ଜଳଭଣ୍ଡାରରେ ଫସିଲା ପର୍ଯ୍ୟଟକଙ୍କ ବୋଟ୍, ଅଳ୍ପକେ ବର୍ତ୍ତିଲେ ୧୮ ପର୍ଯ୍ୟଟକ

ଜୟପୁର ୨।୧: ମୁରାନ ଜଳଭଣ୍ଡାରରେ ଫସିଲା ପର୍ଯ୍ୟଟକଙ୍କ ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୮ ଜଣ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଧରି ଯାଇଥିବା ବୋଟ୍ ହଠାତ ଖରାପ ହେବା ପରେ ଏପରି ପରିସ୍ଥିତି ଦେଖା ଦେଇଥିଲା । ମରାମତି ପରେ କିନ୍ତୁ ପର୍ଯ୍ୟଟକ ସୁରକ୍ଷିତ ଭାବେ ଫେରି ଆସିଥିଲେ । ନୂଆ ବର୍ଷ ଉପଲକ୍ଷେ ଶହ ଶହ ପର୍ଯ୍ୟଟକ ବୋରିଗୁମ୍ମା ବ୍ଲକର ଦଣ୍ଡାବାଡ ଇକୋପାର୍କ ବୁଲିବାକୁ ଯାଇଥିଲେ । ସେହି ସମୟରେ ଏହି ଅଘଟଣ ଘଟିଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ୨ଟି ବୋଟ୍ ରହିଛି । ଜଣଙ୍କ ପିଛା ୧୨୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । କିନ୍ତୁ ବୋଟ୍‌ର ନିୟମିତ ମରାମତି ହେଉନଥିବା ଅଭିଯୋଗ ହେଉଛି । ଏହି ଘଟଣା ବୁଧବାର ୩ଟାରେ ଘଟିଥିବା ବେଳେ ପର୍ଯ୍ୟଟକ ଫେରି ଆସିବା ପରେ ଘଟଣା ସାମ୍ନାକୁ ଆସିଛି ।You Can Read:ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ 

ଜଳଭଣ୍ଡାରରେ ଫସିଲା ପର୍ଯ୍ୟଟକଙ୍କ ବୋଟ୍, ଅଳ୍ପକେ ବର୍ତ୍ତିଲେ ୧୮ ପର୍ଯ୍ୟଟକ

ଜୟପୁର ୨।୧: ମୁରାନ ଜଳଭଣ୍ଡାରରେ ଫସିଲା ପର୍ଯ୍ୟଟକଙ୍କ ବୋଟ୍ । ଅଳ୍ପକେ ବର୍ତ୍ତିଲେ ୧୮ ଜଣ ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ଧରି ଯାଇଥିବା ବୋଟ୍ ହଠାତ ଖରାପ ହେବା ପରେ ଏପରି ପରିସ୍ଥିତି ଦେଖା ଦେଇଥିଲା । ମରାମତି ପରେ କିନ୍ତୁ ପର୍ଯ୍ୟଟକ ସୁରକ୍ଷିତ ଭାବେ ଫେରି ଆସିଥିଲେ । 

ନୂଆ ବର୍ଷ ଉପଲକ୍ଷେ ଶହ ଶହ ପର୍ଯ୍ୟଟକ ବୋରିଗୁମ୍ମା ବ୍ଲକର ଦଣ୍ଡାବାଡ ଇକୋପାର୍କ ବୁଲିବାକୁ ଯାଇଥିଲେ । ସେହି ସମୟରେ ଏହି ଅଘଟଣ ଘଟିଛି । ଏଠାରେ ପର୍ଯ୍ୟଟକଙ୍କ ପାଇଁ ୨ଟି ବୋଟ୍ ରହିଛି । ଜଣଙ୍କ ପିଛା ୧୨୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । କିନ୍ତୁ ବୋଟ୍‌ର ନିୟମିତ ମରାମତି ହେଉନଥିବା ଅଭିଯୋଗ ହେଉଛି । ଏହି ଘଟଣା ବୁଧବାର ୩ଟାରେ ଘଟିଥିବା ବେଳେ ପର୍ଯ୍ୟଟକ ଫେରି ଆସିବା ପରେ ଘଟଣା ସାମ୍ନାକୁ ଆସିଛି ।

You Can Read:

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷତି ଭରଣା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ