ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି

୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା, ସଂସ୍କୃତି ଏବଂ ଅନ୍ୟାନ୍ୟ ସାଧାରଣ ବିଷୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ସାର୍ବଭୌମତ୍ୱ, ସମାନତା, ବିଶ୍ୱାସ ଏବଂ ବୁଝାମଣା ଉପରେ ଆଧାରିତ ଏକ ବ୍ୟାପକ ଭାଗୀଦାରିରେ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ବିଶେଷତା ପ୍ରତିଫଳିତ ହୋଇଛି। ଏହି ସହଭାଗିତା ସମଗ୍ର ଏସିଆ ଓ ଏହା ବାହାରେ ଦ୍ୱିପାକ୍ଷିକ […] The post ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି appeared first on Dharitri Odia News.

ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି

୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା, ସଂସ୍କୃତି ଏବଂ ଅନ୍ୟାନ୍ୟ ସାଧାରଣ ବିଷୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ସାର୍ବଭୌମତ୍ୱ, ସମାନତା, ବିଶ୍ୱାସ ଏବଂ ବୁଝାମଣା ଉପରେ ଆଧାରିତ ଏକ ବ୍ୟାପକ ଭାଗୀଦାରିରେ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ବିଶେଷତା ପ୍ରତିଫଳିତ ହୋଇଛି। ଏହି ସହଭାଗିତା ସମଗ୍ର ଏସିଆ ଓ ଏହା ବାହାରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ମଡେଲ ଭାବରେ ଉଭାହୋଇଛି।“ବର୍ତ୍ତମାନ ୨ ଦେଶ ମଧ୍ୟରେ ୩ଟି ଟ୍ରେନ୍‌ ଚଳାଚଳ କରୁଛି -(୧) ମୈତ୍ରୀ ଏକ୍ସପ୍ରେସ୍‌ (୨୦୦୮ ପରଠାରୁ କୋଲକାତା ଏବଂ ଢାକାକୁ ସଂଯୋଗ କରୁଛି), (୨) ବନ୍ଧନ ଏକ୍ସପ୍ରେସ୍‌ (୨୦୧୭ ପରଠାରୁ କୋଲକାତା ଏବଂ ଖୁଲ୍‌ନାକୁ ସଂଯୋଗକରେ) ଏବଂ (୩) ମିତାଲି ଏକ୍ସପ୍ରେସ୍‌ (ଜୁନ୍‌ ୨୦୨୨ ଠାରୁ ନୂତନ ଜାଲପାଇଗୁଡ଼ି ଏବଂ ଢାକା ମଧ୍ୟରେ ଚାଲୁଛି)। ଏହା ବ୍ୟତୀତ ଭାରତ ଏବଂ ବାଂଲାଦେଶ ମଧ୍ୟରେ କୋଲକାତା, ଅଗରତାଲା ଓ ଗୁଆହାଟୀ ଦେଇ ଢାକା ଏବଂ ଖୁଲ୍‌ନା ପର୍ଯ୍ୟନ୍ତ ୫ଟି ବସ୍‌ ଚାଲୁଛି। କୋଭିଡ୍‌ ମହାମାରୀ ଆରମ୍ଭହେବାର କିଛି ସପ୍ତାହ ପୂର୍ବରୁ ମୁଁ ଟ୍ରେନ୍‌ରେ ଖୁଲ୍‌ନା ଯାଇଥିଲି। ଏହି ଟ୍ରେନ୍‌ ସେବା ୧୯୬୫ ଯୁଦ୍ଧ ସମୟରେ ବନ୍ଦ ହୋଇଯାଇଥିଲା ଏବଂ ୨୦୧୭ରେ ପୁନର୍ବାର ଆରମ୍ଭ ହୋଇଥିଲା।
ଦକ୍ଷିଣ ଏସିଆରେ ବାଂଲାଦେଶ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜି୍ୟକ ଭାଗୀଦାରି ଏବଂ ଏସିଆରେ ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ବାଣିଜି୍ୟକ ଭାଗୀଦାରି ହେଉଛି ଭାରତ। ୨୦୨୩-୨୪ ଆର୍ଥିକ ବର୍ଷରେ ବାଂଲାଦେଶ ଭାରତକୁ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିଥିଲା। ଆର୍ଥିକ ବର୍ଷ ୨୦୨୩-୨୪ରେ ମୋଟ ଦ୍ୱିପାକ୍ଷିକ ବାଣିଜ୍ୟର ମୂଲ୍ୟ ୧୪ ବିଲିୟନ ଡଲାର ବୋଲି ରିପୋର୍ଟରେ ପ୍ରକାଶ ପାଇଛି, ଯାହା ଭାରତ ସପକ୍ଷରେ ଅଧିକ ରହିଛି। ଅର୍ଥାତ୍‌ ଏହା ଭାରତ ସପକ୍ଷରେ ଅଧିକ ମାତ୍ରାରେ ରହିଛିି। ବୈଦେଶିକ ମନ୍ତ୍ରଣାଳୟ ରିପୋର୍ଟରେ କୁହାଯାଇଛି, ଭାରତରେ ଚିକିତ୍ସା ହେବା ଲାଗି ଜଣେ ରୋଗୀଙ୍କ ସହଯୋଗୀ ବା ମେଡିକାଲ ଆଟେଣ୍ଡାଣ୍ଟ ଭାବେ ୩ଜଣ ବାଂଲାଦେଶୀଙ୍କୁ ଭିଜା ପ୍ରଦାନ କରିଛି। ସ୍ବତନ୍ତ୍ରଭାବେ ବାଂଲାଦେଶ ସହ ଏଭଳି କୋହଳ ଭିଜା ପ୍ରକ୍ରିୟା ସମ୍ଭବ ହେଉଛି। ଭିଜା ଆବେଦନ କେନ୍ଦ୍ର, ଦୈନିକ ଗ୍ରହଣ କରାଯାଇଥିବା ଆବେଦନ ସଂଖ୍ୟା ତଥା ବ୍ୟବସ୍ଥା ଏବଂ ପ୍ରଦାନ କରାଯାଉଥିବା ଭିଜା ସଂଖ୍ୟାକୁ ଦେଖିଲେ ବାଂଲାଦେଶରେ ଭାରତର ଭିଜା ପ୍ରକ୍ରିୟା ବିଶ୍ୱରେ ସବୁଠୁ ବଡ଼। ଶେଖ ହାସିନାଙ୍କ ସରକାର ପତନ ଏବଂ ବାଂଲାଦେଶରେ ଭାରତ ତାହାର କୂଟନେତିକ ଉପସ୍ଥିତି ହ୍ରାସ କରିବା ପରେ ଭିଜା ପ୍ରକ୍ରିୟା ଗଭୀର ଭାବେ ପ୍ରଭାବିତ ହୋଇଛି। କୋହଳ ଭିଜା ପ୍ରକ୍ରିୟା ଭାରତୀୟ ବ୍ୟବସାୟ, ବିଶେଷକରି ମେଡିକାଲ ପର୍ଯ୍ୟଟନ ପାଇଁ ଅତ୍ୟନ୍ତ ଅନୁକୂଳ ରହି ଆସିଥିଲେ ମଧ୍ୟ କୂଟନୈତିକ ହ୍ରାସ ଯୋଗୁ ଭାରତର ଅଧିକ କ୍ଷତି ଘଟିଛି। ବାସ୍ତବରେ, ବାର୍ଷିକ ଭାରତକୁ ଆସୁଥିବା ମୋଟ ୬,୩୫,୦୦୦ ମେଡିକାଲ ପର୍ଯ୍ୟଟକଙ୍କ ମଧ୍ୟରୁ ପାଖାପାଖି ଅଧା, ଅର୍ଥାତ୍‌ ୩,୨୫,୦୦୦ ହେଉଛନ୍ତି ବାଂଲାଦେଶୀ।
ଅନ୍ୟପକ୍ଷରେ, ଭାରତ ଗସ୍ତ ପାଇଁ ପାକିସ୍ତାନୀମାନେ ଯାହାସବୁ କରିବାକୁ ପଡ଼େ ତାହା ଅକ୍ଟୋବର ୨୦୨୪ରେ ମୋ ବନ୍ଧୁମାନଙ୍କ ବେଙ୍ଗାଲୁରୁ ଗସ୍ତରୁ ବୁଝାଯାଇପାରେ। ସେଦିନ ଥିଲା ଗୁରୁବାର ଓ ସେମାନଙ୍କ ମଧ୍ୟରୁ ଜଣେ ସେହିଦିନ ରାତିରେ ଅଟ୍ଟାରି-ୱାଘା ସୀମା ଦେଇ ଅମୃତସରରୁ ବେଙ୍ଗାଲୁରୁ ଯାଇଥିଲେ। ପରଦିନ ବେଙ୍ଗାଲୁରୁରେ ପ୍ରବେଶ କରିଛନ୍ତି ବୋଲି ପଞ୍ଜୀକରଣ କରିବାକୁ ଥାନାରେ ପହଞ୍ଚିଥିଲେ। ପାକିସ୍ତାନୀମାନଙ୍କୁ ସହରକୈନ୍ଦ୍ରିକ ଭିଜା ଦିଆଯାଏ, ଯେଉଁଥିରେ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ପ୍ରତ୍ୟେକ ସହରର ଯେ କୌଣସି ଥାନାରେ ପଞ୍ଜୀକରଣ କରିବାକୁ ପଡ଼େ। ତା’ପରଦିନ ଅର୍ଥାତ୍‌ ଶନିବାରରେ ତାଙ୍କ ପ୍ରସ୍ଥାନ ସମ୍ପର୍କରେ ପୁଣି ଥରେ ଥାନାରେ ଜଣାଇ ରବିବାର ଦିଲ୍ଲୀ ଯାତ୍ରା କରିଥିଲେ ଏବଂ ସୋମବାର ସେଠାରେ ଥାନାରେ ରିପୋର୍ଟ କରିବାକୁ ପଡ଼ିଥିଲା। ମୋ ବନ୍ଧୁ ଏ ସମ୍ପର୍କରେ ଯାହା ଅନୁଭବ କରୁଥିବେ ମୁଁ ସେ ବିଷୟରେ ମଧ୍ୟ ଅବଗତ। କାରଣ ପାକିସ୍ତାନ ଗସ୍ତରେ ମୋତେ ସମାନ ପ୍ରକାରେ ଥାନାରେ ଜଣାଇବା ଭଳି ବ୍ୟବସ୍ଥା ଥିବା ଭିଜା ଦିଆଯାଇଛି। ଲୋକମାନଙ୍କୁ ଆସିବାକୁ ନିରୁତ୍ସାହିତ କରିବା ପାଇଁ ଏସବୁ ଉଦ୍ଦିଷ୍ଟ। ଏହି କଠୋରତା ଉଭୟ ପକ୍ଷ ଅବଲମ୍ବନ କରୁଛନ୍ତି। ଭାରତକୁ ବର୍ଷକୁ ପ୍ରାୟ ୪୦,୦୦୦ ପାକିସ୍ତାନୀ ପର୍ଯ୍ୟଟକ ଆସୁଥିବାବେଳେ ବାଂଲାଦେଶୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୨୫ ଲକ୍ଷ। ପର୍ଯ୍ୟଟନ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମାର୍ଦ୍ଧରେ ଆମେରିକା, ବ୍ରିଟେନ୍‌ ଏବଂ କାନାଡା ତୁଳନାରେ ଭାରତକୁ ଅଧିକ ବାଂଲାଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୧୦ ପର୍ଯ୍ୟନ୍ତ ବାର୍ଷିକ ବାଂଲାଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଥିଲା ପ୍ରାୟ ୫ ଲକ୍ଷ। ତା’ପରେ ୨୦୧୪ ରେ ଏହା ଦ୍ୱିଗୁଣିତ ହୋଇ ପ୍ରାୟ ୧୦ ଲକ୍ଷରେ ପହଞ୍ଚଥିଲା ଏବଂ ପରେ ମୋଦି ସରକାରଙ୍କ ଦଶନ୍ଧିରେ ଏହା ମଧ୍ୟ ୨ଗୁଣ ହୋଇଛି। ଭାରତକୁ ଆସୁଥିବା ବାଂଲାଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବାସ୍ତବରେ ଉଲ୍ଲେଖନୀୟ। କିନ୍ତୁ ଏହି ସମୟରେ ଭାରତରେ କ୍ଷମତାରେ ଥିବା ରାଜନୈତିକ ଦଳର ଘୃଣା ଭାବ ବାଂଲାଦେଶବାସୀଙ୍କୁ ଅସନ୍ତୁଷ୍ଟ କରିଛି। ଏପରିକି ଶେଷ ହୋଇଥିବା ନିର୍ବାଚନ ପ୍ରଚାରରେ ଭାଜପାର ନେତାମାନେ ‘ବାହାର ଲୋକ’(ବାଂଲାଦେଶୀଙ୍କୁ ଇଙ୍ଗିତକରି) ଦେଶ ପାଇଁ ବିପଦ ବୋଲି ଭୋଟରମାନଙ୍କୁ ବାର୍ତ୍ତା ଦେଇଥିଲେ। ଲଗାତର ଭାବେ ଏଭଳି ପ୍ରଚାର କରି ଭୟ ସୃଷ୍ଟି କରାଯାଉଥିବାରୁ ଅଧିକାଂଶ ଭାରତୀୟ ଭାବୁଥାଇପାରନ୍ତି ଯେ ବାଂଲାଦେଶ ସହ ଥିବା ଭିଜା ବ୍ୟବସ୍ଥା ପାକିସ୍ତାନ ସହିତ ସମାନ। ବାସ୍ତବରେ ଏହା ନୁହେଁ। ପ୍ରକୃତ ସଂଖ୍ୟାକୁ ଦେଖିଲେ ଜଣାପଡ଼େ, ବାଂଲାଦେଶ ସହ ସମ୍ପର୍କ ଗଢ଼ିବାରେ ପୂର୍ବ ସରକାରଙ୍କ ବୁଦ୍ଧିମାନ କାର୍ଯ୍ୟକୁ ଭାଜପା ଜାରି ରଖିଛି। ଅବଶ୍ୟ ଭାରତ-ବାଂଲାଦେଶ ମଧ୍ୟରେ ଗତିବିଧି ନେପାଳ ଭଳି ମୁକ୍ତ ନୁହେଁ। ବୈଦେଶିକ ମନ୍ତ୍ରଣାଳୟ ଲେଖାରେ ଦର୍ଶାଯାଇଛି ଯେ, ଭାରତ ଏବଂ ନେପାଳର ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପୁରୁଣା ଐତିହାସିକ ଏବଂ ସାଂସ୍କୃତିକ ଯୋଗାଯୋଗ, ମୁକ୍ତ ସୀମା ଏବଂ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କ ଯୋଗୁ ସମ୍ଭବ ହୋଇଛି। ବାଂଲାଦେଶ ସହ ଆମର ସମ୍ପର୍କ କ୍ଷେତ୍ରରେ ଏହା ମଧ୍ୟ ସମାନ। କିନ୍ତୁ ଗୋଟିଏ ପାର୍ଥକ୍ୟ ହେଉଛି, ନେପାଳ ସହ ଆମର ସୀମା ସମ୍ପୂର୍ଣ୍ଣ ମୁକ୍ତ। ଉଭୟ ଦେଶର ନାଗରିକମାନେ ଅନ୍ୟ ଦେଶକୁ ଯିବା କିମ୍ବା ଚାକିରି ଖୋଜିବାରେ କୌଣସି ଭିଜା ଏପରିକି ପାସ୍‌ପୋର୍ଟର ଆବଶ୍ୟକତା ପଡ଼ୁନାହିଁ।

ଆକାର ପଟେଲ
Email:aakar.patel@gmail.com

The post ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି appeared first on Dharitri Odia News.