ଜଳାଶୟରୁ ମିଳିଲା ୬ ନାବାଳକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ
ରାଞ୍ଚି, ୧୭।୦୮: ଝାଡ଼ଖଣ୍ଡର ଦୁଇ ଜଲା ଗଢ଼ୱା ଏବଂ ରାମପୁରରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦେଓଘର ଏବଂ ଗଢ଼ୱା ଜିଲାର ଜଳାଶୟରୁ ୬ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ସକାଳୁ ଦେଓଘରର ଏକ ଜଳାଶୟରେ ୩ ଜଣ ନାବାଳକ ବୁଡ଼ି ଯାଇଥିଲେ । ଏନେଇ ଏସ୍ଡିପିଓ ଋତ଼୍ବିକ୍ ଶ୍ରୀବାସ୍ତବ କହିଛନ୍ତି ଯେ, ସୋନାରାୟଥାରି ଥାନା ଅଞ୍ଚଳର ଡିଡିଓ ଗ୍ରାମର ଏକ ଜଳାଶୟରୁ ୮-୯ ବର୍ଷୀୟ […] The post ଜଳାଶୟରୁ ମିଳିଲା ୬ ନାବାଳକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ appeared first on Dharitri Odia News.
ରାଞ୍ଚି, ୧୭।୦୮: ଝାଡ଼ଖଣ୍ଡର ଦୁଇ ଜଲା ଗଢ଼ୱା ଏବଂ ରାମପୁରରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦେଓଘର ଏବଂ ଗଢ଼ୱା ଜିଲାର ଜଳାଶୟରୁ ୬ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ସକାଳୁ ଦେଓଘରର ଏକ ଜଳାଶୟରେ ୩ ଜଣ ନାବାଳକ ବୁଡ଼ି ଯାଇଥିଲେ । ଏନେଇ ଏସ୍ଡିପିଓ ଋତ଼୍ବିକ୍ ଶ୍ରୀବାସ୍ତବ କହିଛନ୍ତି ଯେ, ସୋନାରାୟଥାରି ଥାନା ଅଞ୍ଚଳର ଡିଡିଓ ଗ୍ରାମର ଏକ ଜଳାଶୟରୁ ୮-୯ ବର୍ଷୀୟ ଏହି ନାବାଳକଙ୍କ ମୃତଦେହ ମିଳିଛି । ସେମାନେ ଗୁରୁବାର ଠାରୁ ନିଖୋଜ ଥିବା ସେମାନଙ୍କ ମାଆ-ବାପା କହିଛନ୍ତି । ସେମାନଙ୍କ ନିଖୋଜ ନେଇ ପୋଲିସ୍ ଥାନାରେ ଏଫ୍ଆଇଆର ମଧ୍ୟ କରାଯାଇଥିବା ଜଣାପଡ଼ିଛି ।
ଅନ୍ୟପଟେ ଶୁକ୍ରବାର ଅପରାହ୍ନରେ ଝାଡଖଣ୍ଡର ଗଢ଼ୱା ଜିଲାର ଏକ ଜଳାଶୟରୁ ଆଉ ତିନିଜଣ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ବଂଶୀଧର ନଗର ସବ-ଡିଭିଜନାଲ ପୋଲିସ ଅଧିକାରୀ ସତ୍ୟେନ୍ଦ୍ର ନାରାୟଣ ସିଂ କହିଛନ୍ତି ଯେ ବଂଶୀଧର ନଗର ପଞ୍ଚାୟତ ଅଞ୍ଚଳର ବାବନୀ ଖଣ୍ଡ ଡ୍ୟାମରୁ ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାରଠାରୁ ଏହି ତିନି ପିଲା ନିଖୋଜ ଥିଲେ। ସେମାନଙ୍କ ପରିବାର ଏହା ହତ୍ୟା ନେଇ ଅଭିଯୋଗ କରିଛନ୍ତି ।
The post ଜଳାଶୟରୁ ମିଳିଲା ୬ ନାବାଳକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ appeared first on Dharitri Odia News.