ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର ପଥ ଉତ୍ସବରେ ଜଲୱା ଦେଖାଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସତ୍ୟଜିତ୍‌। ଜାଗମରା ନୂଆ ରାସ୍ତାର ନୀଳକଣ୍ଠେଶ୍ୱର ମନ୍ଦିରଠାରୁ ପବିତ୍ର ଗେଷ୍ଟ ହାଉସ୍‌ ପର୍ଯ୍ୟନ୍ତ ପ୍ରାୟ ୧ କି.ମି. ବ୍ୟାପୀ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଛି। ଏଥିରେ ସବୁବର୍ଗର, ସବୁ ବୟସର ପୁରୁଷ, ମହିଳା ଓ ଶିଶୁଙ୍କ ମନୋରଞ୍ଜନଠାରୁ ଆରମ୍ଭ କରି […] The post ଜାଗମରାରେ ଜମୁଛି ‘ପଥ ଉତ୍ସବ’ appeared first on Dharitri Odia News.

ଜାଗମରାରେ ଜମୁଛି ‘ପଥ ଉତ୍ସବ’

ଭୁବନେଶ୍ୱର, ୧୨ା୧ (ବନ୍ଦନା ସେଠୀ):ରବିବାର ଚଳିତ ବର୍ଷର ଦ୍ୱିତୀୟ ପଥ ଉତ୍ସବ ଭୁବନେଶ୍ୱର ମହାନଗର ନିଗମ ସାଉଥ-ଓ୍ବେଷ୍ଟ ଜୋନ୍‌ ଅନ୍ତର୍ଗତ ଜାଗମରାଠାରେ ଅନୁଷ୍ଠିତ ହୋଇଛି। ଏଥର ପଥ ଉତ୍ସବରେ ଜଲୱା ଦେଖାଇଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସତ୍ୟଜିତ୍‌। ଜାଗମରା ନୂଆ ରାସ୍ତାର ନୀଳକଣ୍ଠେଶ୍ୱର ମନ୍ଦିରଠାରୁ ପବିତ୍ର ଗେଷ୍ଟ ହାଉସ୍‌ ପର୍ଯ୍ୟନ୍ତ ପ୍ରାୟ ୧ କି.ମି. ବ୍ୟାପୀ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଛି। ଏଥିରେ ସବୁବର୍ଗର, ସବୁ ବୟସର ପୁରୁଷ, ମହିଳା ଓ ଶିଶୁଙ୍କ ମନୋରଞ୍ଜନଠାରୁ ଆରମ୍ଭ କରି ଖେଳକୁଦ ପାଇଁ ବ୍ୟବସ୍ଥା କରାଯାଇଛି। ସଙ୍ଗୀତ ସହିତ ଜୟଦେବା ଡ୍ୟାନ୍ସ ଗ୍ରୁପ୍‌ର ଧମାକାଦାର ନୃତ୍ୟର ତାଳେତାଳେ ମତୁଆଲା ହୋଇଛନ୍ତି ପଥ ଉତ୍ସବରେ ଅଂଶଗ୍ରହଣ କରିଥିବା ଭୁବନେଶ୍ୱରବାସୀ। ଏହା ସହିତ ରଙ୍ଗୋଲି, ଝୋଟି, ଫୋକ୍‌ ଡ୍ୟାନ୍ସ, ଯୋଗ, ସ୍କେଟିଂ, ପେଣ୍ଟିଂ, ଜୁମ୍ବା, ଫ୍ଲାସମବ୍‌ ଇତ୍ୟାଦି କାର୍ଯ୍ୟକ୍ରମ ସହ ଛୋଟ ପିଲାଙ୍କ ଖେଳକୁଦ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ଦ୍ୱିତୀୟ ମଞ୍ଚରେ ମଧ୍ୟ କଳାକାରମାନେ ସଙ୍ଗୀତ ଓ ନୃତ୍ୟର ଧୁମ୍‌ ମଚାଇଛନ୍ତି। ଦେଖଣାହାରୀଙ୍କ ପାଇଁ ସମ୍ବଲପୁରୀ ବାଦ୍ୟଯନ୍ତ୍ର ରହିଥିବାବେଳେ ସବୁଠାରୁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ‘ଭୁବନେଶ୍ୱର ଗଟ୍‌ ଟ୍ୟାଲେଣ୍ଟ’। ଗତ ପଥ ଉତ୍ସବରେ ଏହାର ଆକର୍ଷଣ ସହ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଥର ଦୁଇଟା ଷ୍ଟେଜ୍‌ କରାଯାଉଛି। ଏଥିରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନଙ୍କୁ ଆଣିବା ପାଇଁ ବିଏମ୍‌ସି ପକ୍ଷରୁ ଏପରି ଉଦ୍ୟମ କରାଯାଉଛି। ଏହି ମଞ୍ଚରେ ପ୍ରତିଭାଧାରୀ ବ୍ୟକ୍ତିମାନେ ସଙ୍ଗୀତ, ନୃତ୍ୟ, ଯୋଗାସନ, ବାଦ୍ୟଯନ୍ତ୍ର, କବିତା, ଗଳ୍ପ ଆଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ। ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଲୋକମାନେ ଶୀତୁଆ ସକାଳରେ ବିଭିନ୍ନ ପ୍ରକାର ଖାଦ୍ୟର ମଜା ମଧ୍ୟ ନେଇପାରିବେ ବୋଲି ସୂଚନା ଦିଆଯାଇଛି।

The post ଜାଗମରାରେ ଜମୁଛି ‘ପଥ ଉତ୍ସବ’ appeared first on Dharitri Odia News.