ଜାଣନ୍ତୁ କ’ଣ ରହିଛି ବକୁଳ ଅମାବାସ୍ୟା ଓ ଗଇଁଠା ପିଠାର ମହତ୍ତ୍ବ

ବୃକ୍ଷ ପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ଵା ବକୁଳ ଲାଗି ଅମାବାସ୍ୟା। ଏହାର ଅନ୍ୟ ନାମ ବଉଳ ଅମାବାସ୍ୟା । ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ। ଏହି ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ, ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁଥାଏ । ବଉଳ ବାସ୍ନା ବସନ୍ତକୁ ଆହ୍ୱାନ ଦେଇଥାଏ । ବକୁଳଲାଗି ଅମାବାସ୍ୟା ପ୍ରକୃତି ପୂଜାର ନିଦର୍ଶନ […]

ଜାଣନ୍ତୁ କ’ଣ ରହିଛି ବକୁଳ ଅମାବାସ୍ୟା ଓ ଗଇଁଠା ପିଠାର ମହତ୍ତ୍ବ
know what is the significance of Bakula Amavasya and Gaintha Pitha

ବୃକ୍ଷ ପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ଵା ବକୁଳ ଲାଗି ଅମାବାସ୍ୟା। ଏହାର ଅନ୍ୟ ନାମ ବଉଳ ଅମାବାସ୍ୟା । ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ। ଏହି ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ, ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁଥାଏ । ବଉଳ ବାସ୍ନା ବସନ୍ତକୁ ଆହ୍ୱାନ ଦେଇଥାଏ । ବକୁଳଲାଗି ଅମାବାସ୍ୟା ପ୍ରକୃତି ପୂଜାର ନିଦର୍ଶନ । ବଉଳର ବାସ୍ନା ଏହି ସମୟରେ ଜନମାନସକୁ ମନ୍ତ୍ରମୁଗ୍ଧ କରିଥାଏ । ବଉଳ ପୂଜା କରି,ବଉଳ ଯେ ଦିନେ ରସାଳ ଫଳ ସୃଷ୍ଟି କରିବ ଏହି ଭାବନାରେ ଜନଗଣ ଉନ୍ମାଦିତ ହୋଇଥାନ୍ତି ।

ବକୁଳ ଅମାବାସ୍ୟା ଦିନ ଆମ୍ବ ଗଛକୁ ପୂଜା କରାଯାଏ। ଗୃହିଣୀମାନେ ପ୍ରଭାତରୁ ଆମ୍ବଗଛର ମୂଳକୁ ସଫାସୁତୁରା କରି, ଚାଉଳବଟାରେ ଚିତା ପକାଇ ସଜ୍ଜିତ କରନ୍ତି ଏବଂ ଦ୍ୱିପ୍ରହର ବେଳକୁ କ୍ଷୀର-ଗଇଁଠା ପିଠା କରି ଏହି ବୃକ୍ଷ ମୂଳରେ ପୂଜା କରିଥାଆନ୍ତି। ଶ୍ରୀମନ୍ଦିରରେ ବି ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ। ସକାଳ ଧୂପ ଉଠିଲା ପରେ ରୋଷ ଘରୁ ବଉଳ ଗଇଁଠା ତାଟ ଶ୍ରୀଛାମୁକୁ ଆସି ପ୍ରସାଦଲାଗି ନୀତି ବଢ଼ିଥାଏ। ଷୋଡ଼ଶ ଉପଚାର ପରେ ଟେରା ଫିଟା ଯାଇ ଆଳତି କରା ଯାଇଥାଏ। ତାଟ ଭିତରେ ଥାଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ । ଏହା ପରେ ଦକ୍ଷିଣ ଘରୁ ଶ୍ରୀ ନାରାୟଣ ରତ୍ନ ସିଂହାସନକୁ ବିଜେ କରନ୍ତି । ଶ୍ରୀଜୀଉଙ୍କ ଲାଗି ଆଜ୍ଞା ମାଳ ପାଇବା ପରେ ଶ୍ରୀନାରାୟଣ ସାଗରବିଜେ ପାଇଁ ପାଲିଙ୍କିରେ ବିଜେ କରିଥାନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବିଧି ମୁତାବକ ପାଳିତ ହୋଇଥାଏ । ଶ୍ରୀନାରାୟଣ ସାଗର ବିଜେ ନୀତି ସାରି ପୁନର୍ବାର ଦକ୍ଷିଣଘରକୁ ଫେରି ଆସନ୍ତି । ଅନ୍ୟପକ୍ଷରେ ବଉଳ ଅମାବାସ୍ୟା ଦିନ ଝିଅମାନେ ତାଙ୍କର ପ୍ରିୟ ସାଙ୍ଗମାନଙ୍କ ସାଙ୍ଗରେ ‘ବଉଳ’ ବସିବାର ପରମ୍ପରା ରହିଛି। ଏହିଦିନ ଝିଅମାନେ ପରସ୍ପରକୁ ବଉଳ ଖୁଆଇ ସବୁଦିନ ପାଇଁ ଏକ ସ୍ବତନ୍ତ୍ର ସମ୍ପର୍କରେ ବାନ୍ଧି ହୁଅନ୍ତି। ବଉଳ ବସିବା ପରେ ଆଉ ନାଁରେ ନ ଡାକି ପରସ୍ପରକୁ ‘ବଉଳ’ ବୋଲି ସମ୍ବୋଧନ କରନ୍ତି। ଏହି ସମ୍ପର୍କରେ ଏକ ଅଦ୍ଭୁତ ନିବିଡ଼ତା ଥାଏ।