କ୍ୟୁକ୍ ରେସନପନ୍ସ ଟିମ୍ ଓ ମନୋକଟରୁ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। All ranks of #WhiteKnightCorps extend their deepest condolences on the tragic loss of five brave soldiers in a vehicle accident during operational duty in the #Poonch sector.Rescue op
ପୁଞ୍ଛ: ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାର ବଲନୋଇ ସେକ୍ଟରରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସେନାର ଏକ ଟ୍ରକ ୩୦୦ ଫୁଟ୍ ଗଭୀର ଖାତରେ ଖସି ପଡ଼ିବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଯବାନଙ୍କୁ ଚିକିତ୍ସା ଜାରି ରହିଛି। White Knight Corps ଏକ୍ସରେ ପୋଷ୍ଟ କରି ଏହାର ସୂଚନା ଦେଇଛି। ଯବାନଙ୍କ ନିଧନରେ White Knight Corps ଗଭୀର ସମବେଦନା ବ୍ୟକ୍ତ କରିଛି।
ଦୁର୍ଘଟଣାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ୧୧ ମରାଠା ଲାଇଟ୍ ଇନଫ୍ରେଣ୍ଟିର ଏକ ସେନା ଗାଡ଼ି ନୀଲମ ମୁଖ୍ୟାଳୟରୁ ଏଲଓସି ନିକଟ ବଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିଲା। ଏହି ସମୟରେ ଘୋରା ପୋଷ୍ଟ ନିକଟରେ ସେନା ଟ୍ରକ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀତ ଖାତକୁ ଖସି ପଡିଛି। ଦୁର୍ଘଟଣାରେ ଅନେକ ସୈନିକ ଗୁରୁତର ଆହତ ହୋଇଛନ୍ତି। ୧୧ ମରାଠା ଲାଇଟ୍ ଇନଫ୍ରେଣ୍ଟିର ଏକ କ୍ୟୁକ୍ ରେସନପନ୍ସ ଟିମ୍ ଓ ମନୋକଟରୁ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି।
All ranks of #WhiteKnightCorps extend their deepest condolences on the tragic loss of five brave soldiers in a vehicle accident during operational duty in the #Poonch sector.
Rescue operations are ongoing, and the injured personnel are receiving medical care.@adgpi…— White Knight Corps (@Whiteknight_IA) December 24, 2024
ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ ସେନାର ଗାଡି ଦୁର୍ଘଟଣାଗ୍ରସ୍ତ ହେବାର ଅନେକ ଖବର ସାମ୍ନାକୁ ଆସି ସାରିଛି। ଗତ ମାସ ନଭେମ୍ବର ୪ରେ ଏମିତି ଏକ ଦୁର୍ଘଟଣାରେ ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ଜଣେ ସୈନ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୨୩ ଏପ୍ରିଲ ୨୯ରେ ରାଜୌରୀରେ ସେନାର ଏକ ଆମ୍ବୁଲାନ୍ସ ୨୦୦ ଫୁଟ୍ ଗଭୀର ଖାତକୁ ଖସିଥିଲା। ଏଥିରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ପୁଣି ସେହି ବର୍ଷ ଅଗଷ୍ଟ ୧୯ରେ ସେନାର ଏକ ଗାଡ଼ି ୬୦ ଫୁଟ୍ ଖାଇକୁ ଖସି ପଡ଼ିଥିଲା, ଯେଉଁଥିରେ ୯ ଯବାନଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା।