ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଭାବେ ଲକ୍‌ ଶିଶୁକୁ ଜନ୍ମ ଲାଭ କରାଇଛି। ବିଶେଷକରି ହସ୍ପିଟାଲର ପ୍ରସୂତି ତଥା ସ୍ତ୍ରୀରୋଗ ବିଶେଷଜ୍ଞ (ଲାପାରୋସ୍କୋପିକ୍‌ ସର୍ଜନ ଓ ଫର୍ଟିଲିଟି ବିଶେଷଜ୍ଞ) ଡା. ଲୀନା ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ସଫଳତାର ସହ ୩ କି.ଗ୍ରା. ଓଜନର ଉକ୍ତ ଶିଶୁକୁ ସୁସ୍ଥ ଭାବେ ଜନ୍ମ କରାଇଥିଲେ। ସେହିଭଳି ଏହି […] The post ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ appeared first on Dharitri Odia News.

ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର,୨୫।୯(ଅଭୟ ଦାଶ):ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ନିକଟରେ ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଷ୍ଟୋନ୍‌ ହାସଲ କରିଛି। ଏପରିକି ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଭାବେ ଲକ୍‌ ଶିଶୁକୁ ଜନ୍ମ ଲାଭ କରାଇଛି। ବିଶେଷକରି ହସ୍ପିଟାଲର ପ୍ରସୂତି ତଥା ସ୍ତ୍ରୀରୋଗ ବିଶେଷଜ୍ଞ (ଲାପାରୋସ୍କୋପିକ୍‌ ସର୍ଜନ ଓ ଫର୍ଟିଲିଟି ବିଶେଷଜ୍ଞ) ଡା. ଲୀନା ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ସଫଳତାର ସହ ୩ କି.ଗ୍ରା. ଓଜନର ଉକ୍ତ ଶିଶୁକୁ ସୁସ୍ଥ ଭାବେ ଜନ୍ମ କରାଇଥିଲେ। ସେହିଭଳି ଏହି ସୁବିଧା ଅଙ୍କୁରା ହସ୍ପିଟାଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାବେଳେ ଶିଶୁର ମାଆ ଅନନ୍ୟା ଅନୁପମା ଏବଂ ତାଙ୍କ ସ୍ବାମୀ ଏକ ଶିଶୁ ପୁତ୍ରକୁ ପାଇ ବହୁ ଖୁସି ଅନୁଭବ କରିଥିଲେ।
ଏ ନେଇ ଡା. ଲୀନା ଦାସ କହିଛନ୍ତି, ଏହି ଦମ୍ପତି ୱାଟର ବାଥ୍‌ ଜରିଆରେ ପ୍ରସବ ପାଇଁ ବାଛିଥିଲେ। ଏହି ପ୍ରଣାଳୀରେ କମ୍‌ ଯନ୍ତ୍ରଣା, ଶୀଘ୍ର ଲେବର, ଉନ୍ନତ ଆରାମ ଓ ମହିଳାଙ୍କ ଚିନ୍ତା ହ୍ରାସ ହୋଇଥାଏ। କୌଣସି ଜଟିଳତା ବିନା ୩୭ ସପ୍ତାହ ପରେ ପ୍ରାକୃତିକ ଭାବେ ପ୍ରସବ କରିବା ଏକ ନିରାପଦ ବିଷୟ ଥିଲା। ଏପରିକି ମହିଳା ଜଣକ ପ୍ରସବ ପୂର୍ବରୁ ଆମ ସହ ଯୋଗାଯୋଗକରି ଫିଜିଓଥେରାପି ଟିମ୍‌ଙ୍କ ପରାମର୍ଶ ଅନୁଯାୟୀ ବ୍ୟାୟାମ ଅଭ୍ୟାସ କରିଥିଲେ। ୬ ଘଣ୍ଟାର ୱାଟର ବାଥ୍‌ ପ୍ରକ୍ରିୟା ପରେ ମହିଳା ଜଣକ ୩ କି.ଗ୍ରା. ଓଜନର ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ ବହୁତ ଭଲ ଥିଲା। ଏହି ଦମ୍ପତି ଅଙ୍କୁରା ହସ୍ପିଟାଲ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଉଭୟେ ଏହାକୁ ଏକ ଚମତ୍କାର ଅନୁଭୂତି ବୋଲି କହିଥିଲେ।
ଅଙ୍କୁରା ହସ୍ପିଟାଲ ଭୁବନେଶ୍ୱରର ମେଡିକାଲ ନିର୍ଦ୍ଦେଶକ ଡ. ବିଚିତ୍ରାନନ୍ଦ ରାଉତ କହିଥିଲେ, ସଫଳ ପ୍ରସବ ସୁନିଶ୍ଚିତ କରିବା ପାଇଁ ଆମେ ଉନ୍ନତ ଜ୍ଞାନକୌଶଳ ଓ ଅତ୍ୟାଧୁନିକ ସୁବିଧା ଏଠାରେ ଉପଲବ୍ଧ କରାଇଛୁ। ଏପରିକି ରୋଗୀମାନଙ୍କ ପ୍ରତି ଉପଯୁକ୍ତ ଯତ୍ନ, ଉନ୍ନତ ମାନର ଚିକିତ୍ସା ଓ ଆବଶ୍ୟକ ସୁବିଧା ସୁଯୋଗ ଆମେ ଠିକ୍‌ ଭାବେ ଯୋଗାଇଦେଇଥାଉ। ଉନ୍ନତମାନର ଚିକିତ୍ସାସେବା ପ୍ରଦାନ ପାଇଁ ଏହି ହସ୍ପିଟାଲ ପ୍ରତିଶ୍ରୁତିବଦ୍ଧ ବୋଲି ରାଉତ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି।

The post ଜଳ ପ୍ରସବ ପ୍ରଣାଳୀରେ ସୁସ୍ଥ ଶିଶୁ ଜନ୍ମ appeared first on Dharitri Odia News.