୧.୫ କୋଟି ଟଙ୍କାର ଖେଳାଳି ମାରିଲେ ସିଜିନର ଦ୍ରୁତତମ ଅର୍ଦ୍ଧଶତକ, ସିଏସକେ ବୋଲରଙ୍କୁ କଲେ ନିସ୍ତୁକ ପ୍ରହାର
ନୂଆଦିଲ୍ଲୀ: IPL ୨୦୨୫ର ପ୍ରଥମ ୭ଟି ମ୍ୟାଚ୍ରେ ସେ ଟିମରେ ନଥିଲେ । ତା’ପରେ ଟିମରେ ସ୍ଥାନ ମିଳିଲା କିନ୍ତୁ ୩ଟି ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯୋଗ ମିଳିଲାନି । କିନ୍ତୁ ସୁଯୋଗ ମିଳିବା ପରେ ମାତ୍ର ୨ ଓଭରରେ ମ୍ୟାଚ୍ର ରୂପ ବଦଳାଇ ଦେଲେ । ପୂରା ସିନେମା କାହାଣୀ ପରି । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ସିଏସକେ ଖେଳାଯାଇଥିବା ମ୍ୟାଚ୍ରେ ବିରାଟ କୋହଲି ଏବଂ ଜାକବ୍ ବେଥେଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ରୋମାରିଓ ସେଫର୍ଡ ପୂରା ଲାଇମ୍ ଲାଇଟ୍ ଚୋରି କରିଥିଲେ । ଚଳିତ ସିଜିନରେ ମାତ୍ର ୧୪ ବଲ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି ।ରୋମାରିଓ ସେଫର୍ଡ ପ୍ରଥମ ଇନିଂସ ଶେଷ ୨ ଓଭରରେ ଚେନ୍ନାଇ ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ବିରାଟ କୋହଲି ଏବଂ ଜାକବ୍ ବେଥେଲ୍ ଏକ ଦମଦାର ଆରମ୍ଭ ଦେଇଥିଲେ । ଏହି ଦୁଇ ବ୍ୟାଟର ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ବଳରେ ବେଙ୍ଗାଲୁରୁ ବିଶାଳ ସ୍କୋର ସହଜରେ ହାସଲ କରିବା ପରି ଦେଖାଯାଉଥିଲା । କିନ୍ତୁ ଦୁହେଁ ଆଉଟ୍ ହେବା ମାତ୍ରେ ରନ୍ ଗତି କମିଗଲା ।ଏପରି ଏକ ସମୟ ଆସିଥିଲା ଯେତେବେଳେ ବେଙ୍ଗାଲୁରୁ ପାଇଁ ୨୦୦ ରନ କରିବା ତ ଦୂରର କଥା, ୧୮୦ ରନ କରିବା ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ମନେ ହେଉଥିଲା । ଏପରି ସମୟରେ ରୋମାରିଓ ସେଫର୍ଡ କ୍ରିଜ୍କୁ ଆସିଥିଲେ । ସେ ୧୮ତମ ଓଭରର ପଞ୍ଚମ ବଲ୍ରେ କ୍ରିଜ୍କୁ
ନୂଆଦିଲ୍ଲୀ: IPL ୨୦୨୫ର ପ୍ରଥମ ୭ଟି ମ୍ୟାଚ୍ରେ ସେ ଟିମରେ ନଥିଲେ । ତା’ପରେ ଟିମରେ ସ୍ଥାନ ମିଳିଲା କିନ୍ତୁ ୩ଟି ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯୋଗ ମିଳିଲାନି । କିନ୍ତୁ ସୁଯୋଗ ମିଳିବା ପରେ ମାତ୍ର ୨ ଓଭରରେ ମ୍ୟାଚ୍ର ରୂପ ବଦଳାଇ ଦେଲେ । ପୂରା ସିନେମା କାହାଣୀ ପରି । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ସିଏସକେ ଖେଳାଯାଇଥିବା ମ୍ୟାଚ୍ରେ ବିରାଟ କୋହଲି ଏବଂ ଜାକବ୍ ବେଥେଲ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । କିନ୍ତୁ ରୋମାରିଓ ସେଫର୍ଡ ପୂରା ଲାଇମ୍ ଲାଇଟ୍ ଚୋରି କରିଥିଲେ । ଚଳିତ ସିଜିନରେ ମାତ୍ର ୧୪ ବଲ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ରୋମାରିଓ ସେଫର୍ଡ ପ୍ରଥମ ଇନିଂସ ଶେଷ ୨ ଓଭରରେ ଚେନ୍ନାଇ ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ବିରାଟ କୋହଲି ଏବଂ ଜାକବ୍ ବେଥେଲ୍ ଏକ ଦମଦାର ଆରମ୍ଭ ଦେଇଥିଲେ । ଏହି ଦୁଇ ବ୍ୟାଟର ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ବଳରେ ବେଙ୍ଗାଲୁରୁ ବିଶାଳ ସ୍କୋର ସହଜରେ ହାସଲ କରିବା ପରି ଦେଖାଯାଉଥିଲା । କିନ୍ତୁ ଦୁହେଁ ଆଉଟ୍ ହେବା ମାତ୍ରେ ରନ୍ ଗତି କମିଗଲା ।
ଏପରି ଏକ ସମୟ ଆସିଥିଲା ଯେତେବେଳେ ବେଙ୍ଗାଲୁରୁ ପାଇଁ ୨୦୦ ରନ କରିବା ତ ଦୂରର କଥା, ୧୮୦ ରନ କରିବା ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ମନେ ହେଉଥିଲା । ଏପରି ସମୟରେ ରୋମାରିଓ ସେଫର୍ଡ କ୍ରିଜ୍କୁ ଆସିଥିଲେ । ସେ ୧୮ତମ ଓଭରର ପଞ୍ଚମ ବଲ୍ରେ କ୍ରିଜ୍କୁ ଆସିଥିଲେ । ୧୮ତମ ଓଭର ଶେଷରେ ଦଳର ସ୍କୋର ଥିଲା ମାତ୍ର ୧୫୯ ରନ୍ । କିନ୍ତୁ ଶେଷ ୨ ଓଭରରେ ତାଙ୍କ ବିସ୍ଫୋରଣ ବ୍ୟାଟିଂ ପୂରା ଚିତ୍ର ବଦଳାଇ ଦେଲେ । ସେଫର୍ଡ ୧୯ତମ ଓଭରରେ ଖଲିଲ ଅହମ୍ମଦଙ୍କୁ ଟାର୍ଗେଟ୍ କରିଥିଲେ । ଏହି ଓଭରରେ ୪ଟି ଛକା ଏବଂ ୨ଟି ଚୌକା ମାରି ୩୩ ରନ କରିଥିଲେ । ଯାହା ଏହି ସିଜନର ସବୁଠାରୁ ମହଙ୍ଗା ଓଭର ହୋଇଥିଲା ।
ତା'ପରେ ୨୦ତମ ଓଭରର ଦ୍ୱିତୀୟ ବଲ୍ରେ, ସେଫର୍ଡଙ୍କୁ ଷ୍ଟ୍ରାଇକ୍ ମିଳିଥିଲା । ଏଥର ମାଥିଶା ପଥିରଣାଙ୍କୁ ଦୁଇଟି ଚୌକା ଏବଂ ଦୁଇଟି ଛକା ମାରିଥିଲେ । ଶେଷ ବଲରେ ଛକା ମାରି ସେଫର୍ଡ ମାତ୍ର ୧୪ ବଲରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା ଏହି ସିଜିନରେ ଦ୍ରୁତତମ ଅର୍ଦ୍ଧଶତକ ଏବଂ IPL ଇତିହାସରେ ମିଳିତ ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ । ସେଫର୍ଡଙ୍କ ଆକ୍ରମଣ ବଳରେ, ବେଙ୍ଗାଲୁରୁ ଶେଷ ୨ ଓଭରରେ ୫୪ ରନ୍ କରିଥିଲା । ଏହାସହ ଦଳ ୨୧୩ ରନର ଏକ ବଡ଼ ସ୍କୋର କରିଥିଲା । ରୋମାରିଓ ସେଫର୍ଡ ମାତ୍ର ୧୪ ବଲ୍ରେ ୬ଟି ଛକା ଏବଂ ୪ଟି ଚୌକା ସହିତ ୫୩ ରନ୍ କରି ଅପରାଜିତ ରହିଥିଲେ ।