ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ
ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ । ଯେ କୌଣସି ପ୍ରକାର ତାଲା ଖୋଲାଯିବ । ଯେଉଁ […] The post ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ appeared first on Dharitri Odia News.
ପୁରୀ,୯।୭: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିପାରେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, ୧୪ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ । ଯେ କୌଣସି ପ୍ରକାର ତାଲା ଖୋଲାଯିବ । ଯେଉଁ ଚାବି ଥାଉ…କିମ୍ବା ଯେଉଁ ଚାବି ଅଛି, ସେହି ଚାବିରେ ଖୋଲୁ କି ନଖୋଲୁ, ଯେ କୌଣସି ପ୍ରକାରରେ ଆମେ ତାଲା ଖୋଲିବୁ।
ଅନ୍ୟପକ୍ଷେ, ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି ଜଷ୍ଟିସ ବିଶ୍ବନାଥ ରଥବଡ଼ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ଖୋଲାଯିବା ବେଳେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ । ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ। ତେବେ ଭକ୍ତମାନେ ଆମକୁ ସହଯୋଗ କରିବେ ଆଶା ଅଛି ବୋଲି ଜଷ୍ଟିସ ରଥ କହିଛନ୍ତି।
The post ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ଼ ସୂଚନା: ରତ୍ନଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ appeared first on Dharitri Odia News.