ଜଳଭଣ୍ଡାରରୁ ସରିଯିବ ଜଳ ! ୧୫୦ ଡ୍ୟାମ୍‌ରେ ଜଳସ୍ତର ୨୩ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: କମୁଛି ପାଣିର ସ୍ରୋତ।  ଜଳଭଣ୍ଡାରରୁ ସରି ଆସୁଛି ଜଳ। କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟରୁ ଆସିଛି ଏଭଳି ଚିନ୍ତାଜନକ ଖବର। ଆୟୋଗର ରିପୋର୍ଟ ଅନୁଯାୟୀ ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ଜଳସ୍ତର ୨୩ ପ୍ରତିଶତକୁ ହ୍ରାସ ପାଇଛି। ଗତ ବର୍ଷ ଏହି ସମୟ ତୁଳନାରେ ଏହା ୭୭ ପ୍ରତିଶତ କମ୍ ଅଟେ। ଗତ ସପ୍ତାହରେ ଏହି ଜଳଭଣ୍ଡାରଗୁଡ଼ିକରେ ଲାଇଭ୍ ଓ୍ୱାଟର ଷ୍ଟୋରେଜ୍ ୨୪ ପ୍ରତିଶତ ଥିଲା, ଯାହାକି ଏକ ସପ୍ତାହ ମଧ୍ୟରେ ୧ ପ୍ରତିଶତ ହ୍ରାସ ପାଇଛି।କେନ୍ଦ୍ରୀୟ ଜଳ ଆୟୋଗ ଏହାର ସାପ୍ତାହିକ ବୁଲେଟିନ୍ରେ କହିଛି ଯେ ବର୍ତ୍ତମାନ ଦେଶର ଜଳଭଣ୍ଡାରରେ 41.705 ବିଲିୟନ ଘନ ମିଟର ଜଳର ଲାଇଭ୍ ଷ୍ଟୋରେଜ୍ ବା ଜଳ ସଂରକ୍ଷଣ ଅଛି, ଯାହା ମୋଟ କ୍ଷମତାର ମାତ୍ର 23 ପ୍ରତିଶତ ଅଟେ। ଗତ ବର୍ଷ ଏହି ସମୟରେ ଦେଶର ମୁଖ୍ୟ ଜଳଭଣ୍ଡାରରେ ସମୁଦାୟ 53.832 ବିଲିୟନ ଘନ ମିଟର ଜଳ ରହିଥିଲା। ଗତ ବର୍ଷ ତୁଳନାରେ ଏହି ବର୍ଷ ଜଳଭଣ୍ଡାରରେ ମାତ୍ର 77 ପ୍ରତିଶତ ଜଳ ଅଛି। ଜଳ ଆୟୋଗ ଦ୍ୱାରା ତଦାରଖ କରାଯାଉଥିବା ଦେଶର ମୁଖ୍ୟ ଜଳଭଣ୍ଡାରର ସମୁଦାୟ ଜଳ ସଂରକ୍ଷଣ କ୍ଷମତା 178.784 ବିଲିୟନ ଘନ ମିଟର, ଯାହା ଦେଶର ସମୁଦାୟ ଜଳ ସଂରକ୍ଷଣ କ୍ଷମତାର 69.35 ପ୍ରତିଶତ ଅଟେ।ଦେଶର ମୁଖ୍ୟ ୧୫୦ ଜଳଭଣ୍ଡାର ମଧ୍ୟରୁ ୧୦ଟି ଜଳଭଣ୍ଡାର ଭାରତର ଉତ୍ତର ଭାଗରେ ଅଛି, ଯେଉଁଥିରେ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ। ଗତ ବର୍ଷ ଏହି ସମୟରେ ଏହି ଜଳଭଣ୍ଡାରଗୁଡ଼ିକରେ

ଜଳଭଣ୍ଡାରରୁ ସରିଯିବ ଜଳ ! ୧୫୦ ଡ୍ୟାମ୍‌ରେ ଜଳସ୍ତର ୨୩ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: କମୁଛି ପାଣିର ସ୍ରୋତ।  ଜଳଭଣ୍ଡାରରୁ ସରି ଆସୁଛି ଜଳ। କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟରୁ ଆସିଛି ଏଭଳି ଚିନ୍ତାଜନକ ଖବର। ଆୟୋଗର ରିପୋର୍ଟ ଅନୁଯାୟୀ ଦେଶର ୧୫୦ଟି ପ୍ରମୁଖ ଜଳଭଣ୍ଡାରରେ ଜଳସ୍ତର ୨୩ ପ୍ରତିଶତକୁ ହ୍ରାସ ପାଇଛି। ଗତ ବର୍ଷ ଏହି ସମୟ ତୁଳନାରେ ଏହା ୭୭ ପ୍ରତିଶତ କମ୍ ଅଟେ। ଗତ ସପ୍ତାହରେ ଏହି ଜଳଭଣ୍ଡାରଗୁଡ଼ିକରେ ଲାଇଭ୍ ଓ୍ୱାଟର ଷ୍ଟୋରେଜ୍ ୨୪ ପ୍ରତିଶତ ଥିଲା, ଯାହାକି ଏକ ସପ୍ତାହ ମଧ୍ୟରେ ୧ ପ୍ରତିଶତ ହ୍ରାସ ପାଇଛି।

କେନ୍ଦ୍ରୀୟ ଜଳ ଆୟୋଗ ଏହାର ସାପ୍ତାହିକ ବୁଲେଟିନ୍ରେ କହିଛି ଯେ ବର୍ତ୍ତମାନ ଦେଶର ଜଳଭଣ୍ଡାରରେ 41.705 ବିଲିୟନ ଘନ ମିଟର ଜଳର ଲାଇଭ୍ ଷ୍ଟୋରେଜ୍ ବା ଜଳ ସଂରକ୍ଷଣ ଅଛି, ଯାହା ମୋଟ କ୍ଷମତାର ମାତ୍ର 23 ପ୍ରତିଶତ ଅଟେ। ଗତ ବର୍ଷ ଏହି ସମୟରେ ଦେଶର ମୁଖ୍ୟ ଜଳଭଣ୍ଡାରରେ ସମୁଦାୟ 53.832 ବିଲିୟନ ଘନ ମିଟର ଜଳ ରହିଥିଲା। ଗତ ବର୍ଷ ତୁଳନାରେ ଏହି ବର୍ଷ ଜଳଭଣ୍ଡାରରେ ମାତ୍ର 77 ପ୍ରତିଶତ ଜଳ ଅଛି। ଜଳ ଆୟୋଗ ଦ୍ୱାରା ତଦାରଖ କରାଯାଉଥିବା ଦେଶର ମୁଖ୍ୟ ଜଳଭଣ୍ଡାରର ସମୁଦାୟ ଜଳ ସଂରକ୍ଷଣ କ୍ଷମତା 178.784 ବିଲିୟନ ଘନ ମିଟର, ଯାହା ଦେଶର ସମୁଦାୟ ଜଳ ସଂରକ୍ଷଣ କ୍ଷମତାର 69.35 ପ୍ରତିଶତ ଅଟେ।

ଦେଶର ମୁଖ୍ୟ ୧୫୦ ଜଳଭଣ୍ଡାର ମଧ୍ୟରୁ ୧୦ଟି ଜଳଭଣ୍ଡାର ଭାରତର ଉତ୍ତର ଭାଗରେ ଅଛି, ଯେଉଁଥିରେ ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ। ଗତ ବର୍ଷ ଏହି ସମୟରେ ଏହି ଜଳଭଣ୍ଡାରଗୁଡ଼ିକରେ ଜଳ ସଂରକ୍ଷଣ କ୍ଷମତା 19.663 ବିଲିୟନ ଘନ ମିଟର ଥିଲା, ଯାହା ବର୍ତ୍ତମାନ ମାତ୍ର 5.864 ବିଲିୟନ ଘନ ମିଟରକୁ ହ୍ରାସ ପାଇଛି। ସେହିପରି ପୂର୍ବ ଭାଗରେ ଆସାମ, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା, ନାଗାଲାଣ୍ଡ ଏବଂ ବିହାରରେ ୨୩ଟି ଜଳଭଣ୍ଡାର ଅଛି, ଯାହାର ସଂରକ୍ଷଣ କ୍ଷମତା 20.430 ବିଲିୟନ ଘନ ମିଟର, ବର୍ତ୍ତମାନ ଏହି ଜଳଭଣ୍ଡାରଗୁଡ଼ିକରେ ମାତ୍ର 5.645 ବିଲିୟନ ଘନ ମିଟର ଜଳ ଅଛି।

ଦେଶର ପଶ୍ଚିମ ଅଞ୍ଚଳରେ ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ୪୯ଟି ମୁଖ୍ୟ ଜଳଭଣ୍ଡାର ଅଛି, ଯାହାର ଜଳ ସଂରକ୍ଷଣ କ୍ଷମତା 37.130 ବିଲିୟନ ଘନ ମିଟର ଏବଂ ବର୍ତ୍ତମାନ ସେଗୁଡ଼ିକରେ 8.833 ବିଲିୟନ ଘନ ମିଟର ଜଳ ଅଛି। ଗତ ବର୍ଷ ତୁଳନାରେ ଏହା ୨୮ ପ୍ରତିଶତ କମ୍ ଅଟେ। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ କେନ୍ଦ୍ରୀୟ ଅଞ୍ଚଳରେ ୨୬ଟି ମୁଖ୍ୟ ଜଳଭଣ୍ଡାର ଅଛି, ଯାହାର ମୋଟ ସଂରକ୍ଷଣ କ୍ଷମତା 48.227 ବିଲିୟନ ଘନ ମିଟର ଏବଂ ବର୍ତ୍ତମାନ କେବଳ 14.046 ବିଲିୟନ ଘନ ମିଟର ଜଳ ବାକି ଅଛି। ଦକ୍ଷିଣ ଭାଗରେ ୪୨ ଟି ଜଳଭଣ୍ଡାର ଅଛି, ଯାହାର ସଂରକ୍ଷଣ କ୍ଷମତା 53.334 ବିଲିୟନ ଘନ ମିଟର, କିନ୍ତୁ ବର୍ତ୍ତମାନ ସେଗୁଡ଼ିକରେ ମାତ୍ର 7.317 ବିଲିୟନ ଘନ ମିଟର ଜଳ ଅଛି। ଯଦି ଏପରି ସ୍ଥିତି ଲାଗି ରହେ ତେବେ ଆଗକୁ ଜଳ ସମସ୍ୟା ଆହୁରି ଉତ୍କଟ ହେବ।