ଜରୁରୀ ନ ଥିଲେ ଇରାନ ଯାଅନି: ଭାରତ

ନୂଆଦିଲ୍ଲୀ,୩ା୧୦: କୌଣସି ଅଣଜରୁରୀ କାର୍ଯ୍ୟରେ ଇରାନ ଯାତ୍ରା ନ କରିବାକୁ ଭାରତୀୟମାନଙ୍କୁ ନୂଆଦିଲ୍ଲୀ ପରାମର୍ଶ ଦେଇଛି। ଇରାନର ଇସ୍ରାଏଲ୍‌ ଆକ୍ରମଣ ପରିପ୍ରେକ୍ଷୀରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ଇରାନରେ ବସବାସ କରୁଥିବା ସମସ୍ତ ଭାରତୀୟ ନାଗରିକ ସତର୍କ ରୁହନ୍ତୁ। ତେହରାନ୍‌ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗସୂତ୍ରରେ ରୁହନ୍ତୁ। ଭାରତ ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛନ୍ତି। ଅତି ଆବଶ୍ୟକ ନ ଥିଲେ କୌଣସି ଭାରତୀୟ ଇରାନକୁ ଯାଆନ୍ତୁ ନାହିଁ […] The post ଜରୁରୀ ନ ଥିଲେ ଇରାନ ଯାଅନି: ଭାରତ appeared first on Dharitri Odia News.

ଜରୁରୀ ନ ଥିଲେ ଇରାନ ଯାଅନି: ଭାରତ

ନୂଆଦିଲ୍ଲୀ,୩ା୧୦: କୌଣସି ଅଣଜରୁରୀ କାର୍ଯ୍ୟରେ ଇରାନ ଯାତ୍ରା ନ କରିବାକୁ ଭାରତୀୟମାନଙ୍କୁ ନୂଆଦିଲ୍ଲୀ ପରାମର୍ଶ ଦେଇଛି। ଇରାନର ଇସ୍ରାଏଲ୍‌ ଆକ୍ରମଣ ପରିପ୍ରେକ୍ଷୀରେ ବୁଧବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ଇରାନରେ ବସବାସ କରୁଥିବା ସମସ୍ତ ଭାରତୀୟ ନାଗରିକ ସତର୍କ ରୁହନ୍ତୁ। ତେହରାନ୍‌ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗସୂତ୍ରରେ ରୁହନ୍ତୁ। ଭାରତ ସରକାର ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛନ୍ତି। ଅତି ଆବଶ୍ୟକ ନ ଥିଲେ କୌଣସି ଭାରତୀୟ ଇରାନକୁ ଯାଆନ୍ତୁ ନାହିଁ ବୋଲି ଉଲ୍ଲେଖ ଥିବା ବିବୃତିକୁ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈସ୍ବାଲ ଏକ୍ସ’ରେ ଶେୟାର କରିଛନ୍ତି।
ଦିଲ୍ଲୀର ଇସ୍ରାଏଲୀ ଦୂତାବାସରେ କଡ଼ା ସୁରକ୍ଷା
ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର ଥିବାରୁ ନୂଆଦିଲ୍ଲୀର ତୁଗଲକ୍‌ ରୋଡ୍‌ ଅଞ୍ଚଳସ୍ଥିତ ଇସ୍ରାଏଲ ଦୂତାବାସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଧିକ ସୁରକ୍ଷା କର୍ମଚାରୀଙ୍କୁ ମୁତୟନ କରି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି। ବହୁସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଏରିଆର ବିଭିନ୍ନ ସ୍ଥାନରେ ସିସିଟିଭି ସଂଲଗ୍ନ କରାଯାଇଥିବା ଦିଲ୍ଲୀ ପୋଲିସ କହିଛି। ଇସ୍ରାଏଲ୍‌ ଦୂତାବାସ ଓ ଏହା ନିକଟରେ ପୂର୍ବରୁ ୨ ଥର ବିସ୍ଫୋରଣ ଘଟିଥିବାବେଳେ କେହି ମୃତାହତ ହୋଇ ନ ଥିଲେ।

The post ଜରୁରୀ ନ ଥିଲେ ଇରାନ ଯାଅନି: ଭାରତ appeared first on Dharitri Odia News.