ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ। ସମ୍ମିଳନୀରେ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନର ଅଧ୍ୟକ୍ଷ ସିମନ୍‌ ଷ୍ଟିଲ୍‌ ଉପସ୍ଥିତ ବିଶ୍ୱନେତାଙ୍କୁ ସମ୍ବୋଧନ କରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ ଦେଶକୁ ଆର୍ଥିକ କ୍ଷତି ସହିବକୁ ପଡ଼ିବ। ଏହାସହ ମଧ୍ୟ ମୁଦ୍ରାସ୍ଫୀତି ବଢ଼ିବ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଦେଶଗୁଡ଼ିକୁ ତତ୍କାଳ […] The post ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ appeared first on Dharitri Odia News.

ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ। ସମ୍ମିଳନୀରେ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନର ଅଧ୍ୟକ୍ଷ ସିମନ୍‌ ଷ୍ଟିଲ୍‌ ଉପସ୍ଥିତ ବିଶ୍ୱନେତାଙ୍କୁ ସମ୍ବୋଧନ କରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ ଦେଶକୁ ଆର୍ଥିକ କ୍ଷତି ସହିବକୁ ପଡ଼ିବ। ଏହାସହ ମଧ୍ୟ ମୁଦ୍ରାସ୍ଫୀତି ବଢ଼ିବ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଦେଶଗୁଡ଼ିକୁ ତତ୍କାଳ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଜଳବାୟୁ ସଙ୍କଟ ଯୋଗୁ ବିଶ୍ୱର ବିଭିନ୍ନ ଦେଶରେ ଅର୍ଥନୀତି ୫% ପର୍ଯ୍ୟନ୍ତ ହ୍ରାସ ପାଇଥିବା ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ଦେଶର ବିପର୍ଯ୍ୟୟ ଖର୍ଚ୍ଚ ବଢ଼ିବା ସହ ଜରୁରୀ ସେବା ଓ ସାମଗ୍ରୀର ମୂଲ୍ୟ ମଧ୍ୟ ବଢ଼ିଥାଏ। ଏହାକୁ ରୋକିବାକୁ ପ୍ରତ୍ୟେକ ଦେଶକୁ ଜଳବାୟୁ ସମ୍ବନ୍ଧୀୟ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଏହି ସମ୍ମିଳନୀରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ପାଣିପାଗ ଦୃଷ୍ଟିକୋଣରୁ ଚଳିତ ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସବୁଠାରୁ ଗରମ ଦିନ ଓ ଗରମ ମାସ ଚଳିତ ବର୍ଷ ଅନୁଭୂତ ହୋଇଥିଲା। ସାମ୍ପ୍ରତିକ ସ୍ଥିତିରେ ଏହା ଜଳବାୟୁ ସଙ୍କଟର ପ୍ରଭାବକୁ ଦର୍ଶାଉଛି ବୋଲି ଗୁଟେରେସ୍‌ କହିଛନ୍ତି। ତେବେ ଏହି ସମ୍ମିଳନୀରେ ପ୍ରମୁଖ ବିଶ୍ୱ ନେତାମାନଙ୍କୁ ଦେଖିବାକୁ ମିଳି ନ ଥିଲା। ସବୁଠୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ୧୩ ଦେଶର ରାଷ୍ଟ୍ର ନେତା କପ୍‌୨୯ ସମ୍ମିଳନୀରେ ଯୋଗ ଦେଇନାହାନ୍ତି। ବିଶ୍ୱର ୪ ଜନବହୁଳ ଦେଶ ଚାଇନା, ଆମେରିକା, ଭାରତ, ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟ ଆସି ନ ଥିଲେ। ବୈଶ୍ୱିକ ସ୍ତରରେ ଜଳବାୟୁ ପରିବର୍ତ୍ତନର ମୁକାବିକା ପାଇଁ ଏହା ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦର୍ଶାଉଛି ବୋଲି କହି ଅନେକ ଜଳବାୟୁ ବିଜ୍ଞାନୀ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

The post ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ appeared first on Dharitri Odia News.