ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ
ଅବନୀ ଲେଖ୍ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ ପୂରା ବଦଳିଗଲା। ସେ ଭାଙ୍ଗିପଡ଼ିଲେ। ହେଲେ ତାଙ୍କ ବାପା ତାଙ୍କୁ ସାହସ ଦେଲେ। ଆଉ ଖେଳ ଦୁନିଆରେ ପାଦ ଥାପିବାକୁ ପ୍ରୋତ୍ସହିତ କଲେ। ଏହି ସମୟରେ ଅଭିନବ ବିନ୍ଦ୍ରା ତାଙ୍କର ପ୍ରେରଣା ସାଜିଲେ। ତାଙ୍କ ପରି ସୁଟର୍ ହେବାକୁ ନିଷ୍ପତ୍ତି ନେଲେ। ତେଣୁ ୫ ବର୍ଷ ପର୍ଯ୍ୟନ୍ତ ସେ କଠିନ […] The post ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ appeared first on Dharitri Odia News.
ଅବନୀ ଲେଖ୍ରା। ୧୨ ବର୍ଷର ହୋଇଥିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ପାରାଲିସିସ୍ ହୋଇଯାଏ। ଫଳରେ ତାଙ୍କୁ ହ୍ବିଲ ଚେୟାରର ସାହାରା ନେବାକୁ ପଡିଲା। ତାଙ୍କର ଦୁନିଆ ପୂରା ବଦଳିଗଲା। ସେ ଭାଙ୍ଗିପଡ଼ିଲେ। ହେଲେ ତାଙ୍କ ବାପା ତାଙ୍କୁ ସାହସ ଦେଲେ। ଆଉ ଖେଳ ଦୁନିଆରେ ପାଦ ଥାପିବାକୁ ପ୍ରୋତ୍ସହିତ କଲେ। ଏହି ସମୟରେ ଅଭିନବ ବିନ୍ଦ୍ରା ତାଙ୍କର ପ୍ରେରଣା ସାଜିଲେ। ତାଙ୍କ ପରି ସୁଟର୍ ହେବାକୁ ନିଷ୍ପତ୍ତି ନେଲେ। ତେଣୁ ୫ ବର୍ଷ ପର୍ଯ୍ୟନ୍ତ ସେ କଠିନ ପରିଶ୍ରମ କଲେ। ଆଉ ରାଇଫଲ୍ ଶୁଟିଂ କ୍ଷେତ୍ରରେ ନିଜର ପରିଚୟ ତିଆରି କରିବାକୁ ଚେଷ୍ଟା କଲେ। ପ୍ରଥମେ ତ ସେ ରାଜସ୍ଥାନ ଷ୍ଟେଟ ଚାମ୍ପିୟନଶିପରେ ଭାଗ ନେଲେ। ଆଉ ପ୍ରଥମ ପ୍ରୟାସରେ ହିଁ ଗୋଲ୍ଡ ମେଡାଲ ହାସିଲ କଲେ। ଏହାପରେ ସେ ପଛକୁ ଚାହିଁ ନାହାନ୍ତି। ୨୦୨୦ ଟୋକିଓ ପାରାଅଲିମ୍ପିକ୍ରେ ସେ ଗୋଲ୍ଡ ମେଡାଲ ଜିତିଲେ। ଆଉ ପାରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ପ୍ରଥମ ଭାରତୀୟ ମହିଳା ପାଲଟିଲେ। ୨୦୨୨ ପାରାଶୁଟିଂ ଓ୍ବାଲର୍ଡ କପ୍ରେ ଗୋଲ୍ଡ ମେଡାଲ ଜିତିଲେ। ୨୦୨୪ ପାରା ଅଲିମ୍ପିକ୍ସରେ ବି ୧୦ ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂଏସ୍ଏଚ୍୧ରେ ସ୍ବର୍ଣ୍ଣ ପଦକ ହାସିଲ କଲେ। ଆଉ ଚଳିତବର୍ଷ ପ୍ୟାରିସ ପାରାଅଲିମ୍ପିକରେ ଗୋଲ୍ଡ ମେଡାଲ ଜିତିଲେ। ଦେଶ ପାଇଁ ଲଗାତାର ସ୍ବର୍ଣ୍ଣ ପଦକ ଆଣି ଦେଶର ଗୌରବ ବଢାଇଲେ। ତେଣୁ ତାଙ୍କୁ ଖେଳରତ୍ନ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
The post ଜାଣନ୍ତୁ ଦେଶର ସୁନାଝିଅଙ୍କ ବିଷୟରେ appeared first on Dharitri Odia News.