ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାରଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି

ଝାରଖଣ୍ଡ : ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ୧୯୬୨ ମସିହା ଜୁଲାଇ ୨୦ରେ ନୟାଗଡ଼ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଷଡଙ୍ଗୀ ବିଜେବି କଲେଜରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ପରେ ସେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଓ ଏଲଏଲଏମ ଶିକ୍ଷା ହାସଲ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ। ୧୯୮୫ ମସିହା […]

ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାରଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି
ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାରଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି

ଝାରଖଣ୍ଡ : ଓଡିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଡଃ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।

୧୯୬୨ ମସିହା ଜୁଲାଇ ୨୦ରେ ନୟାଗଡ଼ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଷଡଙ୍ଗୀ ବିଜେବି କଲେଜରୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ। ପରେ ସେ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଓ ଏଲଏଲଏମ ଶିକ୍ଷା ହାସଲ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଡିଗ୍ରୀ ହାସଲ କରିଥିଲେ। ୧୯୮୫ ମସିହା ଡିସେମ୍ବରରେ ଡଃ ଜଷ୍ଟିସ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ୨୦୧୩ ଜୁନ ୨୦ରେ ସେ ଓଡିଶା ହାଇକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ।

ସୂଚନାନୁସାରେ,୨୦୨୩ ଅକ୍ଟୋବର ୪ ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସୁଭାଶିଷ ତାଳପତ୍ରଙ୍କ ଅବସର ପରେ ଡଃ ଜଷ୍ଟିସ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ କରିଥିଲେ। ଓଡିଶା ହାଇକୋର୍ଟର ବିଚାରପତି ଭାବେ ଡଃ ଜଷ୍ଟିସ ଷଡ଼ଙ୍ଗୀ ୧ ଲକ୍ଷ ୫୨ ହଜାରଟି ମାମଲାର ବିଚାର କରିଥିବା ବେଳେ ୧ ହଜାର ୫୦୦ଟି ମାମଲାର ରାୟ ଶୁଣାଇଥିବା ଜଣାପଡିଛି।