ଜର୍ମାନୀରୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧର ବୋମା: ୫ ହଜାର ଲୋକ ସ୍ଥାନାନ୍ତର

ନୂଆଦିଲ୍ଲୀ: ଏକ ପ୍ରାଥମିକ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଖୋଳାଖୋଳି ସମୟରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର ବୋମା ଉଦ୍ଧାର ହୋଇଛି। ବୋମା ମିଳିବା ପରେ ସେଠାରେ ଆଖପାଖର ଏରିଆକୁ ଖାଲି କରି ଦିଆଯାଇଥିଲା। ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ। ହାମବର୍ଗର ଷ୍ଟର୍ନସେଞ୍ଜ୍ ଜିଲ୍ଲାର ହଜାର ହଜାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିଲା।ପାଖାପାଖି ୫ ହଜାର ଲୋକଙ୍କୁ ୩୦୦ ମିଟର ଦୂରକୁ ସ୍ଥାନାନ୍ତର କରାଯାଇଥିଲା। ଆଖପାଖରେ ଥିବା ବାର, ରେସ୍ତୋରାଁ ବନ୍ଦ କରିଦିଆଯାଇଥିଲା ବୋଲି ଜର୍ମାନୀ ମିଡିଆ ଡଏଚେ ୱେଲ୍ଲେରେ ଖବର ପ୍ରକାଶ ପାଇଛି। ସେହିପରି ଯେଉଁମାନେ ୫୦୦ ମିଟର ଏରିଆରେ ରହୁଛନ୍ତି ସେମାନଙ୍କୁ ବାହାରକୁ ନ ବାହାରି ଘରେ ଭିତରେ ଝରକା କବାଟ ବନ୍ଦ କରି ରହିବାକୁ ପରାମର୍ଶ ଦିଆଯାଇଛି।  ତେବେ ବୋମା ମିଳିବା ପରେ ଏହାକୁ ନିଷ୍କ୍ରିୟ କରାଯାଇଥିଲା। ଏଥିପାଇଁ ୩୦ ମିନିଟ ସମୟ ଲାଗିଥିଲା। ଶନିବାର ମଧ୍ୟରାତ୍ରୀରେ ବୋମାକୁ ନିଷ୍କ୍ରୟ କରାଯାଇଥିଲା। ଜର୍ମାନୀରେ ମିତ୍ର ରାଷ୍ଟ୍ର ସୋଭିଏତ ୟୁନିୟନର ଅଫୁଟା ବୋମା ମିଳିବା ସାଧାରଣ କଥା ହୋଇଗଲାଣି। ଏହା ପୂର୍ବରୁ ମଧ୍ୟ ଏକ ଅଫୁଟା ବୋମା ଜବତ କରାଯାଇଥିଲା। ସେତେବେଳେ ମଧ୍ୟ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।  

ଜର୍ମାନୀରୁ ମିଳିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧର ବୋମା: ୫ ହଜାର ଲୋକ ସ୍ଥାନାନ୍ତର

ନୂଆଦିଲ୍ଲୀ: ଏକ ପ୍ରାଥମିକ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଖୋଳାଖୋଳି ସମୟରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର ବୋମା ଉଦ୍ଧାର ହୋଇଛି। ବୋମା ମିଳିବା ପରେ ସେଠାରେ ଆଖପାଖର ଏରିଆକୁ ଖାଲି କରି ଦିଆଯାଇଥିଲା। ଲୋକେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ। ହାମବର୍ଗର ଷ୍ଟର୍ନସେଞ୍ଜ୍ ଜିଲ୍ଲାର ହଜାର ହଜାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ପାଖାପାଖି ୫ ହଜାର ଲୋକଙ୍କୁ ୩୦୦ ମିଟର ଦୂରକୁ ସ୍ଥାନାନ୍ତର କରାଯାଇଥିଲା। ଆଖପାଖରେ ଥିବା ବାର, ରେସ୍ତୋରାଁ ବନ୍ଦ କରିଦିଆଯାଇଥିଲା ବୋଲି ଜର୍ମାନୀ ମିଡିଆ ଡଏଚେ ୱେଲ୍ଲେରେ ଖବର ପ୍ରକାଶ ପାଇଛି। ସେହିପରି ଯେଉଁମାନେ ୫୦୦ ମିଟର ଏରିଆରେ ରହୁଛନ୍ତି ସେମାନଙ୍କୁ ବାହାରକୁ ନ ବାହାରି ଘରେ ଭିତରେ ଝରକା କବାଟ ବନ୍ଦ କରି ରହିବାକୁ ପରାମର୍ଶ ଦିଆଯାଇଛି।  

ତେବେ ବୋମା ମିଳିବା ପରେ ଏହାକୁ ନିଷ୍କ୍ରିୟ କରାଯାଇଥିଲା। ଏଥିପାଇଁ ୩୦ ମିନିଟ ସମୟ ଲାଗିଥିଲା। ଶନିବାର ମଧ୍ୟରାତ୍ରୀରେ ବୋମାକୁ ନିଷ୍କ୍ରୟ କରାଯାଇଥିଲା। 

ଜର୍ମାନୀରେ ମିତ୍ର ରାଷ୍ଟ୍ର ସୋଭିଏତ ୟୁନିୟନର ଅଫୁଟା ବୋମା ମିଳିବା ସାଧାରଣ କଥା ହୋଇଗଲାଣି। ଏହା ପୂର୍ବରୁ ମଧ୍ୟ ଏକ ଅଫୁଟା ବୋମା ଜବତ କରାଯାଇଥିଲା। ସେତେବେଳେ ମଧ୍ୟ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।