ଜର୍ଜିଆରେ ୧୨ ଭାରତୀୟ ମୃତ
ତିବ୍ଲିିସି, ୧୭।୧୨: ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ ଘଟିଛି। ରିସର୍ଟର ଏକ ରୁମରୁ ସମସ୍ତଙ୍କର ମୃତଦେହ ମିଳିଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଧିକାରୀ ଆଶଙ୍କା କରୁଛନ୍ତି। ଜର୍ଜିଆର ରାଜଧାନୀ ତିବ୍ଲିସିସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମସ୍ତ ମୃତ ୧୨ ଭାରତୀୟ ନାଗରିକ ଗୁଡୈରିସ୍ଥିତ ଉକ୍ତ ରିସର୍ଟରେ ଥିବା ହଓ୍ବେଲୀ ରେଷ୍ଟୁରାଣ୍ଟର କର୍ମଚାରୀ ଥିଲେ। ତିବ୍ଲିସିସ୍ଥିତ […] The post ଜର୍ଜିଆରେ ୧୨ ଭାରତୀୟ ମୃତ appeared first on Dharitri Odia News.
ତିବ୍ଲିିସି, ୧୭।୧୨: ଜର୍ଜିଆର ଗୁଡୈରିସ୍ଥିତ ପାହାଡ଼ିଆ ଅଞ୍ଚଳରେ ଥିବା ଏକ ରିସର୍ଟରେ ୧୨ ଭାରତୀୟଙ୍କର ମୃତ୍ୟୁ ଘଟିଛି। ରିସର୍ଟର ଏକ ରୁମରୁ ସମସ୍ତଙ୍କର ମୃତଦେହ ମିଳିଛି। ବିଷାକ୍ତ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ବ୍ୟାପିବାରୁ ଏହି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଧିକାରୀ ଆଶଙ୍କା କରୁଛନ୍ତି। ଜର୍ଜିଆର ରାଜଧାନୀ ତିବ୍ଲିସିସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମସ୍ତ ମୃତ ୧୨ ଭାରତୀୟ ନାଗରିକ ଗୁଡୈରିସ୍ଥିତ ଉକ୍ତ ରିସର୍ଟରେ ଥିବା ହଓ୍ବେଲୀ ରେଷ୍ଟୁରାଣ୍ଟର କର୍ମଚାରୀ ଥିଲେ। ତିବ୍ଲିସିସ୍ଥିତ ଭାରତୀୟ ଦୂତାବାସର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ମୃତ ବ୍ୟକ୍ତିମାନଙ୍କ ଶରୀରରୁ କୌଣସି କ୍ଷତ ଚିହ୍ନ ମିଳି ନ ଥିବା ଜର୍ଜିଆର ଗୃହ ମନ୍ତ୍ରଣାଳୟ କହିଛି। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ। ଘଟଣାକୁ ନେଇ ତଦନ୍ତ ଚାଲିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି। ତେବେ ମୃତଦେହଗୁଡ଼ିକୁ ଭାରତ ଫେରାଇ ଆଣିବା ଦିଗରେ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ପ୍ରୟାସ କରାଯାଉଛି ବୋଲି ଭାରତୀୟ ଦୂତାବାସର ଅଧିକାରୀ କହିଛନ୍ତି।
The post ଜର୍ଜିଆରେ ୧୨ ଭାରତୀୟ ମୃତ appeared first on Dharitri Odia News.