ଜର୍ଜିଆରେ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଭାରତୀଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଜର୍ଜିଆର ଏକ ପାହାଡ଼ିଆ ହୋଟେଲ ଗୁଡୋରିରେ ୧୧ ଜଣ ଭାରତୀୟ ନାଗରିକଙ୍କ ମୃତ ଦେହ ମିଳିଛି । ସ୍ଥାନୀୟ ପୋଲିସର କହିବା ଅନୁସାରେ ବିଷାକ୍ତ ଗ୍ୟାସ କାର୍ବନ ମୋନୋଅକ୍ସାଇଡ୍ ଯୋଗୁଁ ଏହି ଦୁଃଖଦ ଅଘଟଣ ଘଟିଥିବା ସାମନାକୁ ଆସିଛି । ଗ୍ୟାସ୍ ନିର୍ଗମ ବେଳେ ସମସ୍ତେ ନିଜ ନିଜ ରୁମ୍‌ରେ ଶୋଇଥିଲେ । ଜର୍ଜିଆର ଆଭ୍ୟନ୍ତରୀଣ ମାମଲା ମନ୍ତ୍ରଣାଳୟ ପ୍ରାଥମିକ ତଦନ୍ତ ଆଧାରରେ ଏହି ସୂଚନା ଦେଇଛି । ମୃତଙ୍କ ଦେହରେ କୌଣସି ପ୍ରକାର ଆଘାତ କିମ୍ୱା ହିଂସାର ଚିହ୍ନ ନାହିଁ ।ଜର୍ଜିଆର ଅଧିକାରୀଙ୍କ କହିବା ଅନୁସାରେ ୧୨ ଜଣଙ୍କ ମୃତ ଦେହ ମିଳିଥିବା ବେଳେ ଏଥରୁ ୧୧ ଜଣ ବିଦେଶୀ ନାଗରିକ । ଜଣେ ଜର୍ଜିଆର ନାଗରିକ । ତେବେ ଜର୍ଜିଆ ସ୍ଥିତ ଭାରତୀୟ ଦୂତାବାର ସୂଚନା ଅନୁସାରେ ମୃତ ସମସ୍ତ ଭାରତୀୟ ଘଟଣା ଘଟିଥିବା ହୋଟୋଲରେ କାମ କରୁଥିଲେ । ମୃତଙ୍କ ବିଷୟରେ ଅଧିକ ସୂଚନା ହାସଲ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣ ବିଜୁଳି ଜେନେରେଟରରୁ କାର୍ବନ ମୋନୋଅକ୍ସାଇଡ୍ ଲିକ୍ ବୋଲି ଜଣାପଡ଼ିଛି । ପୋଲିସର କହିବା ଅନୁସାରେ ଲୋକଙ୍କ ଶୋଇବା ସ୍ଥାନରେ ଏକ ବନ୍ଦ ଘରେ ଜେନେରେଟରକୁ ରଖାଯାଇଥିଲା । ତେବେ ମୃତ୍ୟୁ ପଛର ସଠିକ୍ କାରଣ ଜାଣିବା ପାଇଁ ଫରେନ୍ସିକ୍ ତଦନ୍ତ ଜାରି ରହିଛି । 

ଜର୍ଜିଆରେ ଗ୍ୟାସ୍ ଲିକ୍ ଯୋଗୁଁ ୧୧ ଭାରତୀଙ୍କ ମୃତ୍ୟୁ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ଜର୍ଜିଆର ଏକ ପାହାଡ଼ିଆ ହୋଟେଲ ଗୁଡୋରିରେ ୧୧ ଜଣ ଭାରତୀୟ ନାଗରିକଙ୍କ ମୃତ ଦେହ ମିଳିଛି । ସ୍ଥାନୀୟ ପୋଲିସର କହିବା ଅନୁସାରେ ବିଷାକ୍ତ ଗ୍ୟାସ କାର୍ବନ ମୋନୋଅକ୍ସାଇଡ୍ ଯୋଗୁଁ ଏହି ଦୁଃଖଦ ଅଘଟଣ ଘଟିଥିବା ସାମନାକୁ ଆସିଛି । ଗ୍ୟାସ୍ ନିର୍ଗମ ବେଳେ ସମସ୍ତେ ନିଜ ନିଜ ରୁମ୍‌ରେ ଶୋଇଥିଲେ । ଜର୍ଜିଆର ଆଭ୍ୟନ୍ତରୀଣ ମାମଲା ମନ୍ତ୍ରଣାଳୟ ପ୍ରାଥମିକ ତଦନ୍ତ ଆଧାରରେ ଏହି ସୂଚନା ଦେଇଛି । ମୃତଙ୍କ ଦେହରେ କୌଣସି ପ୍ରକାର ଆଘାତ କିମ୍ୱା ହିଂସାର ଚିହ୍ନ ନାହିଁ ।

ଜର୍ଜିଆର ଅଧିକାରୀଙ୍କ କହିବା ଅନୁସାରେ ୧୨ ଜଣଙ୍କ ମୃତ ଦେହ ମିଳିଥିବା ବେଳେ ଏଥରୁ ୧୧ ଜଣ ବିଦେଶୀ ନାଗରିକ । ଜଣେ ଜର୍ଜିଆର ନାଗରିକ । ତେବେ ଜର୍ଜିଆ ସ୍ଥିତ ଭାରତୀୟ ଦୂତାବାର ସୂଚନା ଅନୁସାରେ ମୃତ ସମସ୍ତ ଭାରତୀୟ ଘଟଣା ଘଟିଥିବା ହୋଟୋଲରେ କାମ କରୁଥିଲେ । ମୃତଙ୍କ ବିଷୟରେ ଅଧିକ ସୂଚନା ହାସଲ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି । 

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ପ୍ରାଥମିକ ତଦନ୍ତରେ ମୃତ୍ୟୁର କାରଣ ବିଜୁଳି ଜେନେରେଟରରୁ କାର୍ବନ ମୋନୋଅକ୍ସାଇଡ୍ ଲିକ୍ ବୋଲି ଜଣାପଡ଼ିଛି । ପୋଲିସର କହିବା ଅନୁସାରେ ଲୋକଙ୍କ ଶୋଇବା ସ୍ଥାନରେ ଏକ ବନ୍ଦ ଘରେ ଜେନେରେଟରକୁ ରଖାଯାଇଥିଲା । ତେବେ ମୃତ୍ୟୁ ପଛର ସଠିକ୍ କାରଣ ଜାଣିବା ପାଇଁ ଫରେନ୍ସିକ୍ ତଦନ୍ତ ଜାରି ରହିଛି ।